ଭୁବନେଶ୍ୱର, ୨୮/୧୧/୨୦୨୫ : ରାଜ୍ୟରେ ମୋଟ୍ ୫୧ଟି ନିଶା ନିବାରଣ କେନ୍ଦ୍ର ଥିବାବେଳେ ଏଥିରୁ ୧୧ଟି କେନ୍ଦ୍ରକୁ ରାଜ୍ୟ ସରକାର ଅର୍ଥ ଯୋଗାଇ ଦେଉଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଅନୁଦାନର ବିବରଣୀ ରାଜ୍ୟ ସରକାରଙ୍କ ନିକଟରେ ନାହିଁ ।
ରାଜ୍ୟରେ ଥିବା ନିଶା ନିଶା ନିବାରଣ କେନ୍ଦ୍ର ମଧ୍ୟରୁ ୧୧ଟି ରାଜ୍ୟ ସରକାରଙ୍କ ଅନୁଦାନରେ ଚାଲୁଛି । ପ୍ରତ୍ୟେକ କେନ୍ଦ୍ରକୁ ରାଜ୍ୟ ସରକାର ବର୍ଷକୁ ୭୪ଲକ୍ଷ ୩୨ହଜାର ଟଙ୍କାର ଅନୁଦାନ ଯୋଗାଇ ଦେଇଥାନ୍ତି । ପ୍ରତି କେନ୍ଦ୍ରରେ ୩୦ଜଣ ଲେଖାଁଏ ନିଶାସକ୍ତ ବ୍ୟକ୍ତିଙ୍କୁ ଏକ ମାସ ପର୍ଯ୍ୟନ୍ତ ମାଗଣାରେ ରହିବା, ଖାଇବା, ଚିକିତ୍ସା ସହିତ ବୈଷୟିକ ତାଲିମର ବ୍ୟବସ୍ଥା ରହିଛି । ଏହିସବୁ କେନ୍ଦ୍ରଗୁଡିକ ଭୁବନେଶ୍ୱ, ଖୋରଧା, କଟକ, ବାଲେଶ୍ୱର, ବ୍ରହ୍ମପୁର, ପୁରୀ, ସମ୍ବଲପୁର, କନ୍ଧମାଳ, କେରାପୁଟ, କେନ୍ଦୁଝର ଓ ସୁନ୍ଦରଗଡରେ ରହିଛି ।
କେନ୍ଦ୍ର ସରକାରଙ୍କ ଦ୍ୱାରା ରାଜ୍ୟର ୨୯ଟି ଜିଲ୍ଲାରେ ୪୧ଟି ନିଶା ନିବାରଣ କେନ୍ଦ୍ର ଥିବାବେଳେ ଏଥିରେ ୧୫ଜଣ କରି ନିଶାସକ୍ତ ବ୍ୟକ୍ତିଙ୍କୁ ରଖାଯିବାର ବ୍ୟବସ୍ଥା ରହିଛି । ତେବେ କେନ୍ଦ୍ର ସରକାର ଏହି ନିଶାନିବାରଣ କେନ୍ଦ୍ରଗୁଡିକୁ ବାର୍ଷିକ କେତେ ଅନୁଦାନ ଦେଉଛନ୍ତି ତାହାର ସୂଚନା ରାଜ୍ୟ ସରକାରଙ୍କ ହସ୍ତଗତ ହୋଇନାହିଁ । ଅନ୍ୟ ପକ୍ଷରେ ଜାତୀୟ ମାନବ ଅଧିକାର ଆୟୋଗଙ୍କ ସୂଚନା ଅନୁସାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ଢେଙ୍କାନାଳ ସ୍ଥିର ଚେତନା ନାମକ ଏକ ନିଶା ନିବାରଣ କେନ୍ଦ୍ରରେ ୨୦୨୧ ମସିହାରେ ଜଣେ ଅନ୍ତେବାସୀ ପ୍ରାଣ ହରାଇଥିଲେ । ଓଡିଶା ସରକାରଙ୍କ ଦ୍ୱାରା ପରିଚାଳିତ ନିଶା ନିବାରଣ କେନ୍ଦ୍ରରେ କୌଣସି ଅନ୍ତେ୍ୱାସୀ ପ୍ରାଣ ହରାଇନଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ।
ରାଜ୍ୟ
ରାଜ୍ୟରେ ରହିଛି ୫୧ଟି ନିଶା ନିବାରଣ କେନ୍ଦ୍ର
- Hits: 9











