ଇଭିଏମ - ଭିଭିପାର୍ଟର ନୂତନ ବ୍ୟବହାର ଉପରେ ଗଠିତ ଟିମ୍ ନିମନ୍ତେ ଦ୍ୱିତୀୟ ପର୍ଯ୍ୟାୟ ତାଲିମ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଆସନ୍ତା ୨୦୧୯ରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଗଜପତି ଜିଲ୍ଲା ପ୍ରଶାସନର ନିର୍ବାଚନ ବିଭାଗ ପକ୍ଷରୁ ନିର୍ବାଚନ ସମୟରେ ଚଳିତ ଥର ନୂତନ ଭାବେ ଏବଂ ପ୍ରଥମ କରି ଇଭିଏମ ମେସିନ ସହିତ ଭିଭି ପାର୍ଟ ମେସିନର ବ୍ୟବହାର ହେବ । ଏହି ଇଭିଏମ ଭିଭି ପାର୍ଟ ମେସିନର ନୂତନ ବ୍ୟବହାର ଉପରେ ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀ ପାଇଁ ଗଠିତ ୧୪ଗୋଟି ଦଳ ଆବଶ୍ୟକ ଧାରଣା ଦେବା ପାଇଁ ଦ୍ୱିତିୟ ପର୍ଯ୍ୟାୟ ତାଲିମ ସମେତ ଜିଲ୍ଲାର ସାମ୍ୱାଦିକ ମାନଙ୍କୁ ମଧ୍ୟ ଏହି ଅବସରରେ ହେବାକୁ ଥିବା ଇଭିଏମ ଭିଭି ପାର୍ଟ ସଚେତନତା ଅଭିଯାନ ଉପରେ ସାମର୍ଥ୍ୟ ଧାରଣା ଦେବା ପାଇଁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅନୁପମ ସାହାଙ୍କ ଅଧ୍ୟକ୍ଷତାରେ ଏକ ସାମ୍ୱାଦିକ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆନ୍ଧ୍ରବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ସାହାଙ୍କ ଉପସ୍ଥିତିରେ ଇଭିଏମ ଭିଭି ପାର୍ଟ ସମ୍ପର୍କରେ ଟ୍ରେନର ଭାବେ ଗୋଷାଣୀ ବିଡିଓ ସଂଗ୍ରାମ ଶେଖର ପଣ୍ଡା , ସରୋଜ କୁମାର ବେହେରା ସମେତ ମାଷ୍ଟର ଟ୍ରେନର ପ୍ରତାପ ପଣ୍ଡା ଗଠିତ ଦଳର ସଦସ୍ୟ ମାନଙ୍କୁ ଇଭିଏମ ଭିଭି ପାର୍ଟର ନୂତନ ବ୍ୟବହାର ଉପରେ ଆବଶ୍ୟକ ତାଲିମ ପାଇବା ପରେ ଗ୍ରାମାଞ୍ଚଳର ଲୋକମାନଙ୍କୁ ଡେମୋ ପ୍ରଦର୍ଶନ କରାଇ କିପରି ସଚେତନ କରାଇବେ ଏହି ଇଭିଏମ ପାର୍ଟ ଉପରେ ତାହା ବୁଝାଇଥିଲେ । ଅନ୍ୟ ପକ୍ଷରେ ଗ୍ରାମାଞ୍ଚଳର ସ୍ତରରେ ଏହି ଇଭିଏମ ଭିଭି ପାର୍ଟ ସମ୍ପର୍କରେ ତାଲିମାର୍ଥି ମାନେ ଆସନ୍ତା ୭ ତାରିଖରୁ ୧ମାସ ବ୍ୟାପି ଲୋକଙ୍କୁ ସଚେତନ କରାଇବା ସଚେତନ ଅଭିଯାନ ଉପରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଅନୁପମ ସାହା ଏଥିରେ ଅଧ୍ୟକ୍ଷତା କରି ଚିଠା ତାଲିକାରେ ୦୧.୦୯.୨୦୧୮ ସୁଦ୍ଧା ୪ଲକ୍ଷ ୧୨ ହଜାର ୩୩୧ ଜଣ ଭୋଟର ଙ୍କ ନାମ ପଞ୍ଜିକୃତ କରାଯାଇଛି । ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ ୧୩,୨୨୫ ଜଣଙ୍କ ନୂତନ ଭୋଟରଙ୍କ ନାମ ପଞ୍ଜିକରଣର ଆବେଦନକୁ ଗ୍ରହଣ କରାଯାଇଛି । ହେଲେ ଆସନ୍ତା ସାଧାରଣ ନିର୍ବାଚନରେ ନୂତନ ଭାବେ ପ୍ରଥମ କରି ଇଭିଏମ ସହିତ ଭିଭି ପାର୍ଟର ବ୍ୟବହାର କରାଯିବ । ଏହି ପରିପ୍ରେକ୍ଷୀରେ ଭୋଟର ମାନଙ୍କୁ ସଚେତନ କରାଇବା ପାଇଁ ଜିଲ୍ଲାର ପ୍ରତ୍ୟେକ ରାଜସ୍ୱ ଗ୍ରାମରେ ଆସନ୍ତା ୭ ତାରିଖ ଠାରୁ ୧ ମାସ ଧରି ଇଭିଏମ ଭିଭି ପାର୍ଟର ପ୍ରଦର୍ଶନ ସହ ମକ୍ପୋଲ କରାଯିବ । ଜିଲ୍ଲାର ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀର ୧୪ଟି ସଚେତନତା ରଥ ବାହାରି ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଲୋକଙ୍କୁ ସଚେତନ କରାଇବ । ଏହି ଇଭିଏମ ଭିଭି ପାର୍ଟ ମେସିନ ସବୁ ସୁରକ୍ଷିତ ଭାବେ ଲୋକଙ୍କ ଠାରେ ପହଞ୍ଚାଇ ମୋକ୍ପୋଲ ମାଧ୍ୟମରେ ସଚେତନ କରାଯିବ । ସେଥିପାଇଁ ପ୍ରତ୍ୟେକ ବ୍ଲକ, ପୌରପରିଷଦ, ପଞ୍ଚାୟତ ଓ ବୁଥ୍ ସ୍ତରରେ ପୂର୍ବପ୍ରସ୍ତୁତି ସରିଛି । ଡେମୋଷ୍ଟ୍ରେଟର ମାନଙ୍କ ମଧ୍ୟରେ ଦୁଇଟି ପର୍ଯ୍ୟାୟରେ ତାଲିମ କରାଯାଇଛି । ଅନ୍ୟ ପକ୍ଷରେ ପ୍ରତି ବ୍ଲକରେ ବ୍ଲକ ସ୍ତରୀୟ ଅସ୍ଥାୟୀ ଷ୍ଟ୍ରଙ୍ଗରୁମର ବ୍ୟବସ୍ଥା କରାଯାଇଛି । ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଏହି ଅବସରରେ ବାହାରିବାକୁ ଥିବା ୧୪ଟି ସଚେତନତା ରଥ ପ୍ରତ୍ୟେକ ରାଜସ୍ୱ ଗ୍ରାମକୁ ଯାଇ ଇଭିଏମ ଭିଭି ପାର୍ଟର ସହଜ ବ୍ୟବହାର ଉପରେ ସଚେତନ କରାଇବେ । ଏତଦ୍ବ୍ୟତୀତ ଜିଲ୍ଲାରେ ଚଳିତ ୨୦୧୯ ସାଧାରଣ ନିର୍ବାଚନ ପାଇଁ ୧୩,୨୨୫ ଜଣ ନୂତନ ଭୋଟର, ଭୋଟର ତାଲିକାରେ ସେମାନଙ୍କ ନାମ ପଞ୍ଜିକରଣ ପାଇଁ ଦରଖାସ୍ତ ଆବେଦନ କରିଛନ୍ତି । ଏହି ଦିଗରେ ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ୨୧ ତାରିଖ ଦିନ ନୂତନ ଭୋଟର ତାଲିକା ପ୍ରକାଶ ପାଇବ । ଚଳିତ ସାଧାରଣ ନିର୍ବାଚନ ସମୟରେ ନୂତନ ଭାବେ ଏବଂ ପ୍ରଥମ କରି ଇଭିଏମ ମେସିନ ସହିତ ଭିଭି ପାର୍ଟ ମେସିନ ବ୍ୟବହାର ହେବ । ଏହି ଭିଭିପାର୍ଟ କଣ ଏବଂ ଏହାର ଆବଶ୍ୟକତା କଣ ଓ ସରଳ ବ୍ୟବହାର ଉପରେ ସମସ୍ତ ଭୋଟର ମାନେ ଯେଭଳି ଜାଣି ଅବଗତ ହେବେ ଏହି ଇଭିଏମ ପାର୍ଟର ସରଳ ବ୍ୟବହାର ଉପରେ ସମସ୍ତ ଲୋକଙ୍କୁ ଡେମୋ ପ୍ରଦର୍ଶନ ସହ ମକ୍ପୋଲ କରାଯିବା ନେଇ ଏ ଦିଗରେ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶନାମା ରହିଥିବା ଜିଲ୍ଲାପାଳ ଅନୁପମ ସାହା ସାମ୍ୱାଦିକ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ । ଶେଷରେ ଭିଭିଏମ ପାର୍ଟର ବ୍ୟବହାର ଉପରେ ଜିଲ୍ଲାପାଳ ଅନୁପମ ସାହାଙ୍କ ଉପସ୍ଥିତିରେ ଡେମୋ ପ୍ରଦର୍ଶନ କରାଯାଇ ତାହାର ବିଭିନ୍ନ ଦିଗ ଉପରେ ମାଷ୍ଟର ଟ୍ରେନର ପ୍ରତାପ ପଣ୍ଡା ବୁଝାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀ, ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ, ନିର୍ବାଚନ ବିଭାଗ ଡେପୁଟି କଲେକ୍ଟର ଅଚ୍ୟୁତା ନନ୍ଦ ଜାନି ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ଚନ୍ଦ୍ର ନାୟକ ଉପସ୍ଥିତ ଥିଲେ ।