ହେଡଲାଇନସ୍:

କୁରୁମୁଣ୍ଡାଳୀ ପ୍ରାଥମିକ ବିଦ୍ୟାଳୟ, ଶିକ୍ଷକ ଯୋଗାଇ ଦେବାକୁ ବିଇଓଙ୍କୁ ଅଭିଯୋଗ ଜଣାଇଲେ ଗ୍ରାମବାସୀ, ଛାତ୍ରଛାତ୍ରୀ ଓ ସ୍କୁଲ କମିଟି ସଭ୍ୟ,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୧୦।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ କଜଳାଇପଲ୍ଲୀ ପଞ୍ଚାୟତ କୁରୁମୁଣ୍ଡାଳୀ ପ୍ରାଥମିକ ବିଦ୍ୟାଳୟରେ ଏକମାସରୁ ଉର୍ଦ୍ଧ୍ବ ସମୟ ଧରି ଶିକ୍ଷକ ନଥିବାରୁ ଗ୍ରାମବାସୀ, ଛାତ୍ରଛାତ୍ରୀ ଓ ସ୍କୁଲ କମିଟି ଓଡ଼ଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ପାଖରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ କୁରୁମୁଣ୍ଡାଳୀ ପ୍ରାଥମିକ ବିଦ୍ୟାଳୟରେ ୬ଟି ଶ୍ରେଣୀକୁ ସର୍ବନିମ୍ନ ୨ ଜଣ ଶିକ୍ଷକ ନିଯୁକ୍ତି ହୋଇଥିବା ବେଳେ ଗତ ଏକମାସ ପୂର୍ବେ ଜଣେ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ଅନ୍ୟପକ୍ଷରେ ଏଠାରେ ଥିବା ଶିକ୍ଷକଙ୍କ ଶାରିରୀକ ଅସୁସ୍ଥତା ଯୋଗୁଁ ମଧ୍ୟାହ୍ନ ଭୋଜନ ସହିତ ବିଦ୍ୟାଳୟ ଆରମ୍ଭରୁ ଛୁଟି ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକୁ ଏକାକୀ ସାରିବା ଅସମ୍ଭବ ହୋଇପଡୁଛି । ପରିସ୍ଥିତି ଏବଂ ଅବସ୍ଥାକୁ ବିଚାରକରି ଯଥାଶୀଘ୍ର ଜଣେ ଶିକ୍ଷକ ଯୋଗାଇଦେବାକୁ କୁରୁମୁଣ୍ଡାଳୀ ଗ୍ରାମବାସୀଙ୍କ ତରଫରୁ ସଭାପତି କୃଷ୍ଣ ଚନ୍ଦ୍ର ରାଉତ, ସମ୍ପାଦକ ଛବି ରାଉତଙ୍କ ଓ କେତେକ ଛାତ୍ରଛାତ୍ରୀଙ୍କ ସହିତ ୧୫ ଜଣରୁ ଉର୍ଦ୍ଧ୍ଵ ଗ୍ରାମବାସୀ ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ଅଭିଯୋଗ କରିଛନ୍ତି ।

0
0
0
s2sdefault