ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବର୍ତ୍ତମାନ ସୁବିଧାରେ ଜମିଟିଏ ଘରଟିଏ କରିବା ପାଇଁ ପ୍ରତ୍ୟେକ ଲୋକ ସପ୍ନ ଦେଖନ୍ତି I ବହୁ ଲୋକ ସୁବିଧାରେ ଜମିଟିଏ କିଣିବା ପାଇଁ ଦଲାଲ୍ ମାନଙ୍କର ସହାୟତା ମଧ୍ୟ ନିଅନ୍ତି I ବହୁ ସମୟରେ ଜମି ଦଲାଲ୍ ମାନେ ଲୋକଙ୍କୁ ସାହାଯ୍ୟ କରିବା ଜାଗାରେ ସେମାନଙ୍କୁ ବିଭିନ୍ନ ଉପାୟରେ ଠକି ସେମାନଙ୍କୁ ସର୍ବସ୍ୱାନ୍ତ କରିଦିଅନ୍ତି I ଏହିଭଳି ବେଲଗୁଣ୍ଠା ଥାନା ଅଞ୍ଚଳରେ ଜମି ବିକ୍ରି ନାମରେ ନୀରିହ ଲୋକଙ୍କ ଠାରୁ ଟଙ୍କା ଠକି ନେଉଥିବା ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ବେଲଗୁଣ୍ଠା ପୋଲିସ୍ I ଗିରଫ ଯୁବକ ଜଣଙ୍କ ହେଲେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ପାଟରାପଲ୍ଲୀ ଗ୍ରାମର ନନ୍ଦ କିଶୋର ଗୌଡ଼ (୨୫) I ସୂଚନା ପ୍ରକାରେ ନନ୍ଦ କିଶୋର ବେଲଗୁଣ୍ଠା ଥାନା ଅନ୍ତର୍ଗତ ଠେଙ୍ଗାଧର ରୋଡ଼୍ ନିବାସୀ ସନ୍ନ୍ୟାସୀ ପଣ୍ଡା ଏବଂ ତାଙ୍କ ପରିବାର ଲୋକଙ୍କୁ ଜମି ବିକ୍ରି କରିବ କହି ସେମାନଙ୍କ ଠାରୁ ଏକ କୋଟି ଦଶ ଲକ୍ଷ ଛୟାଳିଶି ହଜାର ଟଙ୍କା ନେଇଯାଇଥିଲା I କିନ୍ତୁ ଜମି ବିକିବା ତ ଦୂରର କଥା ସେ ସବୁ ଟଙ୍କା ନେଇ ଫେରାର୍ ହୋଇଯାଇଥିଲା I ଏନେଇ ସନ୍ନ୍ୟାସୀ ବେଲଗୁଣ୍ଠା ଥାନାରେ ଅଭିଯୋଗ କରିଥିଲେ I ସନ୍ୟାସୀଙ୍କ ଅଭିଯୋଗକୁ ଭିତ୍ତିକରି ବେଲଗୁଣ୍ଠା ପୋଲିସ୍ ଗତ ଜୁନ୍ ମାସରେ ୩୨୫/୨୫ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଶନିବାର ରାତିରେ ନନ୍ଦ କିଶୋରକୁ ଗିରଫ କରିବା ସହିତ ଆଜି ଭଞ୍ଜନଗର କୋର୍ଟଚାଲାଣ କରାଯାଇଥିବା ବେଲଗୁଣ୍ଠା ଥାନା ଅଧିକାରୀ ରେବତୀ ଶବର ଏକ ପ୍ରେସ୍ ବିବୃତ୍ତି ପ୍ରକାଶ କରିଛନ୍ତି I ଏହା ସହିତ ଜମି କାରବାର ସମ୍ପର୍କିତ କାଗଜ ପତ୍ର, ବ୍ୟାଙ୍କ୍ କାରବାର ସମ୍ପର୍କିତ ମୋବାଇଲ୍ ସ୍କ୍ରିନ୍ ସଟ୍,ଟଙ୍କା କାରବାର ସମ୍ପର୍କିତ ବ୍ୟାଙ୍କ୍ ତଥ୍ୟ ମଧ୍ୟ ଜବତ କରାଯାଇଥିବା ପୋଲିସ୍ ସୂତ୍ରରୁ ପ୍ରକାଶ I
ରାଜ୍ୟ
ଜମି ବିକ୍ରି ନାମରେ ଠକେଇ ; ଯୁବକ କୋର୍ଟ୍ ଚାଲାଣ
- Hits: 11











