ହେଡଲାଇନସ୍:

କାର୍ ଦୁର୍ଘଟଣା ରେ ଦୁଇ ମୃତ ଓ ଦୁଇ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): କବିସୂର୍ଯ୍ୟ ନଗର ଥାନା ଅନ୍ତର୍ଗତ ଗଙ୍ଗାପୁର ଗ୍ରାମ ରାସ୍ତା କଡ଼ ଏକ ଗଭୀର ଖାଲକୁ ଗୋଟିଏ କାର୍ ଖସି ଯାଇ ଚାଳକ ଓ ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଛି।ପଛରେ ବସିଥିବା ଦୁଇ ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମୃତ ଦୁଇ ଜଣ ପୁରୁଷୋତ୍ତମ ପୁର ଅଞ୍ଚଳର ସନ୍ତୋଷ କୁମାର ମହାପାତ୍ର ଓ ନିଳାଚଳ ମହାପାତ୍ର ବୋଲି ଜଣାପଡିଛି। ଅଞ୍ଚଳ ବାସିନ୍ଦା ଙ୍କ ଠାରୁ ପ୍ରକାଶ ଯେ ଗତକାଲି ବିଳମ୍ବିତ ରାତିରେ ଉକ୍ତ କାର୍ ରେ ୪ ଜଣ ଯାତ୍ରୀ ଆସୁଥିବା ବେଳେ ଏହି ଘଟଣା ଘଟିଛି। ଯାହା ଫଳରେ ସ୍ଥାନୀୟ ଲୋକେ ଭୋର୍ ଜାଣିବା ପରେ ଗାଡ଼ି ଓ ମୃତାହତଙ୍କୁ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତ ମାନଙ୍କୁ ଡାକ୍ତରଖାନାକୁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।

0
0
0
s2sdefault