ହେଡଲାଇନସ୍:

ଭଞ୍ଜନଗର ରେ ନୂତନ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରରେ ନୁତନ ଭାବରେ ଦାୟିତ୍ଵ ଗ୍ରହଣ କରିଛନ୍ତି, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଏସ୍.ଡି.ଆଇ.ପି.ଆର୍.ଓ) ଶ୍ରୀଯୁକ୍ତ ସନ୍ତୋଷ କୁମାର ନାୟକ। ଭଞ୍ଜଭୂମି ଭଞ୍ଜନଗର ସହର ,ଏହାର ସବୁ କ୍ଷେତ୍ରରେ ସବୁ ସରକାରୀ ବେସରକାରୀ କାର୍ଯ୍ୟାଳୟ ମାନଙ୍କ ସ୍ଥିତିରେ ଓ ଲୋକସମ୍ପର୍କ କ୍ଷେତ୍ରରେ ଗୁରୁତ୍ବ ବହନ କରି ଆସିଅଛି। ସରକାରଙ୍କ ପ୍ରତିଟି ଜନ ହିତେସି ଯୋଜନାକୁ ଲୋକାଭିମୁଖୀ କରିବା ରେ ଏହି ବିଭାଗଟି ( ସୁଚନା ଲୋକସମ୍ପର୍କ ) ମୁଖ୍ୟ ଦାୟିତ୍ଵ ବହନ କରିଥାଏ।
ଭଞ୍ଜନଗର ରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ଭାବରେ ପୂର୍ବରୁ ଶ୍ରୀଯୁକ୍ତ ଗୈ।ରୀଶଙ୍କର ସତପଥି ଦାୟିତ୍ଵ ତୁଲାଇଥିଲେ। କିନ୍ତୁ ସେ କାର୍ଯ୍ୟରୁ ଅବସର ପରେ କିଛି ମାସ ଏହି ବିଭାଗ ରେ ଉକ୍ତ କାର୍ଯ୍ୟାଳୟ ର ଗ୍ରନ୍ଥାଗାର ଦାୟିତ୍ଵ ତୁଲାଉଥିବା ବୟୋଜ୍ୟେଷ୍ଠ ଶ୍ରୀଯୁକ୍ତ ପ୍ରଦୀପ କୁମାର ପାତ୍ର ଅତିରିକ୍ତ ଭାବରେ କାର୍ଯ୍ୟ ତୁଲାଇଥିଲେ। ନଭେମ୍ବର ମାସ ୨୦୨୫ ସୋମବାର ୩ ତାରିଖ ଠାରୁ, ଭଞ୍ଜନଗରରେ ଶ୍ରୀଯୁକ୍ତ ସନ୍ତୋଷ କୁମାର ନାୟକ ନୁତନ ଉପଖଣ୍ଡ ସୂଚନା ଲୋକସମ୍ପର୍କ ଅଧିକାରୀ ଭାବରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ସୁଚନା ଯୋଗ୍ୟ ଯେ, ଶ୍ରୀଯୁକ୍ତ ନାୟକ ଜଣେ ଭାରତୀୟ ସ୍ଥଳ ସେନା ବାହିନୀ ର ଅବସରପ୍ରାପ୍ତ କର୍ମଚାରୀ ଓ ଭଞ୍ଜଭୂମି ଭଞ୍ଜନଗର ସହରର କେ.ଏସ୍.ୟୁ.ବି କଲେଜ୍ ର ଜଣେ ପୁରାତନ ଛାତ୍ର। ତେଣୁ ନିହାତି ଭାବରେ ସେ ଜଣେ ଦକ୍ଷ,କର୍ମଠ ଓ ଏକାଗ୍ରତା ଭାବରେ ସରକାର ଙ୍କ ପ୍ରତିଟି ଜନ ହିତେସି କାର୍ଯ୍ୟକ୍ରମ କୁ ଜନସାଧାରଣ ଙ୍କ ପାଖରେ ଉପସ୍ଥାପନ କରିବା ପାଇଁ ସମସ୍ତ ପ୍ରିଣ୍ଟ ମିଡିଆ, ଇଲୋକ୍ଟ୍ରୋନିକ୍ସ ମିଡିଆ ସହଯୋଗ ରେ ସଦା ସର୍ବଦା ଜାଗ୍ରତ ହୋଇ କାର୍ଯ୍ୟ ସମ୍ପାଦନା କରିବେ।

0
0
0
s2sdefault