ହେଡଲାଇନସ୍:

ଯୁବପିଢ଼ିଙ୍କୁପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ସଶକ୍ତ କରିବଏଏମ୍/ଏନଏସ୍ ଇଣ୍ଡିଆ 'ଦକ୍ଷ ଏକାଡେମୀ'

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରାଦ୍ଵୀପ, ୦୬ ନଭେମ୍ବର ୨୦୨୫ :ସ୍ଥାନୀୟ ଯୁବପିଢ଼ିମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟରେଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ), ଗୁରୁକୁଳ ଫାଉଣ୍ଡେସନର ସହଯୋଗରେ ଜଗତସିଂହପୁର ଜିଲ୍ଲାର ପାରାଦ୍ଵୀପଗଡ଼ଠାରେ 'ଦକ୍ଷ ଏକାଡେମୀ'ପ୍ରତିଷ୍ଠା କରିଛି। ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ (ସ୍ଵାଧୀନ) ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଦ୍ୱାରା ଏହି କୋଚିଂ ସେଣ୍ଟରକୁ ଉଦଘାଟନ କରାଯାଇଛି । ଆଇଏଏସ୍, ଓଏଏସ୍, ବ୍ୟାଙ୍କିଙ୍ଗ୍, ରେଳବାଇ, ପ୍ରତିରକ୍ଷା, ଓଏସଏସସି, ଓଏସଏସଏସସି, ଓପିଏସସି, କ୍ଲର୍କ,ଶିକ୍ଷକ, ସଚିବାଳୟ ଏବଂ ଅନ୍ୟାନ୍ୟପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଆଶାୟୀମାନଙ୍କୁ ମାଗଣା, ଉଚ୍ଚମାନର କୋଚିଂ ପ୍ରଦାନ କରିବାଏଏମ୍ / ଏନ୍ଏସ୍ ଇଣ୍ଡିଆର ପ୍ରମୁଖ ସିଏସ୍ଆର୍ ପଦକ୍ଷେପ "ଦକ୍ଷ" ଅଧୀନରେ ପ୍ରତିଷ୍ଠିତ ଏହି କେନ୍ଦ୍ରର ମୁଖ୍ୟ ଉଦ୍ଦେଶ୍ୟ ।
ସ୍ମାର୍ଟ ଶ୍ରେଣୀଗୃହ, କ୍ୟାରିୟର କାଉନସେଲିଂ, ଡିଜିଟାଲ୍ ଲାଇବ୍ରେରୀ,ୱାଇ-ଫାଇ ସହିତ କମ୍ପ୍ୟୁଟର ଲ୍ୟାବ୍ ଏବଂ ଅଭିଜ୍ଞ ଅଧ୍ୟାପକଙ୍କୁ ନେଇ ସୁସଜ୍ଜିତ ଦକ୍ଷ ଏକାଡେମୀ ଛାତ୍ରଛାତ୍ରୀମାନଙ୍କୁ ରୋଜଗରକ୍ଷମ ଏବଂ ଆତ୍ମବିଶ୍ୱାସ ବୃଦ୍ଧି ପାଇଁ ସଫ୍ଟ-ସ୍କିଲ୍ ପ୍ରଶିକ୍ଷଣ, ସାକ୍ଷାତକାର ନିମନ୍ତେ ପ୍ରସ୍ତୁତି ଏବଂ ବ୍ୟକ୍ତିତ୍ୱ ବିକାଶ ଅଧିବେଶନମଧ୍ୟ ଆୟୋଜନ କରିବ।
ଉଦଘାଟନୀ ଉତ୍ସବରେ ପାରାଦ୍ଵୀପଗଡ଼ର ସରପଞ୍ଚ ଶ୍ରୀମତୀ ସସ୍ମିତା ବେହେରା, ନୂଆଗଡ଼ର ସରପଞ୍ଚ ଶ୍ରୀ ଦେବେନ୍ଦ୍ର ରାଉତ, ଭୂତମୁଣ୍ଡାଇ ସରପଞ୍ଚ ଶ୍ରୀ ରୋହିତ ଜେନା, ଏଏମ/ଏନଏସ ଇଣ୍ଡିଆର ପାରାଦ୍ଵୀପ ପେଲେଟ ପ୍ଲାଣ୍ଟର ମୁଖ୍ୟ ଶ୍ରୀ ୟୁଏସଆର ରାଜୁ, ଏଏମ/ଏନଏସ ଇଣ୍ଡିଆର ସିଏସ୍ଆର୍ ମୁଖ୍ୟ ଡକ୍ଟର ବିକାଶ ଯାଦଭେନ୍ଦୁ, ବରିଷ୍ଠ ଆଇନଜୀବୀ ଶ୍ରୀ ସଞ୍ଜୟ ବେହେରା, ଗୁରୁକୁଳ ଏକାଡେମୀର ନିର୍ଦ୍ଦେଶକ ତଥା ପ୍ରତିଷ୍ଠାତା ଶ୍ରୀ ସୁରଜ ମିଶ୍ର, ଅନୁଷ୍ଠାନର ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ଲୋକମାନେ ଉପସ୍ଥିତଥିଲେ।
ଏହି ଅବସରରେ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ପାରାଦ୍ଵୀପଗଡ଼ରେ ବହୁ ପ୍ରତିକ୍ଷିତ ଏଭଳି ଏକ ଏକାଡେମୀ ପ୍ରତିଷ୍ଠା ପାଇଁ ଏଏମ୍/ଏନ୍ଏସ୍ ଇଣ୍ଡିଆକୁ ପ୍ରଶଂସା କରିଥିଲେ । ସରକାରୀ ସେବା ଓ ଅନ୍ୟାନ୍ୟ କ୍ଷେତ୍ରରେ ଏକ ସଫଳ ଭବିଷ୍ୟତ ଗଢିବା ପାଇଁ ନିଜକୁ ପ୍ରସ୍ତୁତ କରିବା ପାଇଁ ସେ ସ୍ଥାନୀୟ ଯୁବପିଢ଼ିମାନଙ୍କୁ ଏହି ସୁଯୋଗର ସଦୁପଯୋଗ କରିବାକୁ ଏବଂ ଏକାଡେମୀରେ ବହୁ ସଂଖ୍ୟାରେ ନାମ ଲେଖାଇବାକୁ କହିଥିଲେ।
ଏହି ଅବସରରେ ୟୁଏସ୍ଆର୍ ରାଜୁ କହିଛନ୍ତି, "ଏଏମ୍/ଏନ୍ଏସ୍ ଇଣ୍ଡିଆ ସର୍ବଦାଶିକ୍ଷା କ୍ଷେତ୍ରକୁ ଗୁରୁତ୍ଵ ଦେଇଆସିଛି । ବିଭିନ୍ନ କ୍ୟାରିୟର ଭିତ୍ତିକ ପଦକ୍ଷେପ ମାଧ୍ୟମରେ, କମ୍ପାନୀ ଛାତ୍ରଛାତ୍ରୀମାନଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍କର୍ଷତା ହାସଲ କରିବା ପାଇଁ ଆବଶ୍ୟକ ଜ୍ଞାନ ଏବଂ ଦକ୍ଷତା ସହିତ ସଜ୍ଜିତ କରିବାକୁ ଲକ୍ଷ୍ୟ ରଖିଛୁ । ଆଶାୟୀ ପ୍ରାର୍ଥୀଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବା ଏବଂ ସେମାନଙ୍କ କ୍ୟାରିୟର ଗଢିବା ଦିଗରେ ଦକ୍ଷ ଏକାଡେମୀର ଶୁଭାରମ୍ଭ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।“
ଏଏମ୍ / ଏନଏସ୍ ଇଣ୍ଡିଆ ସ୍ଥାନୀୟ ଯୁବପିଢ଼ିମାନଙ୍କ ମଧ୍ୟରେ ଏକାଡେମିକ୍ ଉତ୍କର୍ଷତା ବୃଦ୍ଧି କରିବାକୁ ଏବଂ ଏକ ଉଜ୍ଜ୍ୱଳ ଭବିଷ୍ୟତର ସ୍ୱପ୍ନକୁ ପୂରଣ କରିବାକୁ ପ୍ରତିଶ୍ରୁତିବଦ୍ଧ ।

 

0
0
0
s2sdefault