ହେଡଲାଇନସ୍:

ଗୁଣୁପୁର ପୌର ସଦ ଭାବନା ଗୃହ ରେ କେନ୍ଦ୍ର ସରକାର ଙ୍କ 16 ଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି): ଗୁଣୁପୁର ପୌର ସଦ ଭାବନା ଗୃହ ରେ ଭାରତ ସରକାର ଙ୍କ ମହିଳା ଏବଂ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ଏବଂ ଓଡିଶା ସରକାର ଙ୍କ ରାଜ୍ୟ ସମାଜ କଲ୍ୟାଣ ବୋର୍ଡ଼ ର ନିର୍ଦ୍ଧେଶ କ୍ରମେ ଆଜି ଗୁଣୁପୁର ପୌର ପରିଷଦ ସଦ ଭାବନା ଗୃହ ରେ ପାରିବାରିକ ହିଂସା ପୋକ୍ସ ଧାରା ଏବଂ କିନ୍ନର ଙ୍କ ବିଭିନ୍ନ ଯୋଜନା ଏବଂ ଧାରା କୁ ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଥିଲା |

ଏହି କାର୍ଯ୍ୟକ୍ରମ ଭାରତ ସରକାର ଏବଂ ଓଡିଶା ସରକାର ଙ୍କ ସ୍ୱୀକୃତି ପ୍ରାପ୍ତ ସାହାରା ପରିବାର ପରାମର୍ଶ କେନ୍ଦ୍ର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ତରଫରୁ କରାଯାଇ ଥିଲା |

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଗୁଣୁପୁର ପୌର ଅଧକ୍ଷା ମମତା ଗୌଡ଼ ଉପାଧ୍ୟାକ୍ଷ ଶିବ ପ୍ରସାଦ ଗୌଡ଼ ସହକାରୀ ଜିଲ୍ଲାପାଳ ବିପିନ ଚନ୍ଦ୍ର ନାୟକ ପୌର କାର୍ଯ୍ୟକ୍ରମ ନିର୍ବାହୀ ଅଧିକାରୀ ସନ୍ତୋଷ ନାୟକ ବ୍ଲକ ଶିଶୁ ବିକାଶ ଅଧିକାରୀ ସୁଷମା ପ୍ରସାଦ ଜନ ସ୍ୱାସ୍ଥ୍ୟ ବିଭାଗ ର ସହକାରୀ ଯନ୍ତ୍ରୀ ଏସ ଵି ନୈସର୍ଗିକ ପରାମର୍ଶଦାତ୍ରୀ ଜୟଶ୍ରୀ ମହାପାତ୍ର ଏବଂ ସାମାଜିକ କର୍ମୀ ପିଙ୍କି ମହାପାତ୍ର ଯୋଗ ଦେଇ ପାରିବାରିକ ହିଂସା ପୋକ୍ସ ଆକ୍ଟ ସହ ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ |

ଏହି କାର୍ଯ୍ୟକ୍ରମ କୁ ସାହାରା ପରିବାର ପରାମର୍ଶ କେନ୍ଦ୍ର ର ସଚିବ ପ୍ରମୋଦ କୁମାର ସାହୁ ପରିଚାଳନା କରିଥିବା ବେଳେ ପୌର ସି ଇ ଓ ସଂଗୀତା ପଟନାୟକ ଧନ୍ୟବାଦ ଦେଇ ଥିଲେ |

ଏହି କାର୍ଯ୍ୟକ୍ରମ ରେ ପୌର ପରିଷଦ ର ସମସ୍ତ କାଉନସିଲର ଙ୍କ ସହ ସ୍ୱାସ୍ଥ୍ୟ ସାଥି ଯୋଗ ଦେଇ ଥିଲେ |

ଏହି କାର୍ଯ୍ୟକ୍ରମ ଚଳିତ ମାସ 10 ତାରଖ ଯାଏଁ ଚାଲିବ ବୋଲି ସାହାରା ପରିବାର ପରାମର୍ଶ କେନ୍ଦ୍ର ର ସଚିବ ପ୍ରମୋଦ ସାହୁ ଜଣାଇ ଛନ୍ତି |

0
0
0
s2sdefault