(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣୁପୁର - ୨୩/୧୦/୨୫ - ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ପରିସର ଏମ ବି ଏ ଅଡିଟରିୟମରେ ରାୟଗଡା ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ମିଳିତ ସହଯୋଗରେ ସାଇବର ସୁରକ୍ଷା ସଚେତନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାୟଗଡ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣି ସି ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶ୍ଵବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଥିବା ବିଭିନ୍ନ ଅଭିନବ ଧରଣର ସାଇବର ସୁରକ୍ଷା ଚିନ୍ତାଧାରାକୁ ଶୁଭ ଉଦଘାଟନ କରି ଏହା ବିଷୟରେ ଛାତ୍ରଛାତ୍ରୀମାନଙ୍କ ସହ ପୁଙ୍ଖାନପୁଙ୍ଖ ଆଲୋଚନା କରିଥିଲେ। ଏହି ବୈଷୟିକ ଚିନ୍ତାଧାରା ରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ସେ ସାଧୁବାଦ ଜଣାଇଥିଲେ। ଲୋକମାନଙ୍କ ମଧ୍ୟରେ ସାଇବର ସୁରକ୍ଷା ବିଷୟରେ ସଚେତନତା କରିବା ସହ ଗ୍ରାମାଞ୍ଚଳରେ ମଧ୍ୟ ଏହି ସଚେତନତା କରାଯିବ ବୋଲି କହିଥିଲେ। ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ଵାତୀ ଏସ କୁମାର ଯୋଗଦେଇ ସାଧାରଣ ଜନତା ପାଇଁ ଏହିଭଳି ସଚେତନ କରି ବିଭିନ୍ନ ପ୍ରକାର ଠକାମୀ ଯଥା ଓ ଟି ପି ଠକାମୀ, ୱେବସାଇଟ ଠକାମୀ, ଫ୍ୟାକ୍ ମେସେଜ, ସୋସିଆଲ ମିଡ଼ିଆ ହ୍ୟାକିଂ ଭଳି ଠକାମୀ ରୁ କିପରି ନିବୃତ୍ତ ରହିବା ସେ ବିଷୟରେ କହିଥିଲେ। ସମ୍ମାନୀୟ ଅତିଥି ଭାବେ ଗୁଣୁପୁର ଉପଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପ ଯୋଗ ଦେଇ ଏହି ଭଳି ସଚେତନ କାର୍ଯ୍ୟକ୍ରମ ଦ୍ବାରା ନିଜେ ସଚେତନ ହେବା ସହ ସମସ୍ତଙ୍କୁ ଏହି ଭଳି ସାଇବର ଠକେଇରୁ ବଞ୍ଚିତ କରିପାରିବା ସେ ନେଇ କହିଥିଲେ। ବିଶ୍ଵ ବିଦ୍ୟାଳୟର ଉପସଭାପତି ଡ ଚନ୍ଦ୍ରଧ୍ୱଜ ପଣ୍ଡା ଯୋଗ ଦେଇ ଏହି ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ରେ ଏହି ସଚେତନ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ କୁ ଧନ୍ୟବାଦ୍ ଜଣାଇବା ସହ ବିଶ୍ଵ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଏହି ସାଇବର ସୁରକ୍ଷା ସଚେତନ ପାଇଁ କାର୍ଯ୍ୟ ସମ୍ପାଦନ କରୁଥିବା ଅଂଶଗ୍ରହଣ କରି ସମସ୍ତଙ୍କୁ ଉତ୍ସିହିତ କରିଥିଲେ। କୁଳପତି ଡ ଏ ଭି ଏନ ଏଲ ଶର୍ମା ଓ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅମୂଲ୍ୟ ଧର ମଞ୍ଚଶୀନ ଥିଲେ। ଏହି କାର୍ଯ୍ୟକ୍ରମରେ କମ୍ପ୍ୟୁଟର ସାଇନ୍ସ ବିଭାଗର ଡେପୁଟି ଡିନ ଡ କେ ମୁରଲୀ ଗୋପାଳ ସ୍ବାଗତ ଭାଷଣ ଦେଇଥିବା ବେଳେ ଅଧ୍ୟାପକ ପ୍ରଫେସର ଏସ ଏନ ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଗୁଣୁପୁର ଆରକ୍ଷୀ ଅଧିକାରୀ ବାବୁଲି ନାୟକ, ଆଇ ଆଇ ସି କମଳା କାନ୍ତ ବସନ୍ତ କୁମାର କୁଁଅର, ଯୋଗ ଦେଇ ଥିବା ବେଳେ ବିଶ୍ଵ ବିଦ୍ୟାଳୟର ମହା ନିର୍ଦ୍ଦେଶକ ଡ ଜଗଦୀଶ ପଣ୍ଡା, ରେଜିଷ୍ଟ୍ରାର ଡ ଏ ନ ଭି ଜେ ରାଓ, ସମସ୍ତ ପ୍ରଫେସର, ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ସେହିପରି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଜାତୀୟ ସ୍ତରର ହେକ୍କାଥନ ରେ ଅଂଶଗ୍ରହଣ କରି ଏହି ସାଇବର ସୁରକ୍ଷା ବିଷୟରେ ବିଭିନ୍ନ ପ୍ରକାର ସଚେତନତା ବିଷୟ ରେ ଭଲ ପ୍ରଦର୍ଶନ କରି ପୁରସୃତ ହୋଇଥବା ଛାତ୍ରଛାତ୍ରୀ ମାନେ ଆଜି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ପ୍ରାୟ ୫୦ ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ମାନଙ୍କୁ ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାନପତ୍ର ସହ ମେମଣ୍ଟ ପ୍ରଦାନ କରାଯାଇଥିଲା।ଏହି ସଚେତନ କାର୍ଯ୍ୟକ୍ରମ ଏକ ମାସ ଧରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ।
ରାଜ୍ୟ
ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ରେ ସାଇବର ସୁରକ୍ଷା ସଚେତନ ଅଭିଯାନ
- Hits: 4