ହେଡଲାଇନସ୍:

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

( କୈଳାଶ ଚନ୍ଦ୍ର ଚୌଧୁରୀ , ବ୍ରହ୍ମପୁର): ଜରଡା ଥାନା ଅର୍ନ୍ତଗତ ପଦାଦିଗି ପଞ୍ଚାୟତ ନାରାୟଣ ପୁର ଗ୍ରାମର କୁମାରୀ ପ୍ରଧାନ ନାମ୍ନୀ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି ଓ ମୃତ ମହିଳାଙ୍କର ଭାଇ ନିରଞ୍ଜନ ପ୍ରଧାନ ସନ୍ଦେହ ପ୍ରକଟ କରି ଆଜି ଜରଡା ଥାନା ରେ ଅଭିଯୋଗ କରିଥିଲେ ‌। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଅଭିଯୋଗ କୁ ଭିତ୍ତି କରି ଏକ ଅପମୃତ୍ୟୁ ମାମଲା ନଂ ୪୦୧/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ମୃତ ମହିଳାଙ୍କ ସ୍ବାମୀ କୃଷ୍ଣ ପ୍ରଧାନ କୁ ଥାନା ରେ ଅଟକ ରଖି ପଚରାଉଚରା କରୁଛନ୍ତି।ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଖବର ରୁ ଜଣାପଡିଛି ଯେ ମୃତ ମହିଳା ଜଣକ ଘରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ସ୍ବାମୀ ନିଜ ସମ୍ପର୍କୀୟମାନଙ୍କୁ ଜଣାଇଥିଲେ ଓ ଖବର ପାଇ ମୃତ ମହିଳାଙ୍କ ଭାଇ ଘଟଣାସ୍ଥଳରେ ପହଞ୍ଚି ଦେଖିଲା ବେଳକୁ ତାଙ୍କ ପାଟି ବିଭିନ୍ନ ସ୍ଥାନରୁ ରକ୍ତ ବୋହିବା ଦେଖି ସେ ଥାନା ରେ ଅଭିଯୋଗ କରିଥିଲେ।

0
0
0
s2sdefault