ପାରଳାଖେମୁଣ୍ଡି (ବାଳକୃଷ୍ଣ ପାଣିଗ୍ରାହୀ) : ଗଜପତି ଜିଲ୍ଲା ସଦର ପାରଳାଖେମୁଣ୍ଡି ସ୍ଥିତ ଅର୍ବାନ ବ୍ୟାଙ୍କ ପଡିଆ ଠାରେ ଦୁଇଦିନିଆ ଚତୁର୍ଥ ପାରଳା ମହୋତ୍ସବ–୨୦୨୫ ସଫଳତା ସହ ଅନୁଷ୍ଠିତ ହୋଇଛି।
ପାରଳାର ଅଗ୍ରଣୀ ଓଡିଶୀ ନୃତ୍ୟ ଅନୁଷ୍ଠାନ ଶ୍ରୀଜଗନ୍ନାଥ ଓଡ଼ିଶୀ କଳାକେନ୍ଦ୍ର ଓ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତରେ ଆୟୋଜିତ ଏହି ମହୋତ୍ସବ ଅଞ୍ଚଳରେ ସଂସ୍କୃତିକ ଜାଗୃତିକୁ ନୂଆ ମାପଦଣ୍ଡ ଦେଇଛି।
ପ୍ରାରମ୍ଭିକ ସଭା ଉପଦେଷ୍ଟା ଆଦର୍ଶ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। ପ୍ରଥମ ରଜନୀ ରେ ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ର ପୂର୍ବତନ ବିଧାୟକ କେ. ନାରାୟଣ ରାଓ ଓ ସମ୍ମାନିତ ଅତିଥି ଭାବେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ପଣ୍ଡିତ ରଘୁନାଥ ପାତ୍ର , ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ଓ ସରସ୍ୱତୀ ଶିଶୁ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସରୋଜ ପଣ୍ଡା ,
ଅନୁଷ୍ଠାନର ସଭାପତି ବିଚିତ୍ରନନ୍ଦ ବେବର୍ତ୍ତା ପ୍ରମୁଖ ମଞ୍ଚାସିନ ଥିଲେ।
ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ ଡି. ପ୍ରିୟଙ୍କା ସଂପାଦକୀୟ ବିବରଣୀ ପ୍ରଦାନ କରିଥିଲେ।
ମଞ୍ଚାସିନ ଅତିଥିମାନେ ଅନୁଷ୍ଠାନର ସଫଳତା ଓ ଓଡ଼ିଶୀ ନୃତ୍ୟ ଅଭିବୃଦ୍ଧି ପ୍ରତି ଅନୁଷ୍ଠାନର ଅବଦାନ ଉପରେ କହିଥିଲେ। ସେମାନେ ବିଶେଷ କରି ଗଜପତି ଜିଲ୍ଲାର ସଂସ୍କୃତି ପରିଚୟକୁ ବିଦେଶରେ ପ୍ରଚାର କରିଥିବା ଶିଳ୍ପୀମାନଙ୍କୁ ଭୂୟଂସୀ ପ୍ରଂଶସା କରିଥିଲେ।
ପ୍ରଥମ ସଂଧ୍ୟାରେ ନୃତ୍ୟ ଅର୍ଘ୍ୟରେ ଅନୁଷ୍ଠାନର ଶିଳ୍ପୀମାନେ ଡ. ଗଜେନ୍ଦ୍ର ପଣ୍ଡାଙ୍କ ସଂଯୋଜନା ଓ ଡି. ପ୍ରିୟଙ୍କାଙ୍କ ନିର୍ଦ୍ଦେଶନାରେ ‘ସାକ୍ଷୀଗୋପିନାଥ’ ନୃତ୍ୟନାଟିକା ପରିବେଷଣ କରିଥିଲେ। ସୁଦୂର ଜାପାନରୁ ଆସିଥିବା ଓଡ଼ିଶୀ ନୃତ୍ୟାଙ୍ଗନା ଚିସାତୋ ମିଉରା ଓ ତାଙ୍କ ଶିଷ୍ୟାମାନେ ଦଳଗତ ଓ ଏକକ ଓଡ଼ିଶୀ ନୃତ୍ୟ ପ୍ରସ୍ତୁତି ଦେଇଥିଲେ। ଏହା ସହିତ ଜାପାନର ରିକୋ କୋଜିମାଙ୍କ କୁଚିପୁଡି ନୃତ୍ୟ ଉଚ୍ଚକଟୀର ହୋଇଥିଲା।
ତ୍ରିଧାରା ଭୁବନେଶ୍ୱରର ନୃତ୍ୟଶିଳ୍ପିମାନେ ଗୁରୁ ଡ. ଗଜେନ୍ଦ୍ର କୁମାର ପଣ୍ଡାଙ୍କ ନେତୃତ୍ୱରେ ‘ଲକ୍ଷ୍ମୀ ନୃସିଂହ ଧ୍ୟାନ’ ପ୍ରଦର୍ଶନ କରିଥିଲେ। ହାଇଦ୍ରାବାଦରୁ ଆସିଥିବା ଗୁରୁ ଡ. ସୁଦିପ୍ତା ପଣ୍ଡା ଓ ମୋହିତ କୁମାରଙ୍କ ଦ୍ୱେତ ଓ ଏକକ ଓଡ଼ିଶୀ ନୃତ୍ୟ ଦର୍ଶକମାନଙ୍କ ମନକୁ ମୋହିଲା।
ଏହି ଅବସରରେ ଡ. ଜିତେନ୍ଦ୍ରନାଥ ପଟ୍ଟନାୟକ , ଚିସାତୋ ମିଉରା , ରିକୋ କୋଜିମା ଓ ଗୁରୁ ସୁଦିପ୍ତା ପଣ୍ଡାଙ୍କୁ ପାରଳା ପ୍ରତିଭା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା।
ଦ୍ବିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଗୁରୁ ଡ. ଗଜେନ୍ଦ୍ର ପଣ୍ଡା ଓ ସମ୍ମାନିତ ଅତିଥି ଭାବେ ଶିକ୍ଷାବିଦ୍ ଦୁର୍ଗା ପ୍ରସାଦ ପାଢ଼ୀ , ପ୍ରାକ୍ତନ ନଗରପାଳ ନୃସିଂହଚରଣ ପଟ୍ଟନାୟକ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ ତ୍ରିପାଠୀ , ସଭାପତି ବିଚିତ୍ରନନ୍ଦ ବେବର୍ତ୍ତା , ସମ୍ପାଦିକା ଡି. ପ୍ରିୟଙ୍କା ଓ ଉପଦେଷ୍ଟା ଆଦର୍ଶ ଦାସ ପ୍ରମୁଖ ମଞ୍ଚାସିନ ଥିଲେ।
ବିଦେଶୀ ଶିଳ୍ପୀମାନଙ୍କ ସହିତ ଅନୁଷ୍ଠାନର ଶିଷ୍ୟାମାନେ ମଧ୍ୟ ବିଭିନ୍ନ ନୃତ୍ୟ ପ୍ରଦର୍ଶନ କରିଥିଲେ।
ଭୂବନେଶ୍ୱରର ଉଡ୍ର ଫାଉଣ୍ଡେସନ ପକ୍ଷରୁ ଫିର୍ଦୌସି ତବସୁମ୍ ତାଙ୍କ ହାତ ତିଆରି ଚିତ୍ରକଳାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ସମସ୍ତ ଅତିଥି ଓ ନୃତ୍ୟଶିଳ୍ପୀଙ୍କୁ ପଟ୍ଟଚିତ୍ର ସମ୍ମାନ ସ୍ୱରୂପ ସମସ୍ତ ଅତିଥିଙ୍କୁ ପ୍ରଦାନ କରିଥିଲେ।
ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଗୁରୁ ଶିଷ୍ୟା ପରମ୍ପରା ବଜାୟ ରଖି ଶିଷ୍ୟା ମାନେ ଦ୍ ଗୁରୁ ପୂଜନ କରିଥିଲେ ଓ ପରେ ଅନୁଷ୍ଠାନ ର କଳାକାର ମାନେ ମାହାରୀ , ଓଡିଶୀ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ।
ଅନୁଷ୍ଠାନର ସଂଯୋଜିକା ଅରୁପାଞ୍ଜଳି ମହାନ୍ତି ଓ ଭୁବନେଶ୍ୱରର ପିଙ୍କି ଝା ସାଂସ୍କୃତିକ ଅଂଶକୁ ସୁନିୟୋଜିତ ଭାବେ ପରିଚାଳନା କରିଥିଲେ।
ସମଗ୍ର କାର୍ଯ୍ୟକ୍ରମକୁ ଡି. ମୋହନ ରାଓ, ବାଳକୃଷ୍ଣ ପାଣିଗ୍ରାହୀ , ବ୍ରଜରାଜ ବେହେରା , ରଶ୍ମିତା ପଣ୍ଡା , କଲ୍ୟାଣୀ ପୂଜାରୀ , ଜୟନ୍ତୀ ପାଣିଗ୍ରାହୀ , ରାଜେଶ ପାତ୍ର , ବିଷ୍ଣୁ ପଣ୍ଡା ଓ ନିଶିଗନ୍ଧା ପୂଜାରୀ ପରିଚାଳନା ରେ ସହଯୋଗ କରିଥିଲେ।
ରାଜ୍ୟ
ଚତୁର୍ଥ ପାରଳା ମହୋତ୍ସବ–୨୦୨୫ ଆୟୋଜିତ ------------------
- Hits: 10











