ହେଡଲାଇନସ୍:

ଓଡ଼ଗାଁ ବନ ବିଭାଗ ହାତରେ ଶିକାରୀ ଗିରଫ, ବାରହା ମାଂସ, ଦେଶୀ ବନ୍ଧୁକ ସହିତ ସରଞ୍ଜାମ ଜବତ,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଓଡ଼ଗାଁ,୧୩।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲ୍ଲିକ, ବନପାଳ ସରିତା ବରାଳ, ବନରଖି ସୌମ୍ୟ ରଞ୍ଜନ ଦଳେଇ ଓ ଅନ୍ୟ ବନ କର୍ମଚାରୀମାନେ ଗୌଡପୁଟ ପଞ୍ଚାୟତ ଗୁଆନ୍ଦ ନିକଟ ଢିପିସାହିରେ ଗୁରୁବାର ଚଢ଼ାଉ କରି ବାରହାର କଟା ଗୋଡ଼, କଟା ମାଂସ, ଛାଲ ଏବଂ ଶାଳିଆପତନୀର ଲାଞ୍ଜ ସହିତ ଗୋଟିଏ ଦେଶୀ ବନ୍ଧୁକ, କାତି ଓ କୁରାଢି ଜବତ କରିବା ସହିତ ଶିକାରୀ ସନିଆ ନାୟକ(୫୮)କୁ ଗିରଫ କରିଥିଲେ। ଶିକାରୀ ଜଣକ ଢିପିସାହି ଗ୍ରାମ ର ବୋଲି ଜଣାପଡିଥିଲା । ତେବେ ଘଟଣାଟି ପଞ୍ଚରିଡା ବନାଞ୍ଚଳ ଅନ୍ତର୍ଗତ ହୋଇଥିବାରୁ ଖବର ପାଇ ପଞ୍ଚରିଡା ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଥିଲେ । ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଜବତ ସାମଗ୍ରୀ ସହିତ ଗିରଫ ଅଭିଯୁକ୍ତ ସନିଆକୁ ପଞ୍ଚରିଡା ବନ କର୍ମଚାରୀଙ୍କୁ ହସ୍ତାନ୍ତର କରିଥିଲେ । ଶୁକ୍ରବାର ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି ।

0
0
0
s2sdefault