ଓଡଗାଁ,୨।୧୨(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ଆଥଲେଟିକ ଆସୋସିଏସନ ଆନୁକୂଲ୍ୟରେ ୫ ତାରିଖରୁ ୧୩ ତମ ଓପନ ରାପିଡ଼ ଚେସ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଉଥିବା ନେଇ ଅନୁଷ୍ଠାନ ତରଫରୁ ସୂଚନା ମିଳିଛି । ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ତଥା ପୃଷ୍ଠପୋଷକ ଖେଳ ମଣିଷ ଦିବାକର ନାୟକଙ୍କ ଜନ୍ମଦିନ ଅବସରରେ ସଦସ୍ୟମାନେ ମାନଙ୍କ ଦ୍ଵାରା ଏହି ଟୁର୍ଣ୍ଣାମେଣ୍ଟର ଅନୁଷ୍ଠିତ ହୋଇ ଆସୁଛି । ଆଗ୍ରହୀ ସ୍କୁଲ କଲେଜ ଓ ବିଭିନ୍ନ ଅନୁଷ୍ଠାନର ଚେସ ଖେଳାଳୀ ଏଥିରେ ଅଂଶଗ୍ରହଣ କରିବାକୁ ସମ୍ପାଦକ କିମ୍ବା ମୋବାଇଲ ନମ୍ବର ୮୨୪୯୪୦୧୪୦୯ ଓ ୯୩୩୭୩୦୫୩୮୦ ରେ ଯୋଗାଯୋଗ କରି ନାମ ପଞ୍ଜିକୃତ କରିପାରିବେ । ପ୍ରତିଯୋଗୀ ଖେଳାଳୀଙ୍କ ନିମନ୍ତେ ଆବଶ୍ୟକ ରହିବା ଓ ଖାଇବାର ସୁବନ୍ଦୋବସ୍ତ କରାଯାଇଛି । ସ୍କୁଲ ଓ କଲେଜ ଛାତ୍ରୀଛାତ୍ରଙ୍କ ନିମନ୍ତେ ସ୍ୱତନ୍ତ୍ର ପୁରସ୍କାର ବ୍ୟବସ୍ଥା କରାଯାଇଛି । ଗ୍ରାମାଞ୍ଚଳରୁ ସହର ପର୍ଯ୍ୟନ୍ତ ଚେସ ଖେଳ ପ୍ରତି ଆଗ୍ରହ ଓ ସଚେତନତା ବୃଦ୍ଧି ନିମନ୍ତେ ଏଭଳି ଟୁର୍ଣ୍ଣାମେଣ୍ଟକୁ ସାଧାରଣରେ ବେଶ ପ୍ରଶଂସା ମିଳିଥିଲା ବେଳେ ଏହାକୁ ଉପଭୋଗ କରିବାକୁ ଅନୁରୋଧ କରାଯାଇଛି ।
ରାଜ୍ୟ
୫ ରୁ ୧୩ ତମ ଓଡ଼ଗାଁ ଓପନ ରାପିଡ଼ ଚେସ ଟୁର୍ଣ୍ଣାମେଣ୍ଟ
- Hits: 84











