ହେଡଲାଇନସ୍:

ହାଇୱା ଧକ୍କାରେ ଟ୍ରାକ୍ଟର୍ ଇଞ୍ଜିନ୍ ଦୁଇ ଫାଳ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ଥାନା ଅନ୍ତର୍ଗତ ଜିଲିବା ନିକଟରେ ଧାନମଳା ମେସିନ୍ ଲାଗିଥିବା ଏକ ଟ୍ରାକ୍ଟର୍ କୁ ଏକ ହାଇୱା ଧକ୍କା ଦେବା ଫଳରେ ଟ୍ରାକ୍ଟରର ଇଞ୍ଜିନ୍ ଦୁଇଫାଳ ହୋଇଯାଇଛି I ସୂଚନା ପ୍ରକାରେ ଜିଲିବା ଗ୍ରାମର ନିରଞ୍ଜନ ବିଷୋୟୀଙ୍କ ଧାନମଳା ମେସିନ୍ OD32A6559 ନମ୍ବର ବିଶିଷ୍ଟ ଟ୍ରାକ୍ଟର୍ ଯୋଗେ ବିଲକୁ ଧାନ ମଳିବା ପାଇଁ ଯାଉଥିଲା I ଏହି ସମୟରେ ବାଲିପଦର ପଟୁ ଗୋଡ଼ି ବୋଝେଇ ହୋଇ ରାଇକିଆ ଯାଉଥିବା OD32F3515 ନମ୍ବର ବିଶିଷ୍ଟ ହାଇୱା ପଛପଟୁ ଟ୍ରାକ୍ଟରରେ ଧକ୍କା ଦେଇଥିଲା I ହାଇୱା ମାଡ଼ରେ ଟ୍ରାକ୍ଟରଟିର ଇଞ୍ଜନ୍ ଦୁଇଫାଳ ହୋଇଯିବା ସହିତ ଟ୍ରାକ୍ଟର୍ ଚାଳକ ସାମାନ୍ୟ ଆହତ ହୋଇଛନ୍ତି I ଖବର ପାଇ ବେଲଗୁଣ୍ଠା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଉଭୟ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛନ୍ତି I

0
0
0
s2sdefault