ହେଡଲାଇନସ୍:

କେନ୍ଦ୍ର ସରକାରଙ୍କ ଯୋଜନାରେ ସମତା, ସମାନତା, ସାମାଜିକ ନ୍ୟାୟ ଓ ଭାବନା ଜଡ଼ିତ ରହିଥାଏ : ପ୍ରଧାନମନ୍ତ୍ରୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- କେନ୍ଦ୍ରରେ ବିଜେପି ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ସମସ୍ତ ଯୋଜନାଗୁଡ଼ିକ ସମତା, ସମାନତା, ସାମାଜିକ ନ୍ୟାୟ ସହିତ ଭାତରବାସୀଙ୍କ ଭାବନା ଜଡ଼ିତ ରହିଥାଏ । ସରକାରଙ୍କ ଉଜ୍ଜ୍ୱଳା ଯୋଜନାରେ  ଜଶବିନ ଖାତୁନ ମଧ୍ୟ ସାମିଲ ହୋଇଛନ୍ତି । କେନ୍ଦ୍ରରେ ପୂର୍ବ ସରକାର ଭାରତରେ ୬୦ ପ୍ରତିଶତ ଶିଶୁ ଓ ଗର୍ଭବତୀ ମହିଳାମାନଙ୍କୁ ଟୀକାକରଣ କରାଇ ପାରି ନ ଥିବା ସମୟରେ ଭାଜପା ଇନ୍ଦ୍ରଧନୁଷ ଯୋଜନା ମାଧ୍ୟମରେ ସାଢେ଼ ୪ବର୍ଷରେ ଟୀକା କରଣକୁ ଘରେ ଘରେ ପହଁଞ୍ଚାଇବାରେ ସଫଳ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରିପଦା ଛଉପଡ଼ିଆରେ ଆୟୋଜିତ ସାଧାରଣ ସଭାରେ କହିଛନ୍ତି । ସେହିପରି କଂଗ୍ରେସର ନାମ ନ ଧରି ପୂର୍ବ ସରକାର ୨୦୦୪ରୁ ୧୦୧୪ ମଧ୍ୟରେ ଦେଶର ସୁରକ୍ଷା ବ୍ୟବସ୍ଥା ଖେଳ ଖେଳିବା ସାଂଗକୁ ଦେଶର ସେନାକୁ ଦୁର୍ବଳ କରାଇ ବେବା ନିମନ୍ତେ ଚକ୍ରାନ୍ତ କରିଥିଲେ । ଭାଜପା ଏହି ଚକ୍ରାନ୍ତରୁ ସେନାକୁ ବାହାରକୁ ଆଣିବା ନିମନ୍ତେ ପ୍ରୟାସ ଜାରି ରଖିଛି । ଦେଶର ପ୍ରଥମ ମହିଳା ପ୍ରତିରକ୍ଷାମନ୍ତ୍ରୀ ସଂସଦ ଭବନରେ ଏହି କୁଚକ୍ରିଙ୍କ ମୁଖା ଖୋଲି ଲୋକତନ୍ତ୍ରର ଗାରିମାକୁ ବଜାୟ ରଖିବାରେ ସଫଳ ହୋଇଛନ୍ତି । ସେମାନେ ଚୌକିଦାରକୁ ରାସ୍ତାରୁ ହଟାଇ ଦେବା ନିମନ୍ତେ ଉଦ୍ୟମ ଚଳାଇଛନ୍ତି । ଦେଶର ପୁରୁଣା ରାଜନୈତିକ ଦଳର ନେତା ଦେଶର ମହାପୁରୁଷ ଓ ମନିଷୀମାନଙ୍କ ତ୍ୟାଗ, ଆତ୍ମବଳୀଦାନ ଉଦେ୍ଧଶ୍ୟରେ ଭାରତ ମାତା ଧ୍ୱନୀ ଦେଲେ ତାହାକୁ ସହ୍ୟ କରି ନ ପାରି ଦେଶର ପୁରୁଣା ରାଜନୈତିକ ଦଳ ମୋଦୀ ଭାରତକୁ ବିଭାଜନ କରାଇବାକୁ ଚାହୁଁଛି ବୋଲି ଆରୋପ ଲଗାଉଛି । ଏବେଏବେ ବହୁମତ ନ ପାଇ ମଧ୍ୟପ୍ରଦେଶର ନୂଆ ସରକାର ବନେ୍ଦ ମାତମ୍ ରାଷ୍ଟ୍ରଗାନକୁ ନେଇ ବିବାଦୀୟ ହୋଇପଡ଼ିଛି । ସେହିପରି ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ନେତୃତ୍ୱରେ ପରିଚାଳିତ ବିଜେଡ଼ି ସରକାରର ନାମ ନ ଧରି ଭାରତ ଭକ୍ତି ଦେଶର ଆଜାଦି ଏବଂ ଏଥିରେ ମହିଳାମାନଙ୍କ ଭୂମିକା ସର୍ବାଗ୍ରେ । ମହିଳା ଓ ବେଟୀମାନଙ୍କ ସୁରକ୍ଷା ନିମନ୍ତେ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଆସୁଛି । ନାବାଳିକା ଦୁଷ୍କର୍ମ ନିମନ୍ତେ ଫାଶି ଦଣ୍ଡକୁ ଆଇନରେ ପରିଣତ କରିଥିବା ବେଳେ ଓଡ଼ିଶାରେ ସରକାରଙ୍କ ନାପର୍ବାହୀ କାରଣରୁ ଦୋଷୀ ଦଣ୍ଡପାଇବାରୁ ବଞ୍ଚିତ ହେଉଛି । ୪/୫ ବର୍ଷ ପୂର୍ବେ ଓଡ଼ିଶାର ଧାର୍ମସ୍ଥଳୀ ପୁରୀରେ ଏକ ବେଟୀ ଦୁଷ୍କର୍ମର ଶିକାର ହୋଇଥିବା ବେଳେ ଉପଯୁକ୍ତ ଯାଞ୍ଚ ଅଭାବରୁ ପିଡ଼ିତାକୁ ନ୍ୟାୟ ମିଳିପାରି ନାହିଁ । ତେଣୁ ଏହାର ପୁନଃ ଯାଞ୍ଚ କରାଇବା ନିମନ୍ତେ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବେ  ବୋଲି କହିଥିଲେ । ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ବାରିପଦା ସହରରେ ପବିତ୍ର ରଥଯାତ୍ରାରେ ମହିଳାମାନେ ଦେବୀ ସୁଭଦ୍ରାଙ୍କ ରଥକୁ ଟାଣିବା ମହିଳାମାନଙ୍କର ସମ୍ମାନ ଓ ସ୍ୱାଭିମାନଙ୍କୁ ବୃଦ୍ଧି କରାଇବା ସହିତ ମହିଳା ସଶକ୍ତି କରଣର ନାରା ଦେଇଆସୁଛି । ମହିଳା ସଶକ୍ତି କରଣ ନିମନ୍ତେ କେନ୍ଦ୍ର ସରକାର ନୂଆ ନୀତି ଓ ନୂଆ ଯୋଜନା କାର୍ଯ୍ୟକାରୀ କରାଇଛନ୍ତି । ଭାରତୀୟ ଜନତା ପାର୍ଟି ନିମନ୍ତେ ଗର୍ବର ବିଷୟଯେ, ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀ ସାନ୍ତାଳୀ ଭାହାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନିତ କରାଇଥିଲେ । ସ୍ୱାଧୀନତା ଆନେ୍ଦାଳନରେ ଓଡ଼ିଶାର ଆଦିବାସୀମାନଙ୍କ ଆତ୍ମବଳୀଦାନ, ତ୍ୟାଗ ଅତ୍ୟନ୍ତ ପ୍ରଶଂସନୀୟ । ମହାତ୍ମାଗାନ୍ଧୀଙ୍କ ଗୁଜୁରାଟର ଦାଣ୍ଡି ଓ ଓଡ଼ିଶାର ଇଞ୍ଚୁଡ଼ି ଲବଣ ସତ୍ୟାଗ୍ରହକୁ ଯୋଡ଼ି ଦେଇଥିଲେ । ଓଡ଼ିଶାବାସୀଙ୍କ ସ୍ନେହ ଓ ମମତା ମନ୍ତ୍ରମୁଗ୍ଧ କରିପକାଇଛି । ଓଡ଼ିଶାରୁ ବିକାଶ ଆରମ୍ଭ କରି ନୂଆ ଓଡ଼ିଶା ଓ ନୂଆ ଭାରତ ଗଠନ କରିବାର ସ୍ୱପ୍ନ ଦେଖିଛନ୍ତି । ଏଥି ନିମ,ନ୍ତେ ଆଜି ୪୫ ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପକୁ ଲୋକାର୍ପିତ କରାଇଛନ୍ତି । ଏଥି ନିମନ୍ତେ ସମସ୍ତେ ସହାୟତାର ହାତ ବଡ଼ାଇ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ । ବାରିପଦା ଛଉପଡ଼ିଆରେ ବିଜେପିର ରାଜ୍ୟ ସଭାପତି ବସ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ଜୟ ଜଗନ୍ନାଥ ଓ ସମସ୍ତଙ୍କୁ ନମସ୍କାରରୁ ଭାଷଣ ଆରମ୍ଭ କରିବା ସହିତ ଓଡ଼ିଆ ଭାଷା, ସ୍କୃତି ଓ ଓଡ଼ିଶା ପ୍ରଦେଶ ଗଠନରେ ପୁରୁଧା ସାଜିଥିବା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଙ୍କ ସହିତ ଓଡ଼ିଆ ଭାଷାକୋଷର ରଚୟିତା ମହାରାଜା ପୂଣ୍ଣଚନ୍ଦ୍ର ଭଞ୍ଜଦେଓ ଓ ସାନ୍ତାଳୀ ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ସ୍ମରଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ, ସୁରେଶ ପୁଜାରୀ, ସୁରମା ପାଢ଼ୀ, ବିଧାୟକ ଦଳ ନେତା କନକବର୍ଦ୍ଧନ ସିହଦେଓ, କେନ୍ଦ୍ର ସହସଂଗଠନ ମନ୍ତ୍ରୀ ସଦାମ ସିଂ, ଓଡ଼ିଶା ପ୍ରଭାରୀ ଅରୁଣ ସିଂ, ପ୍ରତାପ ଷଢ଼ଙ୍ଗୀ, ରେମୁଣା ବିଧାୟକ ଗୋବିନ୍ଦ  , ବିଷ୍ଣୁ ସେଠୀ, ମୟୂରଭଞ୍ଜ ଜିଲ୍ଲାପରିଷଦ ସଭାପତି ସୁଜାତା ମୁର୍ମୁ ପ୍ରମୁଖ ମଞ୍ଚାସୀନ ରହିଥିଲେ ।  

0
0
0
s2sdefault