ଭଦ୍ରକ(ସତ୍ୟ ଭୂଷଣ ସ୍ୱାମୀ) ଭଦ୍ରକ ଜିଲ୍ଳାସ୍ତରୀୟ ସାଧାରଣନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଜିଲ୍ଲା ସଂସ୍କୁତିଭବନ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଭଦ୍ରକର ଜିଲ୍ଲାପାଳ ଜ୍ଞାନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆରକ୍ଷୀ ଅଧିକ୍ଷକ ପଣ୍ଡିତ ରାଜେଶ ଉତ୍ତମ ରାଓ, ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କ ସମେତ ଜିଲ୍ଳାସ୍ତରୀୟ ଅଧିକାରୀ,ବିଭିନ୍ନ ଅନୁଷ୍ଠିତର ଶିକ୍ଷକ-ଶିକ୍ଷୟତ୍ରୀ,ବରିଷ୍ଠ ନାଗରିକ ,ବୁଦ୍ଧିଜୀବି, ଗଣମାଧ୍ୟମର ପ୍ରତିନିଧିମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଚଳିତବର୍ଷ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସକୁ ସରସ ଓ ସୁନ୍ଦରଭାବେ ପାଳନ କରାଯିବାକୁ ସେଥିପାଇଁ ଜିଲ୍ଲାପାଳ ଜ୍ଞାନ ଦାସ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସର୍ମ୍ପକ ଅଧିକାରୀ ଗୋଲଖ ଚନ୍ଦ୍ର ବେହେରା ସାଧାରଣତନ୍ତ୍ର ଦିବସର କାର୍ଯ୍ୟକ୍ରମ ସଂମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ବୈଠକରେ ଆଲୋଚନା କ୍ରମେ ସାଧାରଣତନ୍ତ୍ର ଦିବସ ଦିନ ପ୍ରାତଃ ସମୟରେ ସୂଚନା ଓ ଲୋକସମ୍ପର୍କବିଭାଗ ପକ୍ଷରୁ ରାମଧୁନ୍ ପ୍ରଚାର, ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରଭାତଫେରି , ସହରର ମୁଖ୍ୟ ରାସ୍ତାପାଶ୍ୱର୍ରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ । ସେହିପରି ସକାଳ ୮.୩୦ ସମୟରେ ନେହେରୁ ଷ୍ଟାଡ଼ିୟମ ଠାରେ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ୨୦୧୯ ପାଳନ ଉସôବରେ ମୁଖ୍ୟଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରିବା ସହ ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିବେ । ବିଭିନ୍ନ ଅନୁଷ୍ଠିତର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ସହ ପୁରସ୍କାର ପ୍ରଦାନ କରାଯିବ । ଏହି ଜିଲ୍ଲାସ୍ତରୀୟ ପ୍ୟାରେଡ଼ରେ ମହାବିଦ୍ୟାଳୟ , ଉଚ୍ଚବିଦ୍ୟାଳୟ ସ୍ତରୀୟ ଏନସିସି , ସ୍କାଉଡ଼, ଗାଇଡ଼ି, ରେଡ଼କ୍ରସ ସିଭିଲିଆନ୍ଙ୍କ ଦ୍ୱାରା ଶ୍ରେଷ୍ଠ ପ୍ରଦର୍ଶିତ ହୋଇଥିବା ଟ୍ରୁଫ୍ ମାନଙ୍କୁ ସିଲଡ଼ି ପ୍ରଦାନ କରାଯିବ । ଏହି ଅବସରରେ ସ୍କୁଲପିଲାମାନଙ୍କ ଦ୍ୱାରା ଜାନୁୟାରୀ ୧୬ରୁ ୧୯ତାରିଖ ମଧ୍ୟରେ ଚିତ୍ରାଙ୍କନ, ପ୍ରବନ୍ଧ , ବକ୍ତୃତା ଓ ଦେଶାତ୍ମକ ସଂଙ୍ଗୀତ ପ୍ରତିଯୋଗିତା ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହେବ । ସେହିପରି ଉକ୍ତ ଦିବସରେ ଚିତ୍ରକଳା ପ୍ରଦର୍ଶନ, ରକ୍ତଦାନ ଶିିବିର, ସଦର ଡ଼ାକ୍ତରଖାନାରେ ରୋଗୀ ମାନଙ୍କୁ ଫଳ ବଣ୍ଟନ , ସ୍ୱତନ୍ତ୍ର ଉପକାରାଗାରରେ ଅନ୍ତେବାସୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯିବା ସହ ବନ୍ଧୁତ୍ୱପୂର୍ଣ୍ଣ କିକ୍ରେଟ୍ ମ୍ୟାଚ ଓ ଫୁଟବଲ୍ ମ୍ୟାଚ ଅନୁଷ୍ଠିତ ହେବ । ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ୟାମଭକ୍ତ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।