ହେଡଲାଇନସ୍:

ସତ୍ୟ ଧର୍ମ ଶାନ୍ତି ପ୍ରେମ ସମାଜ ସଂସ୍କାରର ମୂଳ ମନ୍ତ୍ର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡଗାଁରେ ଭଗବାନ ଶ୍ରୀସତ୍ୟସାଇ ବାବାଙ୍କ ଜନ୍ମ ଶତବାର୍ଷିକୀ ମହୋତ୍ସବ ପାଳିତ

ଓଡଗାଁ,୨୪/୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡଗାଁ ଶ୍ରୀସତ୍ୟସାଇ ଆଧ୍ୟାତ୍ମିକ ଶିକ୍ଷା ଓ ସାମୂହିକ ସେବା କେନ୍ଦ୍ର ଆନୁକୂଲ୍ୟରେ ରବିବାର ଭଗବାନ ଶ୍ରୀସତ୍ୟସାଇ ବାବାଙ୍କ ଜନ୍ମ ଶତବାର୍ଷିକୀ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରାତଃ କାଳରେ ଓଁକାର, ସୁପ୍ରଭାତମ, ନଗର ସଂକୀର୍ତ୍ତନ, ଷୋଡଶ ଉପଚାର ପୂଜା ଓ ଘୃତ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଉତ୍ସବର ଅପରାହ୍ନ ଅଧିବେଶନରେ ସାଇ ସାହିତ୍ୟ ଓ ସାଇ ଅନୁଭୂତି ଆଲୋଚନା ସଭା ସାଇ ସେବା କେନ୍ଦ୍ର ଅଧ୍ୟକ୍ଷ ଆଦର୍ଶ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସଙ୍ଗଠନର ପ୍ରଥମ ଆବାହକ ଅଶୋକ କୁମାର ମହାପାତ୍ର ଏହାକୁ ସଂଯୋଜନା କରିଥିବା ବେଳେ ପୂଟପର୍ତ୍ତୀରେ ସତ୍ୟ ସାଇ ବାବାଙ୍କ ଜନ୍ମ ଶତବାର୍ଷିକୀ ମହୋତ୍ସବରେ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟ ପାଳିକାଙ୍କ ଏକତ୍ରିକରଣ ପୂର୍ବରୁ କେବେ ଏହି ଭଳି ଦେଖାଯାଇନଥିଲା, କି ଆଗକୁ କେବେ ଏପରି ସଂଯୋଗ ଦେଖିବାକୁ ମିଳିବ ତାହା ସମୟ ହିଁ କହିବ ବୋଲି କହିଥିଲେ । ଏଥିରେ ମୁଖ୍ୟ ଅତିଥି ସାମ୍ପ୍ରତିକି ସାମାଜିକ ସ୍ଥିତିରେ ସତ୍ୟ, ଧର୍ମ, ଶାନ୍ତି ଓ ପ୍ରେମହିଁ କେବଳ ଏକମାତ୍ର ଅସ୍ତ୍ର, ଯାହା ଦ୍ୱାରା ସମାଜରେ ସଂସ୍କାର ଆଣିବା ସମ୍ଭବ ହୋଇପାରିବ ବୋଲି କହିଥିଲେ । ଏହି ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ବାରା ସେବାରେ ନିଷ୍ଠାପର ବିଶ୍ବାସ ରଖିଥିବା ଭାଇ ଓ ଭଉଣୀ ମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା ।ସନ୍ଧ୍ୟାରେ ସତ୍ୟସାଇଙ୍କ ଶହେତମ ଜନ୍ମଦିନର ପ୍ରତୀକ ଭାବେ ଏକଶହ ପ୍ରଦୀପ ପ୍ରଜ୍ଜଳନ କରାଯାଇଥିଲା ।

0
0
0
s2sdefault