ହେଡଲାଇନସ୍:

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନର(RSETI)ର ଜିଲ୍ଲାସ୍ତରୀୟ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼ :– ଆଜି ମଧ୍ୟାହ୍ନ ଘ.୧୨.୩୦ମି. ସମୟରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ନୟାଗଡ଼ର ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ ପ୍ରତିଷ୍ଠାନ(RSETI )ର ୨୦୨୫-୨୬ ଆର୍ଥିକ ବର୍ଷର ଦ୍ୱିତୀୟ-ତ୍ରୟମାସିକ ଜିଲ୍ଲାସ୍ତରୀୟ ଉପଦେଷ୍ଟା କମିଟି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଲଗ୍ନଜିତ ରାଉତ ଅଧ୍ୟକ୍ଷତା କରିଥିଲେ । RSETIର ନିର୍ଦେଶିକା ସୁଶ୍ରୀ ବ୍ରତତୀ ନାୟକଙ୍କ ସମେତ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କର ମୁଖ୍ୟ ଶ୍ରୀ ଲୋହିତ ନନ୍ଦ,ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀମତୀ ଜ୍ୟୋସ୍ନାମୟୀ ଆଚାର୍ଯ୍ୟ ଏବଂ ଜିଲ୍ଲାର ସମସ୍ତ ବିଭାଗର ମୁଖ୍ୟ ଅଧିକାରୀମାନେ ଯୋଗଦାନ କରିଥିଲେ । ୨୦୨୫-୨୬ ଆର୍ଥିକ ବର୍ଷର ଦ୍ୱିତୀୟ-ତ୍ରୟମାସିକ ସମୟ ମଧ୍ୟରେ ମୋଟ ୩୧୬ଜଣଙ୍କୁ ବିଭିନ୍ନ ଦକ୍ଷତା ଭିତ୍ତିକ ତାଲିମ ଯୋଗାଇ ଦିଆଯାଇଥିଲା । ଏହି ବୈଠକରେ RSETIରୁ ତାଲିମ ନେଇ କାର୍ଯ୍ୟକ୍ଷମ ହୋଇଥିବା ଶ୍ରୀମତୀ ସୀତା ସାହୁ ଏବଂ ଶ୍ରୀମତୀ ପୁଷ୍ପାଞ୍ଜଳି ସାହୁଙ୍କୁ ପୁରସ୍କୃତ କରାଯାଇଥିଲା ।

0
0
0
s2sdefault