ହେଡଲାଇନସ୍:

ବେଲଗୁଣ୍ଠା ବ୍ଲକ୍ ଖଇରପୁଟି ପଂଚାୟତ ଉଚ୍ଚ ବିଦ୍ୟାଳୟରେ ସ୍ଵଚ୍ଛତା ପକ୍ଷ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଲକ୍ ଖଇରପୁଟି ପଂଚାୟତ ଉଚ୍ଚ ବିଦ୍ୟାଳୟରେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରିଣୀ ଡ଼ାକ୍ତର ସବିତା ବେହେରାଙ୍କ ଅଧ୍ୟକ୍ଷତାରେ ସ୍ଵଚ୍ଛତା ପକ୍ଷ ପାଳନ ହୋଇଯାଇଛି I ଏଥିରେ ଅତିଥି ରୂପେ ବେଲଗୁଣ୍ଠା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ପାଢୀ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ମାଝୀ , ବିପିଏମ୍ ଦୂର୍ଗା ପ୍ରସାଦ ପଟ୍ଟନାୟକ,ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମାନସୀ ଦାସ, ଆୟୂଷ ଡ଼ାକ୍ତର ପାଣ୍ଡବ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ I ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ୍, ବିତର୍କ ପ୍ରତିଯୋଗିତl ଅନୁଷ୍ଠିତ କରାଯାଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା I ଏହାସହିତ ଗ୍ରାମରେ ଏକ ସଚେତନତା ଶୋଭାଯାତ୍ରା କରାଯାଇ ଗ୍ରାମବାସୀଙ୍କୁ ସ୍ଵଚ୍ଛତା ସମ୍ପର୍କରେ ସଚେତନ କରାଯିବା ସହିତ ବୃକ୍ଷରୋପଣ କରାଯାଇଥିଲା I ପାଲା, ଦାଶକାଠି ଭଳି ଲୋକକଳା ମାଧ୍ୟମରେ ମଧ୍ୟ ଜନ ସଚେତନତା ସୃଷ୍ଟି କରାଯାଇଥିଲା I କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ I ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରିଣୀ ଡ଼ାକ୍ତର ବେହେରା ଧନ୍ୟବାଦ ଜ୍ଞାପନ କରିଥିଲେ I

0
0
0
s2sdefault