ହେଡଲାଇନସ୍:

ସୁଧିରଙ୍କୁ ଅପଦସ୍ତ କରାଗଲା କାହା ଇଙ୍ଗିତରେ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଗୁଣପୁର ରୁ ସିଦ୍ଧାର୍ଥ ଦାଶ‬: ରାୟଗଡା ଜିଲ୍ଲା ଗୁଣପୁର ଉପଖଣ୍ଡ ଅଧିନସ୍ଥ ରାମନାଗୁଡା ବ୍ଲକ ଠାରେ ଆୟୋଜିତ ହୋଇଯାଇଥିବା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟ ସମ୍ମାନିତ ଅତିଥି ଜିଲ୍ଲାପାଳ ମୋହଦୋୟା ଶ୍ରୀମତୀ ଗୁହା ପୁନମ ତାପସ କୁମାର , ଗୁଣୁପୁର ବିଧାୟକ ଶ୍ରୀ ତ୍ରିନାଥ ଗମାଙ୍ଗ , ରାୟଗଡ଼ା ବିଧାୟକ ଶ୍ରୀ ଲାଲ ବିହାରୀ ହମିରିକା ଓ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଶ୍ରୀ ସୁଧୀର ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ଗୁଣପୁର ବିଧାୟକ ନିଜ ବକ୍ତବ୍ୟରେ ଯଥାଶିଘ୍ର ପ୍ରକଳ୍ପର କାର୍ଯ୍ୟ  ତ୍ୱରାନ୍ୱିତ କରାଯିବାକୁ କହିଥିଲେ ।

ଏହି ସଭାରେ କିନ୍ତୁ ସମ୍ମାନିତ ଅତିଥି ଭାବେ ଡକାଯାଇଥିବା ଶ୍ରୀ ସୁଧୀର ଦାଶ ଙ୍କୁ ବକ୍ତବ୍ୟ ଦେବାକୁ ସୁଯୋଗ ଦେଇନଥିଲେ ଜିଲ୍ଲାପାଳ ଗୁହା ପୁନମ୍ । ତେବେ ଶ୍ରୀ ଦାସ ଯଦି କହିବାକୁ ସୁଯୋଗ ଦିଆ ନଗଲା କଣ ପାଇଁ ତାଙ୍କୁ ଡକାଯାଇଥିଲା ? କଣ ତାଙ୍କ ମୁହଁ ଦେଖିବାକୁ ???

ବକ୍ତବ୍ୟ ଦେବାକୁ ସୁଯୋଗ ନ ଦେବା ନେଇ ଜିଲ୍ଲାପାଳଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି ଶ୍ରୀ ସୁଧିର ଦାଶ । ଏହି ଘଟଣାକୁ ନେଇ ଜନ ସାଧାରଣ ଓ ବିଜେଡି କର୍ମୀଙ୍କ ମନରେ ତିବ୍ର ପ୍ରତିକ୍ରିୟା ସହ ଜିଲ୍ଲାପାଳ ମୋହଦୟା ଙ୍କ ଉପରେ ଜନ ଅସୋନ୍ତୋଷ ଦେଖାଦେଇଛି ।

ବିଜୁ ଜନତା ଦଳର ଆଦିବାସୀ ମହିଳା ନେତ୍ରୀଙ୍କ ପରେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ସୁଧୀର ଦାଶଙ୍କୁ ଜିଲ୍ଲାପାଳଙ୍କ ଦ୍ୱାରା ଅପମାନିତ ହେବାକୁ ପଡ଼ିଛି । କାହା ପ୍ରଭାବରେ ଜିଲ୍ଲାପାଲ ମହୋଦୟ ଜଣେ ନେତାଙ୍କୁ ଏଭଳି ଅପମାନିତ ବା ଆପଦସ୍ଥା କରିବାକୁ ଦୁଃସାହସ କରି ପାରୁଛନ୍ତି ବୋଲି ଚର୍ଚା ଚାଲିଛି |  ଶ୍ରୀ ଦାସଙ୍କୁ ସୁଯୋଗ ନଦେବା ପଛରେ କାହାର ଡାହାଣ ବା ବାଁ ହାତ ଭଳି କାମ କରୁଛି ବୋଲି ବିଜେଡି କର୍ମୀଙ୍କ ମହଲରେ ଚର୍ଚ୍ଚା ହେଉଛି | 

ଏପରି ପରିସ୍ଥିତି ରେ ଆନ୍ନା କାହାର ସପକ୍ଷବାଦୀତା କରିବେ ଓ କାହାକୁ ବିରୋଧ କରିବେ ତଥା ରାୟଗଡ଼ା ଜିଲ୍ଲାପାଳଙ୍କ ବଦଳି ନେଇ ଯେଉଁ ଚର୍ଚ୍ଚା ହେଉଛି ସେଥିରେ ବଦଳି ନିମନ୍ତେ ସହାୟକ ହେବେ ନା ଓଲଟା ତୀର ସୁଧୀରଙ୍କ ଆଡକୁ ମୁହାଁଇବ  ବୋଲି ରାଜନୈତିକ ସମୀକ୍ଷକ ପ୍ରଶ୍ନ ଉଠାଇଛନ୍ତି ।

 

0
0
0
s2sdefault