ଜଗତସିଂହପୁର ତା.16.10 . 2025 ସୁମନ୍ତ କୁମାର ଦାସ: ସବୁ ମଣିଷର ଜନ୍ମ ଏକ ପ୍ରକାର କିନ୍ତୁ ଅସାଧାରଣ କର୍ମହିଁ ମଣିଷକୁ କାଳଯୟୀ କରିଥାଏ I ସେହିପରି ଜଣେ କାଳଜୟୀ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ଅନନ୍ୟ ସାରସ୍ୱତ ସାଧକ ଡକ୍ଟର ଭୋଳାନାଥ ରାଉତ ବୋଲି ଆଜି ତାଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ଅତିଥିମାନେ ଏହି ମତବ୍ୟକ୍ତ କରିଛନ୍ତି I ସ୍ଥାନୀୟ ବାଗସାହିସ୍ଥିତ ମନୋରମା ପାଠାଗାର ପରିସରରେ ଜଗତସିଂହପୁର ସାରସ୍ୱତ ପରିଷଦଦ୍ୱାରା ଆୟୋଜିତ ସଭାରେ ପରିଷଦର ସଭାପତି ହିମାଂଶୁ ଆଚାର୍ଯ୍ୟ ଅଧ୍ୟକ୍ଷ୍ୟତା କରି ଜଗତସିଂହପୁରର ଇତିହାସ ପୁସ୍ତକ ରଚନା ପାଇଁ ସ୍ବର୍ଗତ ରାଉତ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବେ ବୋଲି କହିଥିଲେ I ମୁଖ୍ୟ ଆଲୋଚକ ଭାବେ ଅଧ୍ୟାପକ ଲଷ୍ମୀଧର ପ୍ରଧାନ ଯୋଗଦେଇ ଜଣେ ପ୍ରବୀଣ ଶିକ୍ଷାବିତ, ଦକ୍ଷ ଶିକ୍ଷକ ନେତା ସର୍ବୋପରି ନିଖିଳ ଉତ୍କଳ ଶିକ୍ଷକ ମହାସଂଘ ଓ ବେସରକାରୀ କଲେଜ ଶିକ୍ଷକ ସଙ୍ଘର ପ୍ରତିଷ୍ଠାତା ସଦସ୍ୟ ଭାବେ ତାଙ୍କର କାର୍ଯ୍ୟ କୁଶଳତା ଶିକ୍ଷକ ସମାଜ ନିମନ୍ତେ ଉଦାହରଣ ହୋଇ ରହିଛି ଓ ରହିଥିବ I ଅନ୍ୟତମ ଆଲୋଚିକା ଭାବେ କବୟିତ୍ରୀ ତଥା ମନୋରମା ପାଠାଗାରର ସମ୍ପାଦିକା ମନୋରମା ଶତପଥୀ ଆଲୋଚନାରେ ଭାଗ ନେଇ ଡକ୍ଟର ରାଉତଙ୍କ ସୃଜନଶୀଳତାର ପରିସୀମା ବେଶ ପରିବ୍ୟାପ୍ତ ଥିଲା I ମହାବାତ୍ୟା ପରେ ଆୟୋଜିତ ଜଗତସିଂହପୁର ପୁସ୍ତକ ମେଳାର ମୁଖପତ୍ରର ଦୀର୍ଘଦିନ ଧରି ସମ୍ପାଦକ ଥିଲେ ବୋଲି କହିବା ସହିତ ତାଙ୍କର ଅନ୍ୟାନ୍ୟ ସାହିତ୍ୟକୃତି ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ I ଅନ୍ୟମାନଙ୍କ ମଧ୍ୟରେ କାଦମ୍ବିନୀ ମିଶ୍ର, ଅରୁନ୍ଧତୀ ମହାନ୍ତି ଓ ସ୍ମରଣିକା ବିଶ୍ୱାଳ ପ୍ରମୁଖ ଯୋଗଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ I ଶେଷରେ ଶିକ୍ଷକ ଉପେନ୍ଦ୍ର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ I
ରାଜ୍ୟ
ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ ଡକ୍ଟର ଭୋଳାନାଥ ରାଉତ
- Hits: 11