ଦୁର୍ଘଟଣା ଆହତଙ୍କୁ ନିଜେ ହସ୍ପିଟାଲକୁ ପହଁଞ୍ଚାଇଲେ
ବିଜେପୁର :-ମାନବିକତା ଓ କର୍ତ୍ତବ୍ୟନିଷ୍ଠାର ଏକ ଅପୂର୍ବ ଉଦାହରଣ ସୃଷ୍ଟି କରିଛନ୍ତି ବିଜେପୁର ତହସିଲଦାର ମୁକ୍ତେଶ୍ୱର ପାଣିଗ୍ରାହୀ। ସାଧାରଣ ଜନସେବା ମାନେ କେବଳ ଅଫିସ ରେ ବସି ଫାଇଲ ଦେଖିବା ନୁହେଁ, ବ୍ୟବହାରରେ ମଣିଷତ୍ୱ ଦେଖାଇବା ମଧ୍ୟ ସରକାରୀ କର୍ତ୍ତବ୍ୟର ଏକ ଅଂଶ ହେଉଛି – ଏହାକୁ ସେ ନିଜ କାର୍ଯ୍ୟଦ୍ୱାରା ପ୍ରମାଣ କରିଛନ୍ତି।
ମଙ୍ଗଳବାର ସନ୍ଧ୍ୟା ପାଖାପାଖି ସାତଟା ବେଳେ ବିଜେପୁର ମଦ ଭାଟି ସମ୍ମୁଖରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଜଣେ ଲୋକ ଗୁରୁତର ଆହତ ହୋଇଥିଲେ। ତହସିଲଦାର ମୁକ୍ତେଶ୍ୱର ପାଣିଗ୍ରାହୀ ନିଜେ ଦେଖିଥିବା ଦୁର୍ଘଟଣାରେ ଆହତକୁ ତୁରନ୍ତ ସହାୟତା କରି ମାନବିକତା ଦେଖିବାକୁ ମିଲିଥିଲେ।
ସୂଚନା ଅନୁସାରେ, ବିଜେପୁର ନିବାସୀ ରାମ ମେହେର ମଦ ଭାଟି ଶମ୍ଭୁଖରେ ଯାଉଥିବା ବେଳେ ବରଗଡ଼ ପଟରୁ ଆସୁଥିବା ଏକ ବଜାଜ ପଲସର (ରେଜି.ନଂ–OD15W3169) ବାଇକ ସେଠାରେ ଧକ୍କା ଦେଇଥିଲା। ଧକ୍କାର ଫଳରେ ରାମ ମେହେର ଗୁରୁତର ଭାବରେ ମାଟିକୁ ପଡ଼ି ରକ୍ତରେ ଭିଜିଯାଇଥିଲେ। ବାଇକଟି ସନ୍ଧିବାହାଳୀ ଗ୍ରାମର ବୋଲି ସୂଚନା ମିଳିଛି।
ଘଟଣାସ୍ଥଳରେ ସେତେବେଳେ ଉପସ୍ଥିତ ଥିଲେ ତହସିଲଦାର ମୁକ୍ତେଶ୍ୱର ପାଣିଗ୍ରାହୀ ଓ ଆଡିସେନାଲ ତହସିଲଦାର ଜ୍ୟୋତିପ୍ରକାଶ ଭୋଇ। ସେମାନେ ତୁରନ୍ତ ବିଜେପୁର ପୋଲିସକୁ ସୂଚନା ଦେଇଥିଲେ ଓ ଆମ୍ବୁଲାନ୍ସ ବ୍ୟବସ୍ଥା କରି ଆହତ ରାମ ମେହେରଙ୍କୁ ନିଜେ ହସ୍ପିଟାଲକୁ ନେଇଥିଲେ। ସେମାନଙ୍କ ତୁରନ୍ତ ପଦକ୍ଷେପ ଫଳରେ ଆହତଙ୍କ ଜୀବନ ରକ୍ଷା ହୋଇପାରିଛି।
ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସକମାନେ ରାମ ମେହେରଙ୍କ ଅବସ୍ଥାକୁ ଗୁରୁତର ବୋଲି ଜଣାଇଛନ୍ତି। ମୁଣ୍ଡରେ ଛଅଟି ସ୍ଥିଚ୍ ଲାଗିଥିବା ସହ ଅଧିକ ରକ୍ତକ୍ଷୟ ହେବାରୁ ତାଙ୍କୁ ବୁର୍ଲା ହସ୍ପିଟାଲ କୁ ରେଫର କରାଯାଇଛି।
ଘଟଣା ସୂଚନା ପାଇ ଜିଲ୍ଲା ପରିଷଦ ସଦସ୍ୟ ସୁଶାନ୍ତ ଗଡତିଆ ବିଜେପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ପହଞ୍ଚି ଆହତଙ୍କ ଅବସ୍ଥା ଜାଣିଥିଲେ। ସେ ପରିବାରସହ କଥା ହୋଇ ସାନ୍ତନା ଦେଇଥିଲେ ଓ ଆବଶ୍ୟକ ସହାୟତା ମିଳିବ ବୋଲି ଆଶ୍ୱାସନ ଦେଇଥିଲେ।
ବିଜେପୁର ଥାନାଧିକାରୀ ସୁଶାନ୍ତମଣି ମହାନ୍ତି ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ସେ ଦୁର୍ଘଟିତ ବାଇକକୁ ଜବତ କରି ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ଘଟଣାସ୍ଥଳରୁ ସାକ୍ଷ୍ୟ ସଂଗ୍ରହ କରି ଚାଳକଙ୍କ ଚିହ୍ନଟ ପାଇ ଚେଷ୍ଟା ଜାରି ରଖିଛି।
ଘଟଣାସ୍ଥଳରେ ଥିବା ସ୍ଥାନୀୟ ଲୋକମାନେ ତହସିଲଦାରଙ୍କ ମାନବିକତା କୁ ସ୍ୱାଗତ କରିଛନ୍ତି। ଜଣେ ଲୋକ କହିଛନ୍ତି, “ଏମିତି ଅଧିକାରୀ ଥିବା ଆମ ବିଜେପୁର ପାଇଁ ଗର୍ବର ବିଷୟ। ସେ ଜଣେ ସଚେତନ, ସହାନୁଭୂତିଶୀଳ ଓ ଜନସେବାପ୍ରତି ପ୍ରତିବଦ୍ଧ ଅଧିକାରୀ।”
ତହସିଲଦାର ମୁକ୍ତେଶ୍ୱର ପାଣିଗ୍ରାହୀଙ୍କ ଏହି ପଦକ୍ଷେପ ଦେଶରେ ସରକାରୀ ଅଧିକାରୀମାନଙ୍କ ପାଇଁ ଏକ ପ୍ରେରଣା ହେବା ସହ ସାଧାରଣ ମଣିଷଙ୍କ ମନରେ ସରକାର ପ୍ରତି ଆସ୍ଥା ବୃଦ୍ଧି କରିଛି। ଆମ ଦେଶରେ ଯେଉଁଠି ପ୍ରାୟତଃ ସରକାରୀ କର୍ମଚାରୀମାନଙ୍କୁ ନିର୍ଦୟ ବା ଅସଚେତନ ବୋଲି ଅଭିଯୋଗ ହୁଏ, ସେଠି ଏମିତି ଉଦାହରଣ ସାକାରାତ୍ମକ ପରିବର୍ତ୍ତନ ଆଣିଛି।
ତାଙ୍କ ମାନବିକ ଭାବ ଓ ତୁରନ୍ତ ପ୍ରତିକ୍ରିୟା ସ୍ଥାନୀୟ ପ୍ରଶାସନ ପାଇଁ ଏକ ନୂଆ ମାନଦଣ୍ଡ ରୁପେ ଦେଖାଯାଇଛି। ଅନେକ ସାଧାରଣ ଲୋକ ସୋସିଆଲ ମିଡ଼ିଆରେ ମଧ୍ୟ ତାଙ୍କ ପ୍ରଶଂସା କରି ଏହି ଘଟଣାକୁ ସେୟାର କରୁଛନ୍ତି l “ମୁକ୍ତେଶ୍ୱର ପାଣିଗ୍ରାହୀ ଭଳି ଅଧିକାରୀମାନେ ଅଛନ୍ତି ତେଣୁ ଆଜି ମଧ୍ୟ ପ୍ରଶାସନ ଉପରେ ଲୋକମାନଙ୍କ ଆସ୍ଥା ଅବିକଳ ରହିଛି।”
ସମାଜରେ ଏପରି ଘଟଣା ଦେଖି ମଣିଷତ୍ୱ ଓ ସହଯୋଗୀ ମନୋଭାବର ପ୍ରେରଣା ମିଳୁଛି। ବିଜେପୁର ତହସିଲଦାରଙ୍କ ଏହି ମାନବିକ ପଦକ୍ଷେପ ନିଶ୍ଚିତ ଭାବେ ଅନ୍ୟ ଅଧିକାରୀମାନେ ପାଇଁ ଏକ ଦୃଷ୍ଟାନ୍ତ ହେବ।
ଘଟଣା ମାତ୍ର ଏକ ସଡ଼କ ଦୁର୍ଘଟଣା ନୁହେଁ, ଏହା ମଣିଷତ୍ୱ ଓ ଦାୟିତ୍ୱର ଏକ ସଜିବ ପାଠ ରୁପେ ରହିଯିବ। ତହସିଲଦାର ମୁକ୍ତେଶ୍ୱର ପାଣିଗ୍ରାହୀ ଦେଖାଇଦେଲେ – ପଦ ଓ ପଦବୀ ଠାରୁ ବଡ଼ ହେଉଛି ମଣିଷ ହୋଇ ଅନ୍ୟଙ୍କ ପାଇଁ ଭାବିବା।