ଉଦଘାଟନୀ ରେ ହିଁ ବିହାର (ବକ୍ସର ଫୁଟବଲ କ୍ଲବ) ସେମିଫାଇନାଲକୁ ଉନ୍ନୀତ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଭଞ୍ଜଭୂମି ଭଞ୍ଜନଗର ସହର ମଧ୍ୟରେ ଥିବା କବିସମ୍ରାଟ ଷ୍ଟାଡିୟମରେ ସୋମବାର ୨୪ ତାରିଖ ୨୦୨୫ ଠାରୁ ସର୍ବଭାରତୀୟ ଭଞ୍ଜ ଟ୍ର ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି। ଉଦଘାଟନୀ ମ୍ୟାଚରେ ଆୟୋଜକ ଭଞ୍ଜନଗର ଫୁଟବଲ ଏକାଡେମୀ କୁ ୨ - ୧ ଗୋଲରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ବିହାରର ବକ୍ସର ଫୁଟବଲ କ୍ଲବ । ଭଞ୍ଜନଗର ନଗରପାଳ ଗୋପବନ୍ଧୁ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ଟୁର୍ନାମେଣ୍ଟ କୁ ଉଦଘାଟନ କରିଥିଲେ। ଟୁର୍ଣ୍ଣାମେଣ୍ଟର ସଭାପତି ବିଷ୍ଣପ୍ରସାଦ ପ୍ରଧାନ, ବ୍ଳକ ଅଧ୍ୟକ୍ଷ ନରିସଭା ନାଇକ, ରକ, ଧୀରେଶ ମହାନ୍ତି, ଗିରିଜା ଶଙ୍କର ଭୂୟାଁ, ଭୋଳି ସାହୁ ପ୍ରମୁଖ ଅତିଥି ଥିଲେ। ଉଦଘାଟନୀ ମ୍ୟାଚର ପ୍ରଥମାର୍ଦ୍ଧ ପ୍ରଥମାର୍ଦ୍ଧ ଖେଳ ଗୋଲ ଶୂନ୍ୟ ଭାବେ ଶେଷ ହୋଇଥିଲା। ଦ୍ବିତୀୟାଦ୍ଧର ୩୭ ମିନିଟରେ ବକ୍ସର ତରଫରୁ ଖେଳୁଥିବା ୨୨ ନମ୍ବର
ଖେଳାଳି ନାଇଜେରିଆର ପାକୋଏକ୍ସ ପ୍ରଥମ ଗୋଲ ସ୍କୋର କରିଥିଲେ। ଏହାର ମାତ୍ର ୩ ମିନିଟ ବ୍ୟବଧାନରେ ଭଞ୍ଜନଗର ଫୁଟବଲ ଏକାଡେମୀ ର ୧୦ ନମ୍ବର ଖେଳାଳି ଅନ୍ତର୍ଯ୍ୟାମୀ ନାୟକ ଗୋଲ ସ୍କୋର କରି ମ୍ୟାଚକୁ ସମାନ ସ୍ଥିତିକୁ ଆଣିଥିଲେ।
ମ୍ୟାଚର ୪୨ ମିନିଟରେ ମାତ୍ର ୨ ମିନିଟ ବ୍ୟବଧାନରେ ବକ୍ସର ଟିମର ୧୩ ନମ୍ବର ଖେଳାଳି ନାଇଜେରିଆରର ମେଲୋ ଦ୍ଵିତୀୟ ଗୋଲ ସ୍କୋର କରି ଦଳକୁ ୨-୧ ରେ ଅଗ୍ରଣୀ ରଖ୍ ବିଜୟ ଦେଇଥିଲେ। ଅପରପକ୍ଷରେ ଭଞ୍ଜନଗର ଟିମ ମ୍ୟାଚର ଉଭୟ ପ୍ରଥମାଦ୍ଧ ଓ ଦ୍ବିତୀୟାଦ୍ଧର ପ୍ରଥମରୁ ହିଁ ଦୁଇଟି ସୁଯୋଗରୁ ଫାଇଦା ଉଠାଇନପାରି ବିଜୟକୁ ହାତଛଡ଼ା କରିଥିଲେ । ଶେଷରେ ବକ୍ସର ଟିମର ୨୨ ନମ୍ବର ଖେଳାଳି ପାକୋଏକ୍ସଙ୍କୁ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହିପରି ଭାବରେ ଗୋଟିକ ପରେ ଗୋଟିଏ ଖେଳ ଅନୁଷ୍ଠିତ ହୋଇ ଆସନ୍ତା ୩୦ ତାରିଖ ରବିବାର ୨୦୨୫ ରେ ଫାଇନାଲ ଖେଳ ପ୍ରଦର୍ଶନ ହେବ।











