ଓଡ଼ଗାଁ,୨୮।୧୦(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଲକ୍ଷ୍ମୀ ବଜାରରେ ଥିବା ନୟନ କୁମାର ପାତ୍ରଙ୍କ ବନ୍ଧକ ଗୃହକୁ ନିଜ ଅଧୀନକୁ ଆଣୀଲେ ଷ୍ଟେଟ୍ ବ୍ୟାଙ୍କ କର୍ତ୍ତୃପକ୍ଷ । ଗୃହ କର୍ତ୍ତା ନୟନ କୁମାର ପାତ୍ର ରହିବା ଘରକୁ ବନ୍ଧକ କରି ଶ୍ରୀ ଗଣେଶ ଷ୍ଟୋର ନାମରେ ଓଡ଼ଗାଁ ଷ୍ଟେଟ ବ୍ୟାଙ୍କ ଶାଖାରୁ ୧୩ ଲକ୍ଷ୍ୟ ୩୫ ହଜାର ଟଙ୍କା ରୃଣ ଆଣି ଥିଲେ । ତେବେ ବ୍ୟାଙ୍କର କିସ୍ତି ଅନୁପାତରେ ଋଣ ପରିଶୋଧ ନକରିବାରୁ ତାହା ସୁଧ ମୂଳ ହୋଇ ପ୍ରାୟ ୧୬ ଲକ୍ଷ୍ୟ ଛୁଇଁଥିଲା । ଏନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ନୟନ କୁମାର ପାତ୍ରଙ୍କୁ ବାରମ୍ବାର ନୋଟିସ ପ୍ରଦାନ କରିଥିଲେ । ଋଣ ପରିଶୋଧ ନିମନ୍ତେ ନୟନ କୁମାର ପାତ୍ର କୌଣସି ଉଦ୍ୟମ ନକରିବାରୁ ସରଫେସୀ ଆଇନ୍ ମାଧ୍ୟମରେ ବନ୍ଧକ ଘରକୁ ବ୍ୟାଙ୍କ ନିଜ ଅଧୀନକୁ ନେବାକୁ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ କରଥିଲେ । ତଦନୁଯାୟୀ ମଙ୍ଗଳବାର ଦିନ ସକାଳେ ପୋଲିସ ଅଧିକାରୀଙ୍କ ସହିତ ୨ ପ୍ଳାଟୁନ ପୋଲିସ ଫୋର୍ସ ଏବଂ ମାଜିଷ୍ଟ୍ରେଟ ଭାବରେ ଅତିରିକ୍ତ ତହସିଲଦାର ଜି.ଶ୍ରୀନୁ, ଷ୍ଟେଟ ବ୍ୟାଙ୍କ ଆଞ୍ଚଳିକ ବ୍ୟବସାୟିକ କାର୍ଯ୍ୟାଳୟ ମୁଖ୍ୟ ପ୍ରବନ୍ଧକ ଅଗ୍ରୀମ ଓ ଓଡ଼ଗାଁ ଶାଖା ପରିଚାଳକ ଲକ୍ଷ୍ମୀଧର ସୁବୁଦ୍ଧି ଶ୍ରୀ ଗଣେଶ ଷ୍ଟୋର ଠାରେ ପହଁଞ୍ଚି ସରଫେସୀ ଆକ୍ଟ ଜରିଆରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲେ । ଏବଂ ଗୃହ ମଧ୍ୟରେ ଥିବା ମୂଲ୍ୟବାନ ଜିନିଷ ଗୁଡ଼ିକର ତାଲିକା ପ୍ରସ୍ତୁତ କରି ପଞ୍ଚନାମା କରି ଗୃହକୁ ବ୍ୟାଙ୍କ ନିଜ ଅକ୍ତିଆରକୁ ଆଣିଥିଲେ । ପରବର୍ତ୍ତୀ ସମୟରେ ବ୍ୟାଙ୍କ ଉକ୍ତ ଗୃହକୁ ଇ ଅକ୍ସନ ମାଧ୍ୟମରେ ନିଲାମ କରିବା ନିଷ୍ପତ୍ତି ରହିଛି । ନିଲାମ ଧାରୀଙ୍କ ଠାରୁ ପ୍ରାପ୍ତ ମୂଲ୍ୟରେ ବ୍ୟାଙ୍କ ୧୬ ଲକ୍ଷ୍ୟ ଟଙ୍କା ଋଣ ପଇଠ ଗ୍ରହଣ କରିବା ପରେ ଅବଶିଷ୍ଟ ବଳକା ଅର୍ଥକୁ ଗୃହ ମାଲିକଙ୍କୁ ପ୍ରଦାନ କରାଯିବ । ଅନ୍ୟପକ୍ଷରେ ଗୃହ ମାଲିକ ଚାହିଁଲେ ବ୍ୟାଙ୍କକୁ ୧୬ ଲକ୍ଷ ଟଙ୍କା ପଇଠକରି ଘରକୁ ନିଜ ଅଧୀନକୁ ଆଣିପାରିବେ ବୋଲି ଜଣା ପଡିଛି ।
ରାଜ୍ୟ
ବନ୍ଧକ ଗୃହକୁ ନିଜ ଅଧୀନକୁ ଆଣୀଲେ ଷ୍ଟେଟ ବ୍ୟାଙ୍କ କର୍ତ୍ତୃପକ୍ଷ,
- Hits: 32











