ପୀଠ ଓ ସ୍ଥଳିର ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ୱ
ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ
ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ଗୁମ୍ମା ସେରଙ୍ଗ ଘାଟି ରାସ୍ତା ମଝିରେ ଥିବା ଐତିହାସିକ ତାରାତାରିଣି ପୀଠ ତଥା ପର୍ଯ୍ୟଟନ ସ୍ଥଳିର ବିଶ୍ରାମଗୃହ ଠାରେ ରାଷ୍ଟ୍ରୀୟ ସାମ୍ୱାଦିକ ସଂଘ ଗଜପତି ଶାଖାରଏକ ଗୁରୁତ୍ୱପୂର୍ଣ୍ଣ ଶୀତକାଳିନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂଘର ବ୍ଲକ ସଭାପତି ଇଶ୍ୱର ଚନ୍ଦ୍ର ବିଶୋଇଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ତହସିଲଦାର କଳାକୃଷ୍ଣ ପ୍ରଧାନ ଏବଂ ଅନ୍ୟତମ ମଞ୍ଚାସୀନ ଅତିଥି ଭାବେ ଜିଲ୍ଲା ସଂଘଠନର ସଭାପତି ଗୁରୁଡଧ୍ୱଜ ଚୌଧୁରୀ, ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା, ଉପସଭାପତି କୃଷ୍ଣଚନ୍ଦ୍ର ବେହେରା, କୋଷାଧ୍ୟକ୍ଷ ରଶ୍ମିରଞ୍ଜନ ମିଶ୍ର, ସହ କୋଷାଧ୍ୟକ୍ଷ ପ୍ରବିଣ କୁମାର ସହ ସମ୍ପାଦକ କୁଞ୍ଜ ବିହାରି ବଡକୁମାର, ଗୁମ୍ମାର ସୁବୋଧ ଲିମ୍ମା, , ରାୟଗଡର ବିଜୟ କୁମାର ଗୌଡ , ସାମ୍ୱାଦିକ ଗଣେଶ ରାଜୁ, ବରିଷ୍ଠ କଂଗ୍ରେସ ନେତା ଗୁଞ୍ଜୁ ଗମାଙ୍ଗଙ୍କ ସମେତ ବହୁ ସଂଖ୍ୟାରେ ବିଭିନ୍ନ ବ୍ଲକର ବରିଷ୍ଠ ସାମ୍ୱାଦିକ ମାନେ ଯୋଗ ଦେଇଥିଲେ । ବୈଠକରେ ସାମ୍ୱାଦିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହେବା ସହ ବିଭିନ୍ନ ଗାଁ ଗହଳିର ସମସ୍ୟା ଓ ଅବହେଳିତ ମାନଙ୍କ ବାସ୍ତବ ଚିତ୍ର ଉପରେ ନିର୍ଭିକ ଓ ନିରପେକ୍ଷ ଭାବେ ଲେଖନୀ ଚାଳନା କରି ଖବର ପ୍ରକାଶ କରିବା ସହ ଜିଲ୍ଲା ଓ ବ୍ଲକ ପ୍ରଶାସନର ଦୃଷ୍ଟିକୁ ଅଣାଯାଇପାରିବ, ସେ ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଅନ୍ୟ ପକ୍ଷରେ ଚୀର ଅବହେଳିତ ଐତିହାସିକ ଶକ୍ତିପୀଠ ତାରାତାରିଣି ଓ ଏହି ପର୍ଯ୍ୟଟନ ସ୍ଥଳିର ସର୍ବାଙ୍ଗୀନ ଉନ୍ନତି କିଭଳି ହୋଇପାରିବ, ତାରାତାରିଣି ପୀଠ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଜିଲ୍ଲାର ଓ ଜିଲ୍ଲା ବାହାର ପର୍ଯ୍ୟଟକ ମାନେ କିଭଳି ବହୁ ସଂଖ୍ୟାରେ ଆକର୍ଷିତ ହୋଇପାରିବେ ଏବଂ ଏ ଦିଗରେ ସ୍ଥାନୀୟ ଅଞ୍ଚଳରେ ବିକାଶ ହୋଇ ଜୀବନ ଜିବିକାରେ କିଭଳି ବେଶ ସହାୟକ ହୋଇପାରିବ ସେ ଦିଗରେ ତହସିଲଦାର ଓ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ସଂଘର ସଭାପିତ ଗରୁଡଧ୍ୱଜ ଚୌଧୁରୀ ଓ ସାଧାରଣ ସମ୍ପାଦକ ତାରିଣି ପ୍ରସାଦ ପଣ୍ଡା । ବ୍ଲକ ସଭାପତି ଇଶ୍ୱର ଚନ୍ଦ୍ର ବିଶୋଇ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଚୀର ଅବହେଳିତ ତାରାତାରିଣି ପୀଠ ଓ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଏହି ପର୍ଯ୍ୟଟନ ସ୍ଥଳିର ଗୁଣଗାନ କରି କହିଥିଲେଯେ ବର୍ଷ ବର୍ଷ ଧରି ଏଠାରେ ଐତିହାସିକ ତାରାତାରିଣିଙ୍କ ପୀଠ ଅତ୍ୟନ୍ତ ଚୀର ଅବହେଳିତ ହୋଇ ରହିଛି । ପ୍ରଶାସନିକ ଓ ରାଜନୈତିକ ସ୍ତରରେ ସମସ୍ତେ ଏହି ଦିଗରେ ସମ୍ପୁର୍ଣ୍ଣ ଅବଗତ । ଜିଲ୍ଲାର ୭ଟି ବ୍ଲକାଞ୍ଚଳ ମଧ୍ୟରୁ ୬ଗୋଟି ବ୍ଲକ ମଧ୍ୟରେ ଅନେକ ପର୍ଯ୍ୟଟନ ସ୍ଥଳି ରହିଛି । ହେଲେ ଗୁମ୍ମା-ସେରଙ୍ଗ ପାହାଡିଆ ଘାଟି ମୁଖ୍ୟ ରାସ୍ତାକୁ ଲାଗି ଏହି ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପର୍ଯ୍ୟଟନ ସ୍ଥଳି ରହିଥିଲେ ହେଁ ଏହାର କେବଳ ବିକାଶ ଦିଗରେ କୌଣସି ପଦକ୍ଷେପ ନିଆଯାଉନାହିଁ । ଏହି ତାରାତାରିଣି ପୀଠ ଓ ପର୍ଯ୍ୟଟନ ସ୍ଥଳି ସମୁଦ୍ର ପତନ ଠାରୁ ପ୍ରାୟ ଏକ ହଜାର ଉଚ୍ଚତାରେ ରହିଛି । ଏହି ପୀଠ ଆଗ ରାସ୍ତାରେ ରହି ତଳକୁ ଦେଖିଲେ ଅତ୍ୟନ୍ତ ମନୋରମ ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖି ଉପଭୋଗ କଲେ ଯେ କେହି ହେଲେ ମଧ୍ୟ ଏଥି ପ୍ରତି ବେଶ୍ ଆକର୍ଷିତ ହୋଇପଡିବ । ପୀଠକୁ ଲାଗି ଏକ ବଡ ଝରଣାଟିଏ ଯାହାକି ୧୦୦ ଫୁଟ ଉଚ୍ଚତା ବିଶିଷ୍ଟ ପାହାଡ ଉପରୁ ଆସିଛି । ହେଲେ ଅବହେଳିତ ହୋଇ ଘଞ୍ଚ ବଣ ହୋଇଯିବା ଫଳରେ ତାହା ଆଉ ଦେଖାଯାଉନାହିଁ କି ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗରେ ବାଧା ସୃଷ୍ଟି ହୋଇଛି । କେବଳ ମାତ୍ର ୧୦ଫୁଟ ଉଚ୍ଚତାରୁ ଝର ପ୍ରପାତକୁ ଉପଭୋଗ କରିହେଉଛି ଅତ୍ୟନ୍ତ ମନୋରମ ଦୃଶ୍ୟ । ଏହା ସାଙ୍ଗକୁ ବିଶ୍ରାମାଗାର ଓ ବସା ଉଠା ପାଇଁ ଗୋଟିଏ ସ୍ଥଳ ରହିଅଛି,ସବୁ ଅଛି କିନ୍ତୁ କିଛି ନାହିଁ ଏଭଳି ସ୍ଥିତିରେ ଚୀର ଅବହେଳିତ ହୋଇ ରହିଛି ଏହି ତାରାତାରିଣି ପୀଠ ଓ ପର୍ଯ୍ୟଟନ ସ୍ଥଳୀ ତେଣୁ ଏହାର ସର୍ବାଙ୍ଗୀନ ଉନ୍ନତି ଦିଗରେ ଜିଲ୍ଲା ଓ ବ୍ଲକ ପ୍ରଶାସନିକ ଓ ରାଜନୈତିକ ସ୍ତରରେ ଏହାର ପଦକ୍ଷେପ ନିଆଯିବା ଅତ୍ୟନ୍ତ ଜରୁରୀ ବୋଲି ସଭାପତି ବିଶୋଇ କହିଥିଲେ । ଏସମ୍ପର୍କରେ ମୁଖ୍ୟ ଅତିଥି ତହିସିଲଦାର କଳାକୃଷ୍ଣ ପ୍ରଧାନ ବିପଦଗାମୀ ହୋଇ ପଡିଥିବା ଏବଂ ସମାଜକୁ ସଜାଡିବା ଓ ବାସ୍ତବ ସମସ୍ୟାକୁ ଲୋକଲୋଚନକୁ ଆଣିବା କ୍ଷେତ୍ରରେ ସାମ୍ୱାଦିକ ମାନଙ୍କ ଭୁମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଣୁ ସାମ୍ୱାଦିକ ମାନେ ସବୁବେଳେ ସତ୍ୟ ଓ ନିରପେକ୍ଷ ଭାବେ ନିର୍ଭିକ ହୋଇ ସମ୍ୱାଦ ପ୍ରକାଶ ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ । ଅନ୍ୟ ପକ୍ଷରେ ଏହି ତାରାତାରିଣି ପୀଠ ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ବିଡିଓ ନଟବର ଗରଡା ସହ ଆଲୋଚନା କରି ସ୍ୱତନ୍ତ୍ର ଭାବେ ବିକାଶ ଦିଗରେ ପଦକ୍ଷେପ ନେବାକୁ ନିବେଦନ କରିବି ବୋଲି କହିଥିଲେ । ଶେଷରେ ବରିଷ୍ଠ ସାମ୍ୱାଦିକ ତଥା ଜିଲ୍ଲା ସଂଘର କୋଷାଧ୍ୟକ୍ଷ ରଶ୍ମିରଞ୍ଜନ ମିଶ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସାମ୍ୱାଦିକ ମାନଙ୍କ ଏକ ପ୍ରତିନିଧି ଦଳ ସଭାପତି ଗୁରୁଡଧ୍ୱଜ ଚୌଧୁରୀ ଏବଂ ସାଧାରଣ ସମ୍ପାଦକ ତାରିଣି ପ୍ରସାଦ ପଣ୍ଡାଙ୍କ ନେତୃତ୍ୱରେ ପାରଳା ବିଧାୟକ କେ. ସୁର୍ଯ୍ୟରାଓଙ୍କୁ ରାଣିପେଣ୍ଟା ସ୍ଥିତ ବାସଭବନରେ ଏକ ସ୍ୱତନ୍ତ୍ର ସାକ୍ଷାତ କରି ଗୁମ୍ମା-ସେରଙ୍ଗ ଘାଟିରେ ଥିବା ତାରାତାରିଣୀ ପୀଠ ଓ ଜଳ ପ୍ରପାତ ପର୍ଯ୍ୟଟନ ସ୍ଥଳିର ସର୍ବାଙ୍ଗୀନ ବିକାଶଦିଗରେ ବିଧାୟକ ପାଣ୍ଠିରୁ ଅନ୍ୟୁନ୍ୟ ୫/୭ ଲକ୍ଷଟଙ୍କା ଅନୁଦାନ ସହାୟତାରେ କରିବାକୁ ଅନୁରୋଧ କରାଯାଇଥିଲା । ଏହାର ଜାବବରେ ବିଧାୟକ ସୂର୍ଯ୍ୟା ରାଓ ତାରାତାରିଣୀ ପୀଠ ଓ ଜଳ ପ୍ରପାତ ପର୍ଯ୍ୟଟନ ସ୍ଥଳୀର ସର୍ବାଙ୍ଗୀନ ବିକାଶ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବି ବୋଲି ପ୍ରତିଶ୍ରୁତି ଦେଇ କହିଥିଲେ ସାମ୍ୱାଦିକ ପ୍ରତିନିଧି ଦଳକୁ ।