ହେଡଲାଇନସ୍:

ସର୍ତକତା ସଚେତନତା ସପ୍ତାହ ପାଳନ ଅବସରରେ ମୟୂରଭଞ୍ଜ ଡ଼ାକ ମଣ୍ଡଳ ପକ୍ଷରୁ ନୂଦଡ଼ିହା ରେ ଗ୍ରାମସଭା ଆୟୋଜିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା/ଗୌର ଦାସ ଗିରି: ସର୍ତକତା ସଚେତନତା ସପ୍ତାହ ୨୦୨୫ ପାଳନ ଆନୁକୁଲ୍ୟରେ ମୟୂରଭଞ୍ଜ ଡ଼ାକ ମଣ୍ଡଳ, ବାରିପଦା ପକ୍ଷରୁ ଏକ ସଚ଼େତନତା କାର୍ଯ୍ୟକ୍ରମ ସହ ଜନ ଅଭିଯୋଗ ଶୁଣାଣି ପାଇଁ ଉଦଳା ପଞ୍ଚାୟତର ନୂଦଡ଼ିହା ଗ୍ରାମରେ ଏକ ଗ୍ରାମସଭା ର ଆୟୋଜନ କରାଯାଇଥିଲା l ମୟୂରଭଞ୍ଜ ଡ଼ାକ ମଣ୍ଡଳର ଉପ ଅଧିକ୍ଷକ ଶ୍ରୀ ପ୍ରଣବ କୁମାର ମିଶ୍ରଙ୍କ ପ୍ରତକ୍ଷ୍ୟ ତତ୍ବାବଧାନ ରେ ଏହି ଗ୍ରାମସଭାରେ ଉଦଳା ସରପଞ୍ଚ ଙ୍କ ପ୍ରତିନିଧି ଯୋଗ ଦେଇଥିଲେ l ମଞ୍ଚାସୀନ ଅତିଥି ମାନେ ଆର୍ଥିକ ଠକେଇ ଓ ସର୍ତକତା ସଚ଼େତନତା ର ବିଭିନ୍ନ ଦିଗ ଉପରେ ଉପସ୍ଥିତ ଗ୍ରାମବାସୀ ଙ୍କୁ ସଚେତନ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ମୟୂରଭଞ୍ଜ ଡ଼ାକ ଅଧିକ୍ଷକ କାର୍ଯ୍ୟାଳୟ ର କାର୍ଯାଳୟ ସହାୟକ ଶ୍ରୀ ଚନ୍ଦ୍ରଶେଖର ମହାନ୍ତି, ସୁଶାନ୍ତ କୁମାର ବେହେରା, ଉଦଳା ଅଭରସିୟାର ଶ୍ରୀ ଜଗମୋହନ ବେହେରା ଓ ଡ଼ାକ ସେବକ ପରମେଶ୍ଵର ଜେନା ସମେତ ନୁଦଡ଼ିହା ଉପ ଡ଼ାକଘର କର୍ମଚାରୀମାନେ ସହଯୋଗ କରିଥିଲେ l

0
0
0
s2sdefault