ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, କାର୍ତ୍ତିକ ମହା ପଞ୍ଚୁକ ବ୍ରତ ଚାଲିଥିବା ବେଳେ ଆଜି ପବିତ୍ର ବଡ଼ ଏକାଦଶୀ ଉପଲକ୍ଷେ ବେଲଗୁଣ୍ଠା ଜଗନ୍ନାଥ ମନ୍ଦିରରେ ବହୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି I ଆଜି ଭୋର୍ ରୁ ଜଗନ୍ନାଥ ମନ୍ଦିରରେ ଦ୍ୱାରା ଫିଟା ନୀତି ହେବା ପରେ ରୀତିନୀତି ମୁତାବକ ପୂଜା, ମଙ୍ଗଳ ଆଳତି ଏବଂ ଭୋଗ ଅନୁଷ୍ଠିତ ହୋଇଥିଲା I ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦେଖିବା ପାଇଁ ହଜାରେରୁ ଊର୍ଦ୍ଧ୍ୱ ଭକ୍ତଙ୍କ ଭିଡ଼ ହୋଇଥିବା ବେଳେ ଦିନ ସାରା ଏହି ଗହଳି ଲାଗି ରହିଥିଲା I କାର୍ତ୍ତିକ ହବିଷ୍ୟାଳି ମାନେ ମଧ୍ୟ ଆଜି ଜଗନ୍ନାଥ ମନ୍ଦିରରେ ସ୍ଵତନ୍ତ୍ର ବିଧିରେ ଏକାଦଶୀ ବ୍ରତ ପାଳନ କରିଥିଲେ I ଦିନ ସାରା ମନ୍ଦିର ପରିସରରେ ଭଜନ ସଙ୍କୀର୍ତ୍ତନ ଲାଗିଥିଲା I ଛୋଟ ଛୋଟ ଶିଶୁଙ୍କ ଦ୍ୱାରା ରାଧାକୃଷ୍ଣ ବେଶ ମଧ୍ୟ ହୋଇଥିଲା I ବାଙ୍କ ବଜାରରେ ଅନୁଷ୍ଠିତ ଅଖଣ୍ଡ ନାମ ଯଜ୍ଞରେ ହବିଷ୍ୟାଳିମାନେ ୧୦୮ ବେଢ଼ା ପରିକ୍ରମା କରିଥିଲେ I ସନ୍ଧ୍ୟା ସମୟରେ ସନ୍ଧ୍ୟା ଆଳତି ଅନୁଷ୍ଠିତ ହେବା ସହିତ ଜଗନ୍ନାଥ ମନ୍ଦିର, ଲକ୍ଷ୍ମୀ ମନ୍ଦିର ଏବଂ ନୃସିଂହ ମନ୍ଦିରରେ ମହାଦୀପ ଉଠିଥିଲା I ବେଲଗୁଣ୍ଠା ସହରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା I
ରାଜ୍ୟ
ବଡ଼ ଏକାଦଶୀ ଉପଲକ୍ଷେ ବେଲଗୁଣ୍ଠା ଜଗନ୍ନାଥ ମନ୍ଦିରରେ ପ୍ରବଳ ଜନସମାଗମ
- Hits: 9











