ହେଡଲାଇନସ୍:

ବିଜେପି ଚାହୁଁଛି ମହିଳା ମାନଙ୍କ ପାଇଁ ଉଦ୍ଦିଷ୍ଟ ଅର୍ଥ ସହାୟତା ବନ୍ଦ ହୋଇଯାଉ : ଶ୍ରୀମୟୀ

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର,: ବିଜେପି ଏକ ପ୍ରେସ୍‍ମିଟ୍‍ କରି ଆଜି ଯେଉଁ ଅଭିଯୋଗ ଆଣିଛନ୍ତି, ମିଶନ ଶକ୍ତି ଏବଂ ତା’ସହିତ ସଂପୃକ୍ତ ସ୍ୱୟଂ ସହାୟକଗୋଷ୍ଠୀଙ୍କ ବିରୋଧରେ ତାହା ଅତ୍ୟନ୍ତ ନିନ୍ଦିନୀୟ ଓ ଦୁର୍ଭାଗ୍ୟଜନକ । ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ବଦ୍‍ନାମ କରିବା ପାଇଁ ଏହା ବିଜେପିର ଏକ ଷଡ଼ଯନ୍ତ୍ର ଏବଂ ମିଶନ ଶକ୍ତି ମାଧ୍ୟମରେ ଯେଉଁ ମହିଳା ସଶକ୍ତିକରଣ କରାଯାଇ ଓଡ଼ିଶାର ବିକାଶ ହେଉଛି, ତାହା ପ୍ରତି କୁଠାରାଘାତ । ବିଜେପିର ଏହି ସାମ୍ବାଦିକ ସମ୍ମିଳନୀ ମୂଳରେ ଥିବା ଅଭିସନ୍ଧି ହେଉଛି ଯେ କେଉଁ ପ୍ରକାରରେ ହେଉ ପଛେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗୁଡିକ ପାଉଥିବା ଆର୍ଥିକ  ସହାୟତାକୁ ବନ୍ଦ କରିଦିଆଯାଉ ଏବଂ ଏହାଦ୍ୱାରା ମହିଳା ସଶକ୍ତିକରଣ ରାଜ୍ୟରେ ବିପର୍ଯ୍ୟସ୍ତ ହେଉ ଯାହା ସ୍ପଷ୍ଟ ବାରି ହେଉଛି । ଏ ପ୍ରକାର ରାଜନୈତିକ ହୀନମନ୍ୟତା ଠାରୁ ବିଜେପି କ୍ଷାନ୍ତ ହେଉ ଏବଂ ଓଡ଼ିଶାରେ ମହିଳା ସଶକ୍ତିକରଣ ପ୍ରତି ଯେଉଁ ଚକ୍ରାନ୍ତ କରାଯାଉଛି, ତାହାର ଉଚିତ୍‍ ଜବାବ ରାଜ୍ୟର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ  ମାନେ ଦେବେ ବୋଲି ବିଜୁ ମହିଳା ଜନତା ଦଳ କାର୍ଯ୍ୟକାରୀ ସଭାନେତ୍ରୀ ଶ୍ରୀମୟୀ ମିଶ୍ର କହିଛନ୍ତି ।

0
0
0
s2sdefault