ସୋହେଲା,୨୮/୧୦: ଏକ ଚେକ ବାଉନ୍ସ ମାମଲାରେ ବିଜେପୁର କୋର୍ଟ ଜଣେ ଅଭିଯୁକ୍ତଙ୍କୁ ୬ମାସ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ପ୍ରକାଶ ଯେ ସୋହେଲା ଥାନା ବିନ୍ଧନପାଲି ଗ୍ରାମର ବାବୁଲାଲ ମହାନନ୍ଦ ବିଜେପୁରରେ ତାଙ୍କ ନିଜସ୍ୱ ଗୃହ ନିର୍ମାଣ କରୁଥିବାରୁ ତାଙ୍କୁ ଟଙ୍କାର ଆବଶ୍ୟକତା ପଡିଥିଲା । ସେ ତାଙ୍କ ସାଂଗ ବିଜେପୁର ଥାନା ପଡା ଗ୍ରାମର ଜୟଶଙ୍କର ଗୁରୁଙ୍କ ଠାରୁ ୨୦୨୨ ମସିହା ସେପ୍ଟେମ୍ବର ମାସରେ ୩ ଲକ୍ଷ ୧୫ ହଜାର ଟଙ୍କା ଧାନ ନେଇଥିଲେ । ସେହି ଟଙ୍କାକୁ ୬ମାସ ମଧ୍ୟରେ ପରିଶୋଧ କରି ଦେବା ପାଇଁ ବାବୁଲାଲ ଗୁରୁ ବାବୁଙ୍କୁ କଥା ଦେଇଥିଲେ । ୬ମାସ ଗଡିଯିବା ପରେ ମଧ୍ୟ ବାବୁଲାଲ ଟଙ୍କା ପରିଶୋଧ କରି ନଥିଲେ । ସମୟ ଗଡାଇ ଚାଲିଥିଲେ । ଶେଷରେ ସେ ଉକ୍ତ ଟଙ୍କାର ଆଇସିଆଇସିଆଇ ବ୍ୟାଙ୍କ ବିଜେପୁର ଶାଖାର ଏକ ଚେକ (ନମ୍ବର ୦୦୦୧୭୪) ଗୁରୁ ବାବୁଙ୍କୁ ଦେଇଥିଲେ । ଗୁରୁ ବାବୁ ସେହି ଚେକର ଟଙ୍କାକୁ ବିଜେପୁର ଷ୍ଟେଟ ବ୍ୟାଙ୍କରେ ଥିବା ତାଙ୍କ ଏକାଉଣ୍ଟରେ ଜମା କରିବା ପାଇଁ ଚେକକୁ ଜମା କରିଥିଲେ । କିନ୍ତୁ ଚେକ ଜମା କରିବାର ୨ଦିନ ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ଉକ୍ତ ଚେକ ଦେଇଥିବା ବ୍ୟକ୍ତିଙ୍କ ଏକାଉଂଟରେ ଟଙ୍କା ନଥିବା ଦର୍ଶାଇ ସେହି ଚେକକୁ ଗୁରୁବାବୁଙ୍କୁ ଫେରାଇ ଦେଇଥିଲେ । ଚେକଟି ବାଉନ୍ସ ହୋଇଯାଇଥିଲା । ଏହା ପରେ ସୋହେଲାର ଜଣେ ଓଳିଲଙ୍କ ଜରିଆରେ ମହାନନ୍ଦ ବାବୁଙ୍କ ନାମରେ ୧୫ ଦିନ ମଧ୍ୟରେ ଟଙ୍କା ଦେବା ପାଇଁ ଏକ ଲେଗାଲ ନୋଟିସ ଦେଇଥିଲେ । ତା ସତ୍ୱେ ସେ ଟଙ୍କା ଫେରସ୍ତ କରିନଥିଲେ । ଏଥିପାଇଁ ଏନଆଇ ଆକ୍ଟରେ ଧାରା ୧୩୮ରେ ଗତ ୨୦୨୩ ଜୁଲାଇ ୧ ତାରିଖରେ ଏକ ମାମଲା ରୁଜୁ କରିଥିଲେ । ଉକ୍ତ ମାମଲାର ବିଚାର କରି ବିଜେପୁର ଜେ ଏମ ଏଫ ସି ଶ୍ରୀମତୀ ମନସ୍ବିନୀ ମହାପାତ୍ର ଅଭିଯୁକ୍ତଙ୍କୁ ୬ମାସର କାରାଦଣ୍ଡ ଆଦେଶ କରିବା ସହିତ ୪ଲକ୍ଷଟଙ୍କା କ୍ଷତିପୂରଣ ଦେବା ପାଇଁ ନିର୍ଦେଶ ଦେଇଛନ୍ତି। ମାମଲାକୁ ଗୁରୁ ବାବୁଙ୍କ ତରଫରୁ ଆଡ଼ଭୋକେଟ ସୁନୀଲ କୁମାର ଅଗ୍ରୱାଲ ପରିଚାଳନା କରୁଥିଲେ। ପ୍ରକାଶ ଥାଉ କି ବିଜେପୁର କୋର୍ଟର ଜେଲ ଦଣ୍ଡ ବିଧାନ ହୋଇଥିବା ପ୍ରଥମ ମାମଲା ଅଟେ।
ରାଜ୍ୟ
ଚେକ ବାଉନ୍ସ ମାମଲାରେ ଅଭିଯୁକ୍ତଙ୍କୁ ୬ମାସ କାରାଦଣ୍ଡ
- Hits: 5











