
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଶନିବାର ଠାରୁ ବେଲଗୁଣ୍ଠା ବ୍ଳକ୍ ଗୋବରା ମୁଖ୍ୟ ସଡ଼କରେ ଶ୍ରୀ ଶ୍ରୀ କପିଳେଶ୍ଵର ଯୁବକ ସଂଘ ଆନୁକୂଲ୍ୟରେ ଧୁମଧାମରେ ଚାଲିଛି ମାଆ ଶ୍ୟାମାକାଳୀଙ୍କ ପୂଜା I ପ୍ରତ୍ୟେକ ଦିନ ସକାଳୁ ମାଆଙ୍କର ବିଭିନ୍ନ ପ୍ରକାର ପୂଜାଅର୍ଚ୍ଚନା ହେଉଥିବା ବେଳେ ସନ୍ଧ୍ୟାରେ ସନ୍ଧ୍ୟା ଆଳତି ଏବଂ କାନିକା ଭୋଗ ଲାଗି ହେଉଛି I ପ୍ରତ୍ଯେକ ସନ୍ଧ୍ୟାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ପ୍ରସାଦ ବଣ୍ଟନ କରାଯାଉଛି I ପ୍ରତ୍ୟେକ ସନ୍ଧ୍ୟାରେ ମାଆଙ୍କର ଆଳତି ଦେଖିବା ପାଇଁ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗୁଛି I ଆଳତି ସମୟରେ ପାରମ୍ପରିକ ଢୋଲ,ମହୁରୀର ଶବ୍ଦ, ଝୁଣାର ସୁଗନ୍ଧ ଏବଂ ଶ୍ରଦ୍ଧାଳୁଙ୍କ ହରିବୋଲ, ହୁଳହୁଳିରେ ଆଧ୍ୟାତ୍ମିକ ପରିବେଶ ଦୃଷ୍ଟି ହେଉଛି I ଏହା ସହିତ ମାଆଙ୍କର ସାଂସ୍କୃତିକ ମଞ୍ଚରେ ଭଜନ ସନ୍ଧ୍ୟା, ମେଲୋଡି,କମେଡ଼ି ସୋ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେଉଥିବା ବେଳେ କୁନି କୁନି କଳାକାରଙ୍କ ଦ୍ୱାର ଅନୁଷ୍ଠିତ ନୃତ୍ୟ କାର୍ଯ୍ୟକ୍ରମରେ ମଞ୍ଚ ଦୁଲୁକି ଉଠୁଛି I ଗୋବରା ବଜାର ଆକର୍ଷଣୀୟ ତୋରଣ ଏବଂ ଆଲୋକ ମାଳାରେ ଝଲସି ଉଠୁଛି I ପ୍ରତ୍ୟେକ ଦିନ ଆଖପାଖ ଗ୍ରାମରୁ ହଜାରେରୁ ଊର୍ଦ୍ଧ୍ଵ ଶ୍ରଦ୍ଧାଳୁ ମାଆଙ୍କର ଦର୍ଶନ କରୁ୍ଥିବା ବେଳେ ବୁଧବାର ରାତ୍ରିରେ ସୋରଡା ବିଧାୟକ ନୀଳମଣି ବିଷୋୟୀ ମାଆ ଶ୍ୟାମାକାଳୀଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିବା ସହିତ ଅଞ୍ଚଳର ପ୍ରଗତି ପାଇଁ ଆଶୀର୍ବାଦ ଭିକ୍ଷା କରିଛନ୍ତି I ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନଙ୍କ ନେତୃତ୍ୱରେ ପୋଲିସ୍ ବାହିନୀ ଆଇନ୍ ଶୃଙ୍ଖଳା ପରିସ୍ଥିତିର ତଦାରଖ କରୁଛନ୍ତି I ଆସନ୍ତା ମଙ୍ଗଳବାର ଦିନ ମାଆଙ୍କ ପୂଜା ମଣ୍ଡପ ନିକଟରେ ଲଟେରୀ ଉଠାଣ ଏବଂ ଆସନ୍ତା ବୁଧବାର ଦିନ ମାଆଙ୍କ ବିସର୍ଜ୍ଜନ କାର୍ଯ୍ୟକ୍ରମ ରହିଛି I ଶ୍ରୀ ଶ୍ରୀ କପିଳେଶ୍ଵର ଯୁବକ ସଂଘ ସଭାପତି ସବ୍ୟସାଚୀ ନାୟକ, ଉପସଭାପତି କୃଷ୍ଣଚନ୍ଦ୍ର ପଟ୍ଟନାୟକ,ସମ୍ପାଦକ ସୁଶାନ୍ତ କୁମାର ଜେନା, କୋଷାଧ୍ୟକ୍ଷ ଏ ଜିତେନ୍ଦ୍ର ପାତ୍ର,ଉପଦେଷ୍ଟା କୈଳାସ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ କପିଳେଶ୍ଵର ଯୁବକ ସଂଘର ସମସ୍ତ ସଦସ୍ୟ,ଗୋବରା ଗ୍ରାମବାସୀ, ବାସୁଦେବପୁର ଗ୍ରାମବାସୀ, ଗୋବରା ମୁଖ୍ୟ ସଡକ ବାସିନ୍ଦା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରୁଛନ୍ତି I











