ହେଡଲାଇନସ୍:

୪୮ଘଣ୍ଟାର ମହଲତ ପରେ ୮ ଦିନ ବିତିଲା, ନିଲମ୍ବନ ପ୍ରତ୍ୟାହାର ହୋଇନାହିଁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 
  • ମଶାବାରି ସରକାରୀ ଉଚ୍ଚବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିଲମ୍ବନ ଘଟଣା,

  • ୬ତାରିଖରେ ଜିଲ୍ଲାପାଳଙ୍କ ନିକଟରେ ଗ୍ରାମବାସୀଙ୍କ ଫେରାଦ,


ଓଡ଼ଗାଁ,୧୦।୧୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ମଶାବାରି ସରକାରୀ ଉଚ୍ଚବିଦ୍ୟାଳୟ ପ୍ରଧାନ ଶିକ୍ଷକ ଭାବଗ୍ରାହୀ ମହାପାତ୍ରଙ୍କ ନିଲମ୍ବନ ଆଦେଶକୁ ୪୮ ଘଣ୍ଟା ପରେ ୮ ଦିନ ବିତିଯାଇଥିଲେ ମଧ୍ୟ ନିଲମ୍ବନ ଆଦେଶ ପ୍ରତ୍ୟାହାର ହୋଇନାହିଁ । ଏନେଇ କେତେକ ଗ୍ରାମବାସୀ ସୋମବାର ଓଡ଼ଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏବଂ ଗ୍ରାମବାସୀମାନେ ଗତ ୦୬ ତାରିଖରେ ନୟାଗଡ଼ ଜିଲ୍ଲାପାଳଙ୍କ ଓଡ଼ଗାଁ ଗସ୍ତ ସମୟରେ ଭେଟି ପ୍ରଧାନ ଶିକ୍ଷକଙ୍କୁ ପୁନଃ ନିଯୁକ୍ତି ପାଇଁ ଜଣାଇଥିଲେ । ସୂଚନାଯୋଗ୍ୟ ଯେ ପ୍ରଧାନ ଶିକ୍ଷକ ଭାବଗ୍ରାହୀ ମହାପାତ୍ର ଛାତ୍ର ଛାତ୍ରୀ, ସ୍କୁଲ କମିଟି ସଦସ୍ୟ ଏବଂ ଅଭିଭାବକଙ୍କ ସହିତ ଗତ ଦୀପାବଳି ଅମାବାସ୍ୟା ସନ୍ଧ୍ୟାରେ ବିଦ୍ୟାଳୟ ପରିସରରେ ପ୍ରଦୀପ ପ୍ରଜ୍ବଳନ ଉତ୍ସବ ପାଳନ କରିଥିଲେ । ଏ ନେଇ ଅଭିଯୋଗ ହେବା ପରେ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଥିଲା । ତେବେ ନିଲମ୍ବିତ ପ୍ରଧାନ ଶିକ୍ଷକଙ୍କ ନିଲମ୍ବନ ପ୍ରତ୍ୟାହାର କରି ପୁନଃ ନିଯୁକ୍ତି ଦାବିରେ ଗତ ୦୩ ତାରିଖରେ ବିଦ୍ୟାଳୟ ଫାଟକରେ ତାଲା ପକାଇ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଓଡ଼ଗାଁ - ବାହାଡ଼ାଝୋଲା ରାସ୍ତାର ଫାଟକ ସାମନାରେ ସକାଳ ୧୦ ସମୟରେ ଧାରଣାରେ ବସିଥିଲେ । ଖବରପାଇ ଅତିରିକ୍ତ ବ୍ଳକ ଶିକ୍ଷା ଅଧିକାରୀ ରାଜକିଶୋର ସାହୁ ଓ ଅନ୍ୟ ଅଧିକାରୀମାନେ ପହଁଞ୍ଚି ଅଭିଭାବକ ମାନଙ୍କୁ ବୁଝାସୁଝା କରିଥିଲେ । ଅଭିଭାବକ ମାନେ ଏଥିରେ ରାଜି ହୋଇ ନଥିବାରୁ ଦାବି ମୁତାବକ ୪୮ ଘଣ୍ଟା ମଧ୍ୟରେ ପ୍ରଧାନ ଶିକ୍ଷକ ଭାବଗ୍ରାହୀ ମହାପାତ୍ରଙ୍କୁ ପୁନଃ ନିଯୁକ୍ତି ପାଇଁ ବ୍ଳକ ଅତିରିକ୍ତ ଶିକ୍ଷା ଅଧିକାରୀ ରାଜକିଶୋର ସାହୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ।

0
0
0
s2sdefault