ହେଡଲାଇନସ୍:

ବାରିପଦାଠାରେ ମିଳିତ ଜନଅଭିଯୋଗ ଶୁଣାଣୀ  ଶିବିର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )

ମୟୁରଭଞ ଜିଲା ସଦର ମହକୁମା ବାରିପଦା ଠାରେ ଜିଲା ପ୍ରଶାସନ ପକ୍ଷରୁ ଚଳିତ ଜାନୁଆରୀ ମାସ ପ୍ରଥମ ସୋମବାର ୭-୧୨-୨୦୧୮ ରିଖରେ ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନିଷ୍ଠିତ  ହୋଇଯାଇଅଛି । ଜିଲାପାଳ ମୟୁରଭଞ ବିନୀତ ଭରଦ୍ୱାଜ ଓ ଆରକ୍ଷୀ ଅଧିକ୍ଷକ ଅବିନାଶ କୁମାର ଙ୍କ ପ୍ରତକ୍ଷ୍ୟ ତତ୍ତ୍ୱାବଧାନରେ ଅନୁଷ୍ଠିତ  ଉକ୍ତ ଜନଅଭିଯୋଗ ଶୁଣାଣି ଶିବିରରେ ଜନସଧାରଣ ଙ୍କଠାରୁ ଗୃହୀତ ହୋଇଥିବା ମୋଟ ୧୩୬ ଗୋଟି ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି ହୋଇଥିଲା । ଏଥିରୁ ୧୨୬ ଗୋଟି ଅଭିଯୋଗପତ୍ର ବ୍ୟକ୍ତିଗତ ଓ ୧୦ ଗୋଟି ଅଭିଯୋଗପତ୍ର ସାମୂହିକ ବିଭିନ୍ନ ସମସ୍ୟା ସମ୍ପର୍କିତ ଅଭିଯୋଗ ଉପରେ ଶୁଣାଣୀ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିରୁ ଜଣେ ହିତାଧିକାରୀ ଙ୍କୁ ୩ ହଜାର ଏବଂ  ଦୁଇ ଜଣ ହିତାଧିକାରୀ ଙ୍କୁ ଜିଲା ରେଡକ୍ରସ ପାଣ୍ଠିରୁ ୩ ହଜାର ଟଙ୍କା ଆର୍ଥିକ ସହାୟତା ସେମାନଙ୍କର ପାରିବାରିକ ଥଇଥାନ ଓ ଜରୁରୀ ସ୍ୱାସ୍ଥ୍ୟଗତ ଚିକିସôା ପାଇଁ ଜିଲାପାଳ ମଞୁର କରିଥିଲେ । ଶିବିରରେ ୮ ଗୋଟି ଅଭିଯୋଗପତ୍ର ର ତ୍ୱରୀତ ସମାଧାନ କରାଯାଇଥିବାବେଳେ ଅନ୍ୟ ଅଭିଯୋଗପତ୍ର ଗୁଡିକ ଗୁଡିକର ବିଷୟ ପ୍ରସଙ୍ଗ ସମସ୍ୟା ଉପରେ ଶୁଣାଣି କରାଯାଇ ସଂପୃକ୍ତ ବିଭାଗ ଅଧିକାରୀ ମାନଙ୍କୁ ବିହୀତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିଦେ୍ର୍ଧଶ ଦିଆଯାଇଥିଲା । ଅନୁଷ୍ଠିତ  ଉକ୍ତ ମିଳିତ ଜନଅଭିଯୋଗ ଶୁଣାଣି ଶିବିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବାରିପଦା ଉପଜିଲାପାଳ ଦିବ୍ୟଜ୍ୟୋତି ପରିଡା ଙ୍କ ସମେତ ଜିଲାସ୍ତରୀୟ ବିଭିନ୍ନ ବିଭାଗ ପଦାଧିକାରୀ , ବାରିପଦା ଉପଖଣ୍ଡର  ସମସ୍ତ ବିଡିଓ , ତହସିଲଦାର ଏବଂ ସଂପୃକ୍ତ  ଲାଇନ ବିଭାଗ ଅଧିକାରୀମାନେ ଉପସ୍ଥିତ ଥିଲେ । ଜିଲା ଜରୁରୀ ଅଧିକାରୀ ତଥା ସାଧାରଣ ଅଭିଯୋଗ ପ୍ରକୋଷ୍ଠ  ନୋଡାଲ ଅଧିକାରୀ ସମରଜିତ କର ଶିବିର ପରିଚାଳନା କରିବାରେ ସହ ଯୋଗ କରିଥିଲେ ।

 

0
0
0
s2sdefault