ହେଡଲାଇନସ୍:

ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଟକ ତା ୦୩.୧୨.୨୦୨୫ ରିଖ – ଦିବ୍ୟାଙ୍ଗମାନେ ସମାଜର ମୁଖ୍ୟସ୍ରୋତର ଏକ ଅବିଚ୍ଛେଦ୍ୟ ଅଙ୍ଗ । ସେମାନେ ନିଜକୁ କୌଣସି ଗୁଣରେ କମ୍ ଭାବିବା ଉଚିତ୍ ନୁହେଁ । ଜୀବନର ଯେକୌଣସି ସମସ୍ୟାର ମୁକାବିଲା କରିବା ନିମନ୍ତେ ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ସୃଷ୍ଟି କରାଇବା ଉଚିତ୍ । ଅନ୍ତର୍ଭୁକ୍ତି ଏବଂ ଅଭିଗମ୍ୟତା ଦ୍ୱାରା ଭିନ୍ନକ୍ଷମମାନଙ୍କର ସଶକ୍ତିକରଣ ସମ୍ଭବ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯାଉଛି ଓ ସେମାନଙ୍କୁ ଆତ୍ମନିର୍ଭର କରାଇବା ଦିଗରେ ପଦକ୍ଷେପ ଗ୍ରହଣ କରାଯାଉଛି । ଖୁବଶୀଘ୍ର ଜିଲ୍ଳାର ସମସ୍ତ ମସ୍ତିଷ୍କ ପକ୍ଷାଘାତ ଭିନ୍ନକ୍ଷମମାନଙ୍କୁ ସ୍ୱତନ୍ତ୍ର ଟ୍ରାଇସାଇକେଲ ପ୍ରଦାନ କରାଯିବ ବୋଲି ଜିଲ୍ଳାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ କହିଛନ୍ତି । ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଳା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ କାର୍ଯ୍ୟାଳୟ ପକ୍ଷରୁ ଆଜି ବାରବାଟୀ ପ୍ୟାଲେସଠାରେ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ ଅବସରରେ ଜିଲ୍ଲାର ବିଭିନ୍ନ ଭିନ୍ନକ୍ଷମମାନଙ୍କୁ ହ୍ୱିଲଚେୟାର ବଂଟନ କରାଯାଇଥିଲା । ଅତିରିକ୍ତ ଜିଲ୍ଳାପାଳ ଡଃ ଇପସିତା ପ୍ରିୟଦର୍ଶିନୀ ମିଶ୍ର ଦିବ୍ୟାଙ୍ଗମାନଙ୍କ ଉନ୍ନତି ପାଇଁ ଉତ୍ସର୍ଗୀକୃତ ମନୋଭାବ ସହ କାମ କରିବାକୁ ଆହ୍ୱାନ ଦେଇଥିଲେ । ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ମନୋଜ କୁମାର ରଥ, ଜିଲ୍ଳା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା ପ୍ରସନ୍ନ କୁମାର ହୋତା, ଆଇଡି ସଂଯୋଜକ ଶ୍ରୀ ଚିତ୍ତରଞ୍ଜନ ପଣ୍ଡା ପ୍ରମୁଖ ଦିବ୍ୟାଙ୍ଗମାନେ ନିଜର ସ୍ୱତନ୍ତ୍ର ଗୁଣ ସମ୍ପର୍କରେ ଅବଗତ ହୋଇ ସେହି ଗୁଣକୁ ବିକଶିତ କରି ଭିନ୍ନକ୍ଷମତାକୁ ଅତିକ୍ରମ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ଜାତୀୟ ପାରା ସ୍ପୋର୍ଟସ ପ୍ରତିଯୋଗୀତାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ନିଶ୍ଚିନ୍ତକୋଇଲିର ପ୍ରଦୀପ୍ତ କୁମାର ସ୍ୱାଇଁଙ୍କୁ ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିବା ସହ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଓ ସେମାନଙ୍କ ପିତାମାତାଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ଦିବ୍ୟାଙ୍ଗ ପିଲାମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଓ ପିଲାମାନଙ୍କୁ ପୁରସ୍କୃତ କରାଯାଇଥିଲା । ଆର୍ନ୍ତଜାତୀୟ ଦିବ୍ୟାଙ୍ଗ ଦିବସ ଅବସରରେ ଆଜି ସକାଳେ ବାରବାଟୀ ଷ୍ଟାଡିୟମର ସଚ୍ଚିନ୍ ତେନ୍ଦୁଲକର କମ୍ପେ୍ଲକ୍ସଠାରୁ ଏକ ରାଲି ବାହାରି ବାରବାଟୀ ପ୍ୟାଲେସ୍ ପର୍ଯ୍ୟନ୍ତ ଯାଇଥିଲା । ଏହି ରାଲିରେ ଜିଲ୍ଲାର ୧୩ଟି ସ୍ୱତନ୍ତ୍ର ବିଦ୍ୟାଳୟର ପ୍ରାୟ ୪୦୦ରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇଥିଲେ ।

0
0
0
s2sdefault