ହେଡଲାଇନସ୍:

୧୨ରେ ଭାରତୀୟ ତାଲିମପ୍ରାପ୍ତ ସେବିକା ସଂଘ( ଟି.ଏନ୍.ଏ.ଆଇ) ଓଡ଼ିଶା ଶାଖାର ନିର୍ବାଚନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଭାରତୀୟ ତାଲିମପ୍ରାପ୍ତ ସେବିକା ସଂଘ (ଟିଏନ୍ଏଆଇ) ଓଡ଼ିଶା ଶଖାର କାର୍ଯ୍ୟକାଳ ଗତ ଡ଼ିସେମ୍ବର ମାସରେ ସମାପ୍ତ ହୋଇଛି । ସେଥିପାଇଁ ନୂତନ କର୍ମକର୍ତ୍ତାମାନଙ୍କୁ ଚୟନ କରିବା ପାଇଁ ଆସନ୍ତା ୧୨ ତାରିଖ ଦିନ ଆଇଏମ୍ଏ ହାଉସ୍, ୟୁନିଟ୍-୬ଠାରେ ସକାଳ ୯ ଘଟିକାରୁ ୩ ଘଟିକା ପର୍ଯ୍ୟନ୍ତ ନିର୍ବାଚନ ଅନୁଷ୍ଠିତ ହେବ । ଏହି ନିର୍ବାଚନରେ ଅଂଶଗ୍ରହଣ କରିବାକୁ ଟିଏନ୍ଏଆଇ ଓଡ଼ିଶା ଶାଖା ପକ୍ଷରୁ ଅନୁରୋଧ କରାଯାଇଛି । 

ଏହି ସଂଗଠନ ସମଗ୍ର ଭାରତବର୍ଷର ସେବିକାମାନଙ୍କୁ  ନେଇ ଗଠିତ ହୋଇଛି । ପ୍ରତି ୪ବର୍ଷରେ ଥରେ ଏହାର ସଭ୍ୟସଭ୍ୟା ନିର୍ବାଚିତ ହୋଇଥାନ୍ତି । ସବୁ ବର୍ଗର ସେବିକାମାନେ ଏହି ସଂସ୍ଥାରେ ଅନ୍ତର୍ଭୁକ୍ତ ଅଟନ୍ତି ଯଥା : ଏ.ଏନ୍.ଏମ୍., ଜି.ଏନ୍.ଏମ୍., ଷ୍ଟାଫ ନର୍ସେସ, ନର୍ସିଂ ଟୁ୍ୟଟର, ପ୍ରିନ୍ସିପାଲ, ସ୍କୁଲ୍, କଲେଜସ୍ ଅଫ ନର୍ସିଂ ଆସିଷ୍ଟାଣ୍ଟ ଡ଼ାଇରେକ୍ଟର, ମାଟ୍ରନ, ଡ଼ିପିଏଚ୍ଏନ, ଡ଼ିଡ଼ିଏନ୍, ଜଏଣ୍ଟ ଡ଼ାଇରେକ୍ଟର, ପ୍ରଫେସର ଓ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନର ତାଲିମପ୍ରାପ୍ତ ସେବିକା ଏହି ସଂଘରେ ଅନ୍ତର୍ଭୁକ୍ତ ଅଛନ୍ତି । ୨୦୧୪ ମସିହା ଡ଼ିସେମ୍ବର ୧୪ ତାରିଖରେ ଅନୁଷ୍ଠିତ  ନିର୍ବାଚନରେ ସଭାପତି ଭାବରେ ଶ୍ରୀମତୀ ଫୁଲଣା କୁମାରୀ ଦେଇ ଏବଂ ସମ୍ପାଦକ ଭାବେ ଶ୍ରୀମତୀ କାଜଲରାଣି ସିହ୍ନା ନିର୍ବାଚିତ ହୋଇ କାର୍ଯ୍ୟ ସମ୍ପାଦିତ କରୁଥିଲେ । ଏହି ନିର୍ବାଚନର ସମୟସୀମା ଗତ ୧୪ ଡ଼ିସେମ୍ବର ୨୦୧୮ ପର୍ଯ୍ୟନ୍ତ ଥିଲା । ଯେହେତୁ ସେହି ସମୟରେ ଜାତୀୟସ୍ତରରେ ଟିଏନ୍ଏଆଇ କନଫରେନ୍ସ  ଗୋଆରେ ଥିଲା, ତେଣୁ ଓଡ଼ିଶା ନିର୍ବାଚନର ସମୟସୀମା ପରିବର୍ତ୍ତନ କରାଯାଇ ଚଳିତ ଜାନୁଆରୀ ୧୨ ତାରିଖକୁ ଧାର୍ଯ୍ୟ କରାଯାଇଅଛି । ସେହି ଦୃଷ୍ଟିରୁ ଜାତୀୟସ୍ତରରୁ ଆସିଥିବା ରିଟର୍ଣ୍ଣିଂ ଅଫିସର ଶ୍ରୀମତୀ ଏସ୍. ଶଶାଙ୍କନ, (ଉପସଭାପତି ପଶ୍ଚିମ ଜୋନ୍) ଓ ରାଜ୍ୟରୁ ରିଟର୍ଣ୍ଣିଂ ଅଫିସର ଭାବେ  ଚୟନ ହୋଇଥିବା ଶ୍ରୀମତୀ ବିଣାପାଣୀ ପ୍ରଧାନ ପ୍ରାର୍ଥୀପତ୍ର ଗୁଡ଼ିକୁ  ଚୟନ କରି ନିର୍ବାଚନ ନିମନ୍ତେ ଆବଶ୍ୟକୀୟ ପ୍ରସ୍ତୁତି ଶେଷ କରିଛନ୍ତି । ଆସନ୍ତା ୧୨ ତାରିଖରେ ହେବାକୁ ଥିବା ନିର୍ବାଚନରେ ଜିଲ୍ଲା ଠାରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ସମସ୍ତ ସଭ୍ୟସଭ୍ୟା ଏଥିରେ ଯୋଗ ଦେବା ପାଇଁ ସଂଘର ସମ୍ପାଦିକା ପ୍ରଭାତୀ ମହାନ୍ତି ଏବଂ ଟିଏନ୍ଏଆଇ ସମ୍ପାଦିକା କାଜଲରାଣି ସିହ୍ନା ଅନୁରୋଧ କରିଛନ୍ତି ।

 

0
0
0
s2sdefault