ବଲାଙ୍ଗୀର, ଘନଶ୍ୟାମ ନାଗ (ବିଶେଷ ପ୍ରତିନିଧି):- ସଇଁତଳା ରାଜେନ୍ଦ୍ର ନାରାୟଣ ସିଂ
ଦେଓ ମିନି ଷ୍ଟାଡିଅମ ଠାରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉତ୍ସାହପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ବିଡିଓ ଉପେନ୍ଦ୍ର ମାଝୀ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ।
ସମ୍ମାନିତ ଅତିଥିଭାବେ ବ୍ଲକ ଅଧକ୍ଷା ମୋନିକା ସିଂ ଭୋଇ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକ ଡ଼. ଶରଧା ସିଂ ବରିହା, ଜିଲ୍ଲା ମତ୍ସ୍ୟ ଅଧିକାରୀ ପ୍ରଫୁଲ୍ଲ କୁଅଁର, ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ଜିଲ୍ଲା ପରିଷଦ ସଭ୍ୟ ପ୍ରମୋଦ କୁମାର ଭୋଇ, ହିମାଞ୍ଚଳ ବୁଡ଼େକ, ଏବଂ ସାଂସଦ ପ୍ରତିନିଧି ଅକ୍ଷୟ ରଣା ଉପସ୍ଥିତ ଥିଲେ। ସଭାରେ ଅତିଥିମାନେ କାମଧେନୁ ଯୋଜନା ଅଧୀନରେ ଗୋ, ମଇଁଷି, ବାଛୁରୀ ପାଳନ ଓ ଘାସ ଚାଷରେ ଚାଷୀମାନେ କିପରି ଲାଭବାନ ହୋଇପାରିବେ ସେନେଇ ଆଲୋକ ପାତ କରିଥିଲେ। ମାଛ ଚାଷ ସମ୍ପର୍କିତ ପୋଖରୀ ଖନନ ଓ ଉତ୍ପାଦନ ବୃଦ୍ଧି ପାଇଁ ଯାଆଁଳା ସୁବିଧା ଓ ସରକାରୀ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା। ମଞ୍ଚ ପରିଚାଳନା କରିଥିଲେ ମୁରିବାହାଲ ଏଭିଓ ଡ଼. ମୌସୁମୀ ବର୍ଷା ମାଝୀ।
ସ୍ବାଗତ ଭାଷଣ ଦେଇଥିଲେ ଏବିଡିଓ ଉପେନ୍ଦ୍ର ମାଝୀ ଓ ଧନ୍ୟବାଦ ଜଣାଇଥିଲେ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼. ଶୁଭେନ୍ଦୁ ଷଡ଼ଙ୍ଗୀ। ଏହି ଅବସରରେ ସଫଳ ଚାଷୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରାଣୀ ସମ୍ପଦ ବିଭାଗରୁ ଏକ ଚାଷୀ ଓ ମତ୍ସ୍ୟ ବିଭାଗରୁ ସଂଗୀତା ବାଗ ଙ୍କୁ ମାଛ ଉତ୍ପାଦନରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା।
ସେଥିପରେ ଚାଷୀମାନଙ୍କୁ ସରକାରୀ ସବସିଡି ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ କୁମ୍ଭାରୀ କଳା ପରିଷଦ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ ପ୍ରଦର୍ଶନ ହୋଇଥିଲା। ଏହି ଅବସରରେ ଡ଼. ପ୍ରମୋଦ କୁମାର ଭୋଇ, ଡ଼. ବବିତା ପାତ୍ର, ଡ଼. ସୁରମୟ ପଣ୍ଡା, ଡ଼. ତନ୍ମୟ ଅଧିକାରୀ, ଡ଼. ଭୋଗିନ୍ଦର ନାଥ ମେହେର, ଡ଼. ନିହାର ରଞ୍ଜନ ଦେବତା, ଏଲଆଇ କିରନ କୁମାର ପାଣିଗ୍ରାହୀ, ସଂଗୀତା ପଧାନ, ପ୍ରୋଗ୍ରାମ ଆସିଷ୍ଟାଣ୍ଟ ରିବୁଲ ଦେଓ, ଶଙ୍କର ଭୋଇ, ବିଜୟ ମାଝୀ, ଗଙ୍ଗାଧର ଗୌଡ଼, ଓ ଦେବଦତ୍ତ ସାହୁ ପ୍ରମୁଖ ଅଧିକାରୀ ଓ କର୍ମଚାରୀ ସହଯୋଗ କରିଥିଲେ।
ରାଜ୍ୟ
ସଇଁତଳା ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉଦଘାଟିତ
- Hits: 6











