ହେଡଲାଇନସ୍:

ଜୁନିୟର ରେଡ଼କ୍ରସ ସୋସାଇଟି ତାଲିମ ଶିବିର ଉଦ୍ଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲେଶ୍ୱର(ଉଜ୍ଜ୍ୱଳ କର) ବାଲେଶ୍ୱର ଜିଲ୍ଲା ଜୁନିୟର ରେଡ଼କ୍ରସ ସୋସାଇଟି ପକ୍ଷରୁ ରେଡ଼କ୍ରସ ଶିକ୍ଷା ଓ ୩ ଦିନିଆ ତାଲିମ ଶିବିର ସ୍ଥାନୀୟ ଜିଲ୍ଲା ସ୍କୁଲ ପରିସରରେ ଆଜି ଉଦ୍ଘାଟିତ ହୋଇଯାଇଛି । ବାଲେଶ୍ୱର ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୃଙ୍ଖଳିତ ଜୀବନଯାପନ ପ୍ରଣାଳୀ ଓ ପରୋପକାରର ମାନସିକତା ସୃଷ୍ଟିରେ ଏହି ଶିବିର ବେଶ ସହାୟକ ହୋଇପାରିଛି ବୋଲି ସେ ମତ ପ୍ରକାଶ କରିଥିଲେ । ପ୍ରତ୍ୟେକ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ ସହିତ ଏହାକୁ ଜୀବନର ପ୍ରତିଟି କ୍ଷେତ୍ରରେ ଉପଯୋଗ ପାଇଁ ଜିଲ୍ଲାପାଳ ଶ୍ରୀ ରାଉତ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ ଉଦ୍ଘାଟନୀ ଉତ୍ସବରେ ଅଧ୍ୟକ୍ଷତା କରିବା ସହିତ କାର୍ଯ୍ୟକ୍ରମର ଉଦେ୍ଧଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ପୂର୍ବତନ ରାଜ୍ୟ ଜୁନିୟର ରେଡ଼କ୍ରସ ଅଧିକାରୀ ଗୁରୁଚରଣ ବେହେରା, ଅବସରପ୍ରାପ୍ତ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ଦାସ, ବାାରବାଟୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସ୍ନିଗ୍ଧା ପଣ୍ଡା, ଜିଲ୍ଲା ସ୍କୁଲ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁବାସ ନିଆଲ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜୁନିୟର ରେଡ଼କ୍ରସ ଶିକ୍ଷାର୍ଥୀଙ୍କ କାର୍ଯ୍ୟଧାରା ସମ୍ପର୍କରେ ଆଲୋଚନା କରିଥିଲେ । ବାଲେଶ୍ୱର ଜୁନିୟର ରେଡ଼କ୍ରସ ସୋସାଇଟିର ଯୁଗ୍ମ ସମ୍ପାଦକ ବାମନ ଚନ୍ଦ୍ର ମହାନ୍ତି ଏଥିରେ ଅତିଥି ପରିଚୟ ସହ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଅଶୋକ କୁମାର ନାୟକ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିଥିବା ବେଳେ ଜିଲ୍ଲାସ୍କୁଲ ସହକାରୀ ଶିକ୍ଷକ ଆରତ ମନ୍ତ୍ରୀ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶିବିରରେ ଜିଲ୍ଲାର ୨୩୦ ସ୍କୁଲରୁ ୪୭୩ ଛାତ୍ର, ୧୫୫ ଛାତ୍ରୀ ଓ ୨୩୦ କାଉନସିଲର ଅଂଶଗ୍ରହଣ କରିଥିବା ବେଳେ ୧୧ ଜଣ ରିସୋର୍ସ ପର୍ସନ ଶିବିର ପରିଚାଳନା କରୁଛନ୍ତି । ଶିବିରରେ ଚିତ୍ରାଙ୍କନ, ରଚନା, କକ୍ତୃତା , କୁଇଜ୍, ନୃତ୍ୟ, ସଙ୍ଗୀତ, ନାଟକ ଆଦି ପ୍ରତିଯୋଗିତା ଅନୁଷ୍ଠିତ  ହେବ । ଏଥି ସହିତ ଶିବିରାର୍ଥୀଙ୍କୁ ପ୍ରାଥମିକ ଚିକିତ୍ସା, ସଡ଼କ ସୁରକ୍ଷା, ସମାଜ ସେବା, ଅଗ୍ନି ନିର୍ବାପକ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯିବ । ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଏହି ଶିବିର ଚାଲିବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଉମାକାନ୍ତ ବେହେରା, ସୋମନାଥ ନାୟକ, ଗୋପାଳ ଚନ୍ଦ୍ର ନାୟକ, ସତ୍ୟ ନାରାୟଣ ଦାସ, ନରୋତ୍ତମ ପୃଷ୍ଟି, ମିହିର କୁମାର ପାଣିଗ୍ରାହୀ, ସୁଧାଂଶୁ ଶେଖର ମଲ୍ଲିକ, ବାବାଜୀ ଚରଣ ପାଢ଼ୀ, ରତିକାନ୍ତ ବେହେରା, ଅମୂଲ୍ୟ କୁମାର ରାଉତ, ପ୍ରଦୀପ କିଶୋର ନାୟକ, କଳ୍ପଲତା ରଥ, ଜୟନ୍ତୀ ନନ୍ଦ, ଅପୂର୍ବ ରଂଜନ ଖୁଣ୍ଟିଆ, ତାରାପଦ ସେଠୀ ପ୍ରମୁଖ ଏହି ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଛନ୍ତି ।

 

0
0
0
s2sdefault