ଜୟପାଲ ସିଂ ମୁଣ୍ଡା ଙ୍କ ୧୧୫ ତମ ଜୟନ୍ତୀ ପାଳିତ
ବାରିପଦା-(ଦିଲ୍ଲୀପ ମହାନ୍ତି) ସ୍ୱର୍ଗତ ଜୟପଲ ସିଂ ମୁଣ୍ଡାଙ୍କ ୧୧୫ ତମ ଜୟନ୍ତୀ ସ୍ଥାନୀୟ ମଧୁବନ ପଡିଆ ଠାରେ ଭାରତ ମୁଣ୍ଡା ସମାଜର ସଭାପତି ରବିନ୍ଦ୍ର ନାଥ ସିଂ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ସଭାପତି ପ୍ରାରମ୍ଭିକ ସୂଚନା ରେ କହିଥିଲେ ସ୍ୱର୍ଗତ ଜୟପାଲ ସିଂ ମୁଣ୍ଡା ଏକାଧାରାରେ ଜଣେ ସୁଦକ୍ଷ ରାଜନୈତିକ ନେତା , କ୍ରୀଡାବିତ , ସମଜ ସଂସ୍କାରକ ଥିଲେ । ଏଥି ସହିତ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରୀୟ ସାଧାରଣ ସଂପାଦକ ନାଥ ସିଂ ,କୋଷାଧକ୍ଷ ବାଇଧିର ସିଂ , ଉପଦେଷ୍ଟା ମନୋଜ କୁମାର ମୁଣ୍ଡା , ସଦସ୍ୟ ନନ୍ଦ କିଶୋର ସିଂ , ବଳରାମ ସିଂ , ରଣଜିତ ସିଂ ସର୍ଦ୍ଧାର , କୁନଓାର , ସୁଲାଙ୍କି , ଲକ୍ଷବଚ୍ଚ ସିଂ , ତପନ କୁମାର ସିଂ , ଧରମରାଜ ସିଂ , ବାଙ୍କବିହାରୀ ସିଂ , ମଙ୍ଗଲ ସିଂ , ପୂନ୍ନଚନ୍ଦ୍ର ସିଂ , ରଘୁନାଥ ସିଂ , ଦଶରଥ ସିଂ , ସୁନ୍ଦର ମୋହନ ସିଂ , ବୁଧିଆ ସିଂ , ବସନ୍ତ କୁମାର ସିଂ , ସବରନ ସିଂ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଜୟପାଲ ସିଂ ଙ୍କ ସ୍ମୃତିଚାରଣ କରିବାସହ ମୁଣ୍ଡାରୀ ଭାଷାର ସାମ୍ବିଧାନିକ ସ୍ୱିକୃତୀ ଦବୀ କରିଥିଲେ । ଆୟୋଜିତ ଏକ୍ତ ସଭାରେ ଓଡିଶା ରାଜ୍ୟ ସମେତ ଝାଡଖଣ୍ଡ , ବେଙ୍ଗଲ ଆଦି ରାଜ୍ୟରୁ ଶତାଧିକ ମୁଣ୍ଡା ସମାଜର ସଦସ୍ୟ ମାନେ ଯୋଗଦେଇଥିଲେ ।