
ଓଡ଼ଗାଁ,୨୯।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁର ବର୍ଷା ଏବଂ ନନ୍ଦିଘୋରର ମିନତୀଙ୍କୁ ଝାରସୁଗୁଡ଼ା ଠାରେ ଆୟୋଜିତ ସ୍କୋଏ ମାର୍ସଲାର୍ଟ (ଯୁଦ୍ଧ କଳା) ଚମ୍ପିୟାନସିପ୍- ୨୦୨୫ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସ୍ବର୍ଣ୍ଣ ପଦକ ବିଜେତା ହେବା ସହିତ ଉଭୟ ପ୍ରତିଯୋଗି ଜାତୀୟ ସ୍ତରୀୟ ପ୍ରତିଯୋଗିତାକୁ ଉନ୍ନିତ ହୋଇ ଦ୍ବିତୀୟ ବାର ଓଡ଼ଗାଁ ନିମନ୍ତେ ଗୈାରବ ଅର୍ଜନ କରିଛନ୍ତି । ଓଡ଼ଗାଁ ଗୁପ୍ତମଠ ସାହିର ବର୍ଷା କାଟା କେ ଫୋର୍ ପ୍ରତିଯୋଗୀରେ ଅଂଶଗ୍ରହଣ କରି ବିଜୟ ହାସଲ କରି ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ନନ୍ଦିଘୋରର ମିନତୀ ଲୋବାଫାଇଟରେ ଅନ୍ୟ ପ୍ରତିଯୋଗୀ ମାନଙ୍କୁ ହରାଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ସୂଚନା ଥାଉକି ବେଦାନ୍ତ ଦ୍ବାରା ପ୍ରାୟୋଜିତ ଉକ୍ତ ପ୍ରତିଯୋଗିତା ଚଳିତ ମାସ ୨୪,୨୫ଓ ୨୬ ତାରିଖରେ ଅନୁଷ୍ଠିତ ହୋଇଥିଲା । ଝାରସୁଗୁଡ଼ା ଜିଲ୍ଲା ସମ୍ପାଦକ ସୁଶାନ୍ତ ଗୁପ୍ତା ଏହାକୁ ପରିଚାଳନା କରିଥିଲେ।











