ହେଡଲାଇନସ୍:

ଦୁଇ ମାସ ତଳେ ବିଶୋଇ ଅଞ୍ଚଳର ନିଖୋଜ ଅକିଲଙ୍କ କାର ପୋଖରୀରୁ ଉଦ୍ଧାର ,କାର ଭିତରୁ ଗଳିତ ମୃତ ଦେହ ଉଦ୍ଧାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ଉପର ବେଡା ରାସ୍ତା କଡରେ ଥିବା ପୋଖରୀ ଭିତରୁ କାର ସହ ଗଳିତ ମୃତ ଦେହ ଉଦ୍ଧାର । ସୂଚନା ମୁତାବକ ବିଶୋଇ ଥାନା ଅନ୍ତର୍ଗତ ଟୁରକୁଚଟାଣି ଗ୍ରାମର ଗୁଲେସ ଚନ୍ଦ୍ର ଗୋଛୟତ ବିଗତ 11/09/25 ରିଖ ଗୁରୁବାର ଦିନ 4 ଘଟିକା ସମୟରେ OD11AF 8628 ALTO K10 ଯୋଗେ ବୋହୋଡା ଗୋଡା ଯାଉଛି କହି ଘରୁ ବାହାରି ଯାଇଥିଲେ । ତେବେ ପରିବାର ଲୋକ ଯୋଗାଯୋଗ କରିବାରୁ ଶ୍ରୀ ଗୋଛୟତ ପ୍ରତି ଉତ୍ତର ଦେଇଥିଲେ କି ମୁଁ ଖଡ୍ଗ ପୁର ପଳେଇ ଆସିଛି ରାତିରେ ଫେରିବି କହି ଫୋନ କାଟି ଦେଇଥିଲେ। ତେବେ ପରବର୍ତ୍ତୀ ସମୟରେ ମୋବାଇଲ ସୁଇଚଅପ ଓ ଘରକୁ ନ ଫେରିବାରୁ ତାଙ୍କ ସ୍ତ୍ରୀ ମନରେ ସନ୍ଦେହ ହେବାରୁ ବିଶୋଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଖୋଜାଖୋଜି କରିଥିଲେ ହେଲେ କୌଣସି ସନ୍ଧାନ ମିଳି ନ ଥିଲା ତେବେ ଆଜି ସକାଳ 6 ଘଟିକା ସମୟରେ ଝାରପୋଖରିଆ ଥାନା ଅନ୍ତର୍ଗତ ଉପରବେଡା ଗ୍ରାମର ଲୋକେ ପୋଖରୀ ଭିତରେ ଏକ କାର ପଶିଥିବା ଦେଖି ଝାରପୋଖରିଆ ଥାନା ଓ ସାରସକଣା ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ ତେବେ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପୋଚଂଛି ପୋଖରୀ ଭିତରୁ କାର କୁ ଉଦ୍ଧାର କରିଥିଲେ ଓ ତା ଭିତରେ ପଚି ଯାଇଥିବା ଏକ ଶବ ଉଦ୍ଧାର କରିଥିଲେ । ତେବେ ମୃତ ଶରୀରଟି ପଚିସଢୀ ଯାଇଥିବାରୁ ଚିନ୍ହଟ ପାଇଁ ତାଙ୍କ ପରିବାର ଲୋକଙ୍କୁ ଅପେକ୍ଷା କରିଛି ପୋଲିସ । ତେବେ ତାଙ୍କ ସଂପକୀୟ ଲୋକଙ୍କ କହିବା ମୁତାବକ ତାଙ୍କୁ ଅପହରଣ ପରେ ହତ୍ୟା କରିଥିବା ସନ୍ଦେହ କରାଯାଉଛି ବୋଲି କହିଛନ୍ତି ।

0
0
0
s2sdefault