କାଶୀପୁର ରୁ ବୈକୁଣ୍ଠ ଦୁରିଆ - କାଶୀପୁର ବ୍ଲକ ରେ ବିଭିନ୍ନ ସ୍କୁଲ ରେ ସୁରଭି କାର୍ଯ୍ୟକ୍ରମ ଚାଲୁରହିଥିବା ବେଳେ ଆଜି ପୋଡ଼ାପାଡ଼ି ପଞ୍ଚାୟତ ଉ୍ୟୁପି ସ୍କୁଲ ଠାରେ ଶିଶୁ ମହାଉତ୍ସବ ସୁରଭି କାର୍ଯ୍ୟକ୍ରମ ହେଇଯାଇଅଛି |ଆଦିତ୍ୟ ଆଲୁମିନା ରିଫାଇନେରିର ସିଏସଆର (CSR) ଶିକ୍ଷା ବିଭାଗ ଓ ପ୍ରୋଜେଟ ମାନବ ସମ୍ପଦ (HR) ବିଭାଗ ପୋଡାପାଡ଼ି ଉ୍ୟୁପି ସ୍କୁଲରେ ଶିଶୁ ମହା ଉତ୍ସବ "ସୁରଭି" କାର୍ଯ୍ୟକ୍ରମ ରେ ଯୋଗଦେଇଛନ୍ତି। ଏହି କାର୍ଯ୍ୟକ୍ରମ ରେ ନାଚ ଗୀତ, କବିତା ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହେଇଥିଲା |
ଏହି କାର୍ଯ୍ୟକ୍ରମ ରେ ୧୪ ଟି ସ୍କୁଲ ର ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ|ଏହି କାର୍ଯ୍ୟକ୍ରମରେ ଆଦିତ୍ୟ ଆଲୁମିନାର ସିଏସଆର ଡେପୁଟି ମେନେଜର ବିଶ୍ୱମହେନି ମହାନ୍ତି, ସିଏସଆର ଆସିଷ୍ଟାଣ୍ଟ ଜେନେରାଲ ମେନେଜର ବସନ୍ତ ପାଣିଗ୍ରାହୀ, ଓ ପ୍ରୋଜେଟ HR ମାନବ ସମ୍ପଦ ଅଧିକାରୀ ପ୍ରଶାନ୍ତ ଗୁପ୍ତା ଯୋଗ ଦେଇଥିଲେଓ କୁନି କୁନି ଛାତ୍ର ଛାତ୍ରୀ ଙ୍କୁ ଆଦିତ୍ୟ ଆଲୁମିନା ତରଫରୁ ଟ୍ରଫି ଦିଆଯାଇଥିଲା ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ଛାତ୍ର ଛାତ୍ରୀ ଙ୍କୁ ଓ
ସେମାନେ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରି ଶିକ୍ଷାର ଗୁରୁତ୍ୱ, ସୁଚିତା, ଓ ସାମାଜିକ ବିଷୟରେ ଉତ୍ସାହଜନକ ଅଭିଭାଷଣ ରଖିଥିଲେ। ଏହି ଶିଶୁ ମହା ଉତ୍ସବ ସୁରଭି କାର୍ଯ୍ୟକ୍ରମରେ ୧୪ ଗୋଟି ସ୍କୁଲ ର ଶିକ୍ଷକ ଶିକ୍ଷୟତ୍ରୀ, ଅଭିଭାବକ ଓ ସ୍ଥାନୀୟ ବାସିନ୍ଦାମାନେ ଉପସ୍ଥିତ ଥିଲେ।
ସେହିସହିତ ଆଦିତ୍ୟ ଆଲୁମିନା ପକ୍ଷରୁ ସ୍କୁଲକୁ ଶିକ୍ଷା କଳା ସଂକୃତି ଉପରେ ଛାତ୍ରୀ ଛାତ୍ରୀ କେମିତି ଆଗକୁ ଯିବେ ସେଥିପାଇଁ ପାଇଁ ଆଦିତ୍ୟ ଆଲୁମିନା ତରଫରୁ ସହଯୋଗ ରହିବ ବୋଲି କହିଥିଲେ |
କାର୍ଯ୍ୟକ୍ରମର ଶେଷରେ ସ୍କୁଲ ପକ୍ଷରୁ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ଦେଇ ଅତିଥିମାନଙ୍କୁ ଧନ୍ୟବାଦ ଜଣାଇ ସମାପନ କରାଯାଇଥିଲା।