ନବରଙ୍ଗପୁର ଠାରେ ଜାତୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ଶିବିର ଏବଂ ସଚେତନତା ରଥ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବରଙ୍ଗପୁର ତା ୨୮.୧୧.୨୦୨୫:ଅଶୋକ ସାହୁ,ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ଅନଯାୟୀ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଜିଲ୍ଲା ସ୍ତରୀୟ ଜାତୀୟ ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ମାସ ଉପଲକ୍ଷେ ଏକ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ଅଶୋକ ମେହତା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ଡ଼ ମହେଶ୍ୱର ସ୍ୱାଇଁ ଅଧ୍ୟକ୍ଷତା କରି କହିଲେ ଯେ ଜିଲ୍ଲାରେ ପ୍ରତ୍ଯେକ ଶିଶୁଙ୍କୁ ସୁରକ୍ଷା ପାଇଁ ପ୍ରଶାସନର ବିଭିନ୍ନ ବିଭାଗ କାର୍ଯ୍ୟ କରୁଛନ୍ତି, ସମାଜରେ ପ୍ରତ୍ୟେକ ଶିଶୁକୁ ଏକ ପରିବାର ଦରକାର । ଶିଶୁଟିର ଆଇନ ଅନୁଯାୟୀ ପୋଷ୍ୟ ଗ୍ରହଣ କରାଗଲେ ଶିଶୁଟି ସୁରକ୍ଷିତ ହୋଇ ରହିପାରିବ ଏଥି ସହିତ ଜିଲ୍ଲାରେ କିଭଳି ଆଇନ ବିରୋଧୀ ପୋଷ୍ୟ ସନ୍ତାନ ଗ୍ରହଣ ନହେବ ସେଥିପ୍ରତି ଧ୍ୟାନ ଦେବା ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ, ଶିଶୁ ମଙ୍ଗଳ ସମିତି, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ବିଡିଓ, ସିଡିପିଓ, ଅଙ୍ଗନବାଡି, ଆଶାକର୍ମୀ ସମସ୍ତଙ୍କୁ ନିର୍ଦେଶ ଦେଇଥିଲେ। ଜିଲ୍ଲାରେ ଯେଉଁଶିଶୁମାନେ ପିତା ମାତା ବ୍ୟତୀତ ଅନ୍ୟମାନଙ୍କ ପାଖରେ ରହୁଛନ୍ତି,ସେମାନଙ୍କୁ ତୁରନ୍ତ ଶିଶୁ ମଙ୍ଗଳ କମିଟି ନିକଟରେ ହାଜିର କରାଇବାକୁ ପଡିବ ନଚେତ ଏହା ଅବୈଧ ଘୋଷଣା କରି ଶିଶୁକୁ ସରକାରଙ୍କ ଅଧୀନକୁ ନିଆଯିବ ବୋଲି ଜିଲ୍ଲାପାଳ ସୁଚାଇ ଦେଇଥିଲେ । ଏହାସହ ସମସ୍ତ କ୍ଷେତ୍ର କର୍ମଚାରୀ ସର୍ଭେ କରି ଏକ ତାଲିକା ଜିଲ୍ଲାପାଳଙ୍କୁ ଅତିଶୀଘ୍ର ପ୍ରଦାନ କରିବେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଡି ଏସ ପି ସରୋଜ ପୁନମ କିସପଟା, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଦ୍ରୌପଦୀ କହଁର, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡ଼ ମଳୟ କୁମାର ତ୍ରିପାଠୀ, ଜିଲ୍ଲା ମଙ୍ଗଳ ଅଧିକାରୀ ରବୀନ୍ଦ୍ର ପାଲକା, ଜିଲ୍ଲା ନିୟୋଜନ ଅଧିକାରୀ ଆନନ୍ଦ ପଲେଇ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ନନ୍ଦାହାଣ୍ଡି କ୍ଷୀରୋଦ ଚନ୍ଦ୍ର ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁରେଶ କୁମାର ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୁରକ୍ଷା ୟୁନିଟର କର୍ମକର୍ତା, ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ର ମ୍ୟାନେଜର ସାଗର ପଟ୍ଟନାୟକ, ୱାନ୍ ଷ୍ଟପ ସେଣ୍ଟର ର କର୍ମକର୍ତା, ଶିଶୁ ସୁରକ୍ଷା ସହାୟତା କେନ୍ଦ୍ରର କର୍ମକର୍ତା, ଅଙ୍ଗନବାଡି କର୍ମୀ, ସୁପରଭାଇଜର, ଜେଣ୍ଡର କୋଡିନେଟୋର ମମତା ପରିଛା ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ କରିଥିଲେ। ଏହି ଅବସରରେ ସକାଳ ୧୦.୦୦ ଘ ସମୟରେ ଜିଲ୍ଲାପାଳ ଡ଼କ୍ଟର ମହେଶ୍ୱର ସ୍ୱାଇଁ ପତାକା ଦେଖାଇ ପୋଷ୍ୟ ସନ୍ତାନ ସଚେତନତା ରଥର ଶୁଭାରମ୍ଭ କରିଥିଲେ।ଏହି ରଥ ନବରଙ୍ଗପୁର ଜିଲ୍ଲାର ସମସ୍ତ ୧୦ ଟି ବ୍ଲକରେ ପୋଷ୍ୟ ସନ୍ତାନ ଗ୍ରହଣ ଉପରେ ବାର୍ତା ପ୍ରେରଣ କରିବେ।ସଚେତନତା ହିଁ ଦେବ ଶିଶୁଙ୍କୁ ସୁରକ୍ଷା, ଆଇନଗତ ପୋଷ୍ୟସନ୍ତାନ ଗ୍ରହଣ , ଶିଶୁଙ୍କୁ ଚେଙ୍କ ନଦେବା, ବାଲ୍ୟବିବାହ ନିଷେଧ , ଶିଶୁ ଅପରାଧ ନିରାକରଣ ସଂକ୍ରାନ୍ତରେ ଲୋକଙ୍କୁ ସଚେତନ କରିବ। ସଚେତନତା ଅଭାବରୁ ବାଲ୍ୟ ବିବାହ ଭଳି କଳଙ୍କିତ ପ୍ରଥା ସମାଜରେ ରହିଛି । ଏହା ଦ୍ଵାରା ଶିଶୁ ମାନେ ନିଜ ମୌଳିକତା ହରାଉଛନ୍ତି । ପିତାମାତା ମାନେ ପରମ୍ପରା ନାମରେ ନାବାଳିକା ମାନଙ୍କୁ କମ ବୟସରେ ବିବାହ ବନ୍ଧନରେ ଛନ୍ଦି ଦେଉଛନ୍ତି । ପାଠ ପଢିବା ବୟସରେ ଘରସଂସାରରେ ଛନ୍ଦି ହୋଇ, ନିଜ ଅଧିକାର ରୁ ବଞ୍ଚିତ ହେବା ସହିତ ବିବାହ ଯୋଗ୍ୟ ବୟସ ପୂର୍ବରୁ ମାତୃତ୍ଵ ଲାଭ କରୁଛନ୍ତି । ସମାଜରେ ଚାଲିଥିବା ଶିଶୁ ହିଂସାକୁ ରୋକିବା , ସାମ୍ବିଧାନିକ ବିଧି ବ୍ଯବସ୍ଥା ଅନୁଯାୟୀ ପୋଷ୍ୟସନ୍ତାନ ଗ୍ରହଣ କରିବା , ଶିଶୁଙ୍କ ସୁରକ୍ଷା ଓ ଅଧିକାର ଏବଂ ଶିକ୍ଷା ଦିଗରେ ବ୍ୟାପକ ସଚେତନତା ଉଦ୍ଦେଶ୍ୟ ରେ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ରହିଛି ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଛନ୍ତି । ଜିଲ୍ଲାର ସମସ୍ତ ବ୍ଲକରେ ଯେଉଁ ସବୁ ଗ୍ରାମ ଗୁଡିକରେ ସଚେତନ ରଥ ପହଞ୍ଚିବ ସେଠାରେ ଆଶା କର୍ମୀ ,ସ୍ଵୟଂସହାୟକ ଦଳର ଜଣେ ସଭ୍ୟା ,ନିର୍ବାଚିତ ପଞ୍ଚାୟତ ପ୍ରତିନିଧି , ସମସ୍ତ ଜାତିସମାଜ ମୁଖ୍ଯ , କିଶୋରୀ ବାଳିକା ଓ ଗ୍ରାମର ଅନ୍ୟ ବ୍ୟକ୍ତି ମାନଙ୍କୁ ନେଇ ଅଙ୍ଗନବାଡି କର୍ମୀ ମାନେ ଶିଶୁଙ୍କୁ ଚେଙ୍କନଦେବା , ସାମ୍ବିଧାନିକ ବିଧି ବ୍ଯବସ୍ଥା ଅନୁଯାୟୀ ପୋଷ୍ୟସନ୍ତାନ, ଶିଶୁଙ୍କ ସୁରକ୍ଷା ଓ ଅଧିକାର ଏବଂ ଶିକ୍ଷା ଦିଗରେ ଏକ ସାଧାରଣ ସଚେତନ ବୈଠକ କରାଇବା ନିମନ୍ତେ ପ୍ରଶାସନ ପକ୍ଷରୁ ସମସ୍ତ ଅଙ୍ଗନବାଡି କର୍ମୀ ଙ୍କୁ ନିର୍ଦେଶ ଦିଆ ଯାଇଥିବା ବିଷୟରେ ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ସୁରେଶ ପଟ୍ଟନାୟକ ସୂଚନା ପ୍ରଦାନ କରିଥିଲେ ।
ଜିଲ୍ଲା କାର୍ଯ୍ୟ।ଳୟ ପରିସର ମଧ୍ୟରେ ହୋଇଥିବା ଏହି ସଚେତନତା ରଥର ଉଦଘାଟନୀ ସମାରୋହରେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟି ତରଫରୁ ତୃପ୍ତିମୟୀ ସାହୁ ଅଣ ଅନୁସ୍ଥାନିକ ସୁରକ୍ଷା ଅଧିକାରିଣୀ, କୁନିମାନି ସ୍ଵାଇଁ, ଜିଲ୍ଲା ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ କେନ୍ଦ୍ର ର ପରିଚାଳକ ଶ୍ରୀ ସାଗର ପଟ୍ଟନାୟକ ଓ ଦୀନ ଦୟାଲ ବାଳଶ୍ରମର ଅନ୍ତୋବାସୀ , ଶିଶୁ କଲ୍ଯାଣ ଅଧିକାରିଣୀ ଜଶ୍ମୀତା ନାୟକ ଓ ପ୍ରିୟା ସାହୁ , ଚାଇଲ୍ଡ ହେଲ୍ପଲାଇନର କର୍ମକର୍ତା ଉପସ୍ଥିତ ଥିଲେ ।

0
0
0
s2sdefault