ହେଡଲାଇନସ୍:

ଭଂଜପୁର ଜଗଦ୍ଧାତ୍ରୀ ମେଳା ଅବସରରେ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ବାରିପଦା - ତା :- ୨୮/୧୦/୨୦୨୫ ରିଖ ଭଂଜପୁର ଠାରେ ମା ଜଗଦ୍ଧାତ୍ରୀଙ୍କ ୭୩ ତମ ପୂଜା ଅବସରରେ ୩୧ତମ ମେଳା ନଭେମ୍ବର ୩ ତାରିଖରୁ ଅନୁଷ୍ଠିତ ହେବାକୁ ଯାଉଅଛି I ପ୍ରତିବର୍ଷ ପରି ଏବର୍ଷ ମଧ୍ୟ କମିଟି ତରଫରୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଚିତ୍ରାଙ୍କନ, କୁଇଜ, ବକ୍ତୃତା ଓ ସଂଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି I ଆଜି ସ୍ଥାନୀୟ ଭଂଜପୁର ଦୁର୍ଗା ବିବାହ ମଣ୍ଡପରେ ଆୟୋଜିତ ସଂଗୀତ ପ୍ରତିଯୋଗିତାରେ ମୋଟ ୬୮ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ I ବିଚାରକ ଭାବେ ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ତଥା ଗାୟକ ଶାନ୍ତନୁ ସିଂହ, ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ଗୀତିକାର ସୁନୀଲ ଜେନା ସହଯୋଗ କରିଥିଲେ I ଜଗଦ୍ଧାତ୍ରୀ ପୂଜା ଓ ମେଳା କମିଟିର ବରିଷ୍ଠ ସଦସ୍ୟ ପ୍ରବୀର ପାଣିଗ୍ରାହୀ, ଜଗଦିଶ ପାଣି, ଆଲୋକ ବାରିକ, ଆନିଷ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସୁରୋଜ ବେହେରା ଓ ସୋନୁ ରଣା ସହଯୋଗ କରିଥିଲେ I ସମସ୍ତ କୃତୀ ପ୍ରତିଯୋଗୀଙ୍କୁ କମିଟି ତରଫରୁ ଅତିଥିଙ୍କ ହାତରେ ସାଂସ୍କୃତିକ ମଞ୍ଚରେ ନଭେମ୍ବର ୩ ରୁ ୧୪ ମଧ୍ୟରେ ପୁରସ୍କୃତ କରାଯିବ ବୋଲି ଗଣମାଧ୍ୟମ ସଂଯୋଜକ ସୋମନାଥ ସିଂହ ଜଣାଇଛନ୍ତି I

0
0
0
s2sdefault