-
*ଆକ୍ସନ ମୋଡ୍ ରେ ଏବେ ପଦ୍ମପୁର ବନ ବିଭାଗ।
-
*ଗୋଟିଏ ଦିନରେ ଦ୍ୱାରବନ୍ଧ ଏବଂ ଖଇର ଗଣ୍ଡି ସହ ଦୁଇଟି ପିକ୍ଅପ୍ ଭ୍ୟାନ ଜବତ୍
ପଦ୍ମପୁର:- ପଦ୍ମପୁର ବନାଞ୍ଚଳ ଅଧିକାରୀ ଭାବରେ ରଞ୍ଜିତ ସିଂ ବାବୁ ଯୋଗ ଦେବାପରେ ଚୋରା କାଠ ଚାଲାଣ କୁ ରୋକିବା ପାଇଁ କଡ଼ା ପଦକ୍ଷେପ ନିଆଯାଉଛି। ବିଭିନ୍ନ ସମୟରେ ଅନେକ ଗୁଡ଼ାଏ ଗାଡି ଜବତ କରାଯାଉଥିବା ବେଳେ ଆଜି ଏକ ବଡ଼ ସଫଳତା ମିଳିଛି ପଦ୍ମପୁର ବନ ବିଭାଗ କୁ। ଗୋଟିଏ ଦିନରେ ଧରା ପଡ଼ିଛି ଦୁଇ ଗୋଟି ପିକଅପ୍ ଭ୍ୟାନ। ଜଗଦଲପୁର ଥାନା ଅନ୍ତର୍ଗତ ପଲସାନି ରୋଡ ରେ ୮୪୦୦୦ ଟଙ୍କା ର ଚୋରା ଖଇର କାଠ ସହ ପିକ ଅପ୍ ଭ୍ୟାନ ( ଓଡ଼ି୧୭ ଏବି ୦୬୧୨) ଜବତ ହୋଇଛି। ସେହିପରି ପଦ୍ମପୁର ଥାନା ଅନ୍ତର୍ଗତ ମହୁଳପାଲି ଗ୍ରାମରେ ଚୋରା ୨୫୦୦୦ ଟଙ୍କା ର ଶାଳ କାଠ (ରେଙ୍ଗାଲ ଦ୍ୱାରବନ୍ଧ) ସହ ପିକ୍ ଅପ୍ ଭ୍ୟାନ (ଓଆର ୧୯ ଜେ ୪୪୫୧) କୁ ଜବତ ହୋଇଛି, ଏବେ ତଦନ୍ତ ଚାଲୁ ରହିଛି ଓ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।
ଏହି ଚଢାଉ ରେ ବାନାଞ୍ଚଳ ଅଧିକାରୀ ରଞ୍ଜିତ ସିଂ ବାବୁ, ବାନପାଳ ସରୋଜ ସାହୁ, ରାଧାକାନ୍ତ କୁମ୍ଭାର,ରଶ୍ମିତା ସାହୁ, ମାନ ଥେଟୁଆ , କେଶ ରଞ୍ଜନ ବୁଡେକ୍, ମନୋଜ୍ ବଡଗୁଛିଆ, ତାରିଣୀ ଦାସ, ରଞ୍ଜନ ଭଇଁସା , କୃଷ୍ଣ ବଡଗୁଛିଆ , ସୁଧାଂଶୁ ଶେଖର ଭଇଁସା ଓ ବଳରାମ ସାହୁ ପ୍ରମୁଖ ସାମିଲ ଥିଲେ।











