ହେଡଲାଇନସ୍:

ଲଗାତାର ଦ୍ୱିତୀୟ ବର୍ଷ ପାଇଁ ସ୍ୱର୍ଣ୍ଣ ପଦକ ଜିତିଲା ଓଡ଼ିଶା ନାଭାଲ ଟାଟା ହକି ଏଚ୍ପିସି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ତୃତୀୟ ହକି ଇଣ୍ଡିଆ କନିଷ୍ଠ ମହିଳା ଏକାଡେମି ଚାମ୍ପିୟନସିପ୍

ଭୁବନେଶ୍ୱର, ୨୫/୧୧/୨୦୨୫: ତୃତୀୟ ହକି ଇଣ୍ଡିଆ କନିଷ୍ଠ ମହିଳା ଏକାଡେମି ଚାମ୍ପିଅନସିପ୍ ରେ ପୁଣିଥରେ ଜାତୀୟସ୍ତରରେ ପ୍ରତିଭା ଦେଖାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଓଡ଼ିଶା ନାଭାଲ ଟାଟା ହକି ଏଚ୍ପିସି ମହିଳା ଟିମ୍ । ହରିୟାଣାର କର୍ଣ୍ଣାଲଠାରେ ଚାଲିଥିବା ଚାମ୍ପିୟନସିପରେ ଲଗାତାର ଦ୍ୱିତୀୟ ବର୍ଷ ପାଇଁ ଓଡ଼ିଶା ନାଭାଲ ଟାଟା ହକି ହାଇ ପରଫର୍ମାନ୍ସ ସେଂଟର (ଓଏନ୍ଟିଏଚ୍ଏଚ୍ପିସି)ର ମହିଳା ଟିମ୍ କୁ ସ୍ୱର୍ଣ୍ଣ ପଦକ ମିଳିଛି । ଗ୍ରାଣ୍ଡ୍ ଫିନାଲେରେ ରାଉଣ୍ଡ୍ଗ୍ଲାସ୍ ପଞ୍ଜାବ ହକି ଏକାଡେମିକୁ ୨-୦ରେ ପରାସ୍ତ କରି ଓଏନ୍ଟିଏଚ୍ଏଚ୍ପିସି ଟିମ୍ ଚମକôାର ଢଙ୍ଗରେ ଟୁର୍ଣ୍ଣାମେଂଟ୍ ସୁଇପ କରିଛି ।

ଟୁର୍ଣ୍ଣାମେଂଟ୍ରେ ଓଏନ୍ଟିଏଚ୍ଏଚ୍ପିସି ଟିମ୍ ଉନ୍ନତ ଖେଳ ପ୍ରଦର୍ଶନ ସହ ଶୃଙ୍ଖଳା ରକ୍ଷା ଓ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି ଏହି ସଫଳତା ଅର୍ଜନ କରିଛି ।
ଗ୍ରୁପ୍ ସ୍ତରରୁ ହିଁ ଟିମ୍ ଏହାର ଚମକôାର ପ୍ରଦର୍ଶନ ଆରମ୍ଭ କରିଥିଲା । ଗ୍ରୁପ୍ ସ୍ତରରେ ଏହା ସ୍ପୋର୍ଟସ୍ ଅଥରିଟି ଅଫ୍ ଗୁଜରାଟ ହକି ଏକାଡେମିକୁ ୩-୦ରେ ଏବଂ ମୁମ୍ବାଇ ସ୍କୁଲ ସ୍ପୋର୍ଟସ୍ ଆସୋସିଏସନ୍କୁ ୯-୦ରେ ପରାସ୍ତ କରିଥିଲା । ସେମି ଫାଇନାଲ୍ରେ ମଧ୍ୟ ସେମାନେ ସେହି ଧାରା ବଜାୟ ରଖି ଜୟ ଭାରତ ହକି ଏକାଡେମିକୁ ୪-୦ରେ ପରାସ୍ତ କରିଥିଲେ । ଫାଇନାଲ୍ରେ ମଧ୍ୟ ଓଏନ୍ଟିଏଚ୍ଏଚ୍ପିସି ଟିମ୍ ଧୈର୍ଯ୍ୟର ସହ ମ୍ୟାଚ ଖେଳି ଚାମ୍ପିୟନ ହୋଇଛି ।

ଷ୍ଟାର ମିଡ୍ଫିଲ୍ଡର୍ ପ୍ରଜ୍ଞା ପଟେଲ୍ ଉକôୃଷ୍ଟ ପ୍ରଦର୍ଶନ ପାଇଁ ଗ୍ରାଣ୍ଡ୍ ଫିନାଲେରେ ପ୍ଲେୟାର ଅଫ୍ ଦି ମ୍ୟାଚ୍ ହୋଇଛନ୍ତି । ପୁରା ମ୍ୟାଚରେ ପ୍ରଭାବଶାଳୀ ପ୍ରଦର୍ଶନ ପାଇଁ ତାଙ୍କୁ ଏହି ପୁରସ୍କାର ଦିଆଯାଇଥିଲା ।

ଲଗାତାର ଦ୍ୱିତୀୟ ବର୍ଷ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିବା ଏହି କ୍ରୀଡ଼ାବିତମାନଙ୍କର ସଫଳତା ହିଁ ଭବିଷ୍ୟତର ହକି ଚାମ୍ପିଅନ ପ୍ରସ୍ତୁତ କରିବା ଦିଗରେ ଓଏନ୍ଟିଏଚ୍ଏଚ୍ପିସିର ପ୍ରତିବଦ୍ଧତାକୁ ଦର୍ଶାଉଛି । ଏହା ଖେଳାଳି, ପ୍ରଶିକ୍ଷକ ଓ ସମଗ୍ର ହାଇ ପରଫର୍ମାନ୍ସ ଟିମ୍ର କଠିନ ପରିଶ୍ରମକୁ ପ୍ରତିଫଳିତ କରୁଛି ।

ଏହି ଉଲ୍ଲେଖନୀୟ ସଫଳତା ପାଇଁ ଓଡ଼ିଶା ନାଭାଲ ଟାଟା ହକି ଏଚ୍ପିସି ପକ୍ଷରୁ ଟିମ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଥିବା ବେଳେ ସମସ୍ତ ପ୍ରଶିକ୍ଷକ, ସହାୟକ ଓ ସହଯୋଗୀଙ୍କ ପ୍ରୟାସକୁ ପ୍ରଶଂସା କରାଯାଇଛି ।
ଓଡ଼ିଶା ନାଭାଲ ଟାଟା ହକି ଏଚପିସି ନିକଟରେ ଅନେକ ସଫଳତା ହାସଲ କରିଛି । ୧୪ ବର୍ଷରୁ କମ୍ ଗ୍ରାସରୁଟ୍ ବାଳକ ଟିମ୍ ୩୫ତମ କେ ଡି ସିଂହ ବାବୁ ହକି ଟୁର୍ଣ୍ଣାମେଣ୍ଟ ବିଜେତା ହୋଇଥିବା ବେଳେ ୯ତମ ଏସଏନବିପି ଅଲ୍ ଇଣ୍ଡିଆ ହକି ଟୁର୍ଣ୍ଣାମେଣ୍ଟରେ ରୌପ୍ୟ ପଦକ ହାସଲ କରିଛି । ସେହିପରି
ଜୁନିଅର ମହିଳା ଟିମ୍ ଏଚଏଓ ରାଜ୍ୟ ହକି ଚ୍ୟାମ୍ପିୟନସିପ୍ ବିଜେତା ହୋଇଛନ୍ତି ଏବଂ ଜୁନିଅର ପୁରୁଷ ଦଳ ରାଜ୍ୟ ଚାମ୍ପିୟନସିପରେ ତୃତୀୟ ସ୍ଥାନରେ ରହିଛନ୍ତି ।

 

0
0
0
s2sdefault