ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଖଇରପୁଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗାଙ୍ଗପୁର ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ସୁରଭି-୨୦୨୫ ମହ ସମାରୋହରେ ଅନୁଷ୍ଠିତ ହୋଇଯାଇଛି I ଗାଙ୍ଗପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମୃତ୍ୟୁଞ୍ଜୟ ପଣ୍ଡାଙ୍କ ଆବାହନ କ୍ରମେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ I ବିଧାୟକ ଶ୍ରୀ ବିଷୋୟୀ ପ୍ରତ୍ୟେକ ଛାତ୍ରଛାତ୍ରୀ ପ୍ରତ୍ୟେକ ଦିନର ଆରମ୍ଭରେ ନିଜ ମାଆଙ୍କୁ ପ୍ରଣାମ କରିବା ଏବଂ ତାଙ୍କ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିବା ଦ୍ୱାରା ଜୀବନରେ ସହଜରେ ସଫଳତା ହାସଲ କରିପାରିବେ ବୋଲି ପ୍ରକାଶ କରିଥିଲେ I ସେହିପରି ମୁଖ୍ୟ ବକ୍ତା ରୂପେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷାଅଧିକାରିଣୀ ଲୋପାମୁଦ୍ରା ରଥ ଯୋଗ ଦେଇ ସୁରଭି ଅର୍ଥ ବର୍ଣ୍ଣନା କରିବା ସହିତ ଏହା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପ୍ରତିଭା ରୂପକ ସୌରଭକୁ ସମଗ୍ର ବିଶ୍ବରେ ବିଚ୍ଛୁରିତ କରିଥାଏ ବୋଲି ପ୍ରକାଶ କରିଥିଲେ I ସେହିପରି ସ୍ଵତନ୍ତ୍ର ଅତିଥି ରୂପେ ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସମାଜସେବୀ ଜିତେନ୍ଦ୍ର କୁମାର ନାୟକ, ଖଇରପୁଟି ସରପଞ୍ଚ ସତ୍ୟବାନ ସ୍ୱାଇଁ, ସମିତିସଭ୍ୟା ଶାନ୍ତିଲତା ବେହେରା, ଗାଙ୍ଗପୁର ସରପଞ୍ଚ ପ୍ରତିନିଧି ସୁରେନ୍ଦ୍ର କୁମାର ଡାକୁଆ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ପାଢୀ,ପ୍ରଧାନ ଶିକ୍ଷୟିତ୍ରୀ ସରୋଜିନୀ ଦାସ,ପ୍ରଧାନ ଶିକ୍ଷକ ଗଙ୍ଗାଧର ସ୍ୱାଇଁ,ନାଏବ ସରପଞ୍ଚ ସୁନିତା ସ୍ୱାଇଁ, ବିଦ୍ୟାଳୟ ପରିଚାଳନା କମିଟି ଉପାଧ୍ୟକ୍ଷା ସଙ୍ଗୀତା ଜେନା,ଖଇରପୁଟି ଗ୍ରାମ୍ୟ ସଭାପତି ପ୍ରମୋଦ ସ୍ୱାଇଁ, କୂଳ ସଭାପତି ଭଣ୍ଡାରି ସ୍ୱାଇଁ ପ୍ରମୁଖ ମଞ୍ଚାସୀନ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ I ଶିକ୍ଷୟିତ୍ରୀ ସ୍ମିତା ନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସିଆରସିସି ମୃତ୍ୟୁଞ୍ଜୟ ପଣ୍ଡା କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରଦାନ କରିଥିଲେ I ସ୍ମିତା ନାୟକଙ୍କ ସଂଯୋଜନାରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଉପସ୍ଥିତ ଅତିଥି, ଅଭିଭାବକ,ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କ ମନ କିଣି ନେଇଥିଲା I ଗାଙ୍ଗପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସାଂସ୍କୃତିକ ଦଳ ଶ୍ରେଷ୍ଠ ସାଂସ୍କୃତିକ ଦଳ ଭାବେ ବ୍ଲକ୍ ସ୍ତରକୁ ମନୋନୀତ ହୋଇଥିଲେ I କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ଶିବରାମ ମହାନ୍ତି, ଶିବରାମ ବେହେରା, ଲିଙ୍ଗରାଜ ସେଠୀ, ବିଷ୍ଣୁପ୍ରସାଦ ବେହେରା, ଶିଶିର କୁମାର ସ୍ୱାଇଁ, ସୁଚରିତା ଗୌଡ଼, ଶାନ୍ତିଲତା ବେହେରା,ସହକାରୀ ଶିକ୍ଷକ ଆକୁଳ ସାହୁ, ସନିତ୍ କୁମାର ଜେନା,ସଚ୍ଚିଦାନନ୍ଦ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ବିଚାରକ ରୂପେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ କୃତୀକୁ ମୂଲ୍ୟାୟନ କରିଥିଲେ I ଖଇରପୁଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ I ପ୍ରଧାନ ଶିକ୍ଷକ ଗଙ୍ଗାଧର ସ୍ୱାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ I
ରାଜ୍ୟ
କ୍ଳଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ; ମାଆଙ୍କ ଆଶୀର୍ବାଦ ସଫଳତା ପ୍ରାପ୍ତିର ଶ୍ରେଷ୍ଠ ମାଧ୍ୟମ
- Hits: 31