ବାଲୁଗାଁ:(ସେକ କୌସର): ବାଲୁଗାଁ ମହାବିଦ୍ୟାଳୟରେ ପୋଷଣ ସଚେତନତା କାର୍ଯ୍ୟକ୍ରମ ଅଧ୍ୟକ୍ଷ ଡ଼କ୍ଟର ଲଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏହି
କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ଼କ୍ଟର କୈଳାସ ଚନ୍ଦ୍ର ମହାରଣା ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ପୋଷଣ ମାସର ଉଦ୍ଦେଶ୍ୟ,ଗୁରୁତ୍ୱ ଓ ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ l କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ମନସ୍ୱିନୀ ପଟ୍ଟନାୟକ ପୋଷଣ କାର୍ଯ୍ୟକ୍ରମର ଉପାଦେୟତା ସହିତ କିଶୋରୀମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଏହି ଅବସରରେ ଅବସରପ୍ରାପ୍ତ ପ୍ରାଧ୍ୟାପିକା ସୁଜାତାପ୍ରଧାନ, ବରିଷ୍ଠ ଅଧ୍ୟାପିକା ଡ଼କ୍ଟର ମୋନାଲିସା ମାନସିଂହ, ଅଧ୍ୟାପିକା ସ୍ୱାତି ସ୍ଵାଗତିକା ସାହୁ,କୀର୍ତ୍ତିମୟୀ ବାରିକ,ପ୍ରିୟମ୍ବଦା ମହାପାତ୍ର ପ୍ରମୁଖ ଯୋଗଦେଇ ପୋଷଣ ମାସ ଜନସାଧାରଣଙ୍କ ଉପରେ ପକାଇଥିବା ଗୁଣାତ୍ମକ ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ l
ରାଜ୍ୟ
ବାଲୁଗାଁ ମହାବିଦ୍ୟାଳୟରେ ପୋଷଣ ସଚେତନତା କାର୍ଯ୍ୟକ୍ରମ
- Hits: 7