ଜଗତସିଂହପୁର,ତା-୧୫.୧୦.୨୦୨୫/ସୁମନ୍ତକୁମାରଦାସ: ସ୍ଥାନୀୟ ପୁରୁଣାଗଡ଼ସ୍ଥିତ ପ୍ରଫୁଲ ପାଠାଗାରଠାରେ ଭାରତୀୟ କ୍ଷେପଣାସ୍ତ୍ରର ଜନକ,ଭାରତ ରତ୍ନ ତଥା ପୂର୍ବତନ ରାଷ୍ଟ୍ରପତି ଏ ପି ଯେ ଅବଦୁଲ କଲାମଙ୍କ 94 ତମ ଜୟନ୍ତୀ ଓ ବିଶ୍ୱ ବିଦ୍ୟାର୍ଥୀ ଦିବସ ପାଳିତ ହୋଇଯାଇଛି I ପାଠାଗାରର ସଭାପତି ରବିନ୍ଦ୍ରନାଥ ତ୍ରିପାଠୀ ଏଥିରେ ଅଧ୍ୟକ୍ଷତା କରି କହିଥିଲେ ଯେ ଅବଦୁଲ କଲାମ ସ୍ବପ୍ନ, ସଂକଳ୍ପ ଓ ପ୍ରଗତିର ରୂପକାର ଥିଲେ I ମୁଖ୍ୟ ଆଲୋଚକ ଭାବେ ଅବସର ପ୍ରାପ୍ତ ଅଧ୍ୟାପକ ହିମାଂଶୁ ଶେଖର ଆଚାର୍ଯ୍ୟ ଯୋଗଦେଇ ତାଙ୍କ ବକ୍ତବ୍ୟରେ ଡକ୍ଟର କଲାମ ଯୋଗୁଁ ମହାକାଶ ଓ କ୍ଷେପଣାସ୍ତ୍ର ଗବେଷଣା କ୍ଷେତ୍ରରେ ନୂତନ ଯୁଗର ଆରମ୍ଭ ହୋଇଥିଲା I ଏହାର ସଫଳ ସୃଷ୍ଟି ହେଉଛି ଅଗ୍ନି, ପୃଥିବୀ, ଆକାଶ, ତ୍ରିଶୂଳ ଓ ନାଗ I ଖାଲି ସେତିକି ନୁହେଁ ବିଫଳତାରୁ ସଫଳତା ଲାଭ କରିଥିବା ମଣିଷ ହେଉଛନ୍ତି କଲାମ I ଅନ୍ୟତମ ଆଲୋଚକ ଭାବେ ଅଧ୍ୟାପକ ଲଷ୍ମୀଧର ପ୍ରଧାନ ଯୋଗଦେଇ ଡକ୍ଟର କଲାମ ଖାଲି ଜଣେ ବିଜ୍ଞାନୀ ନୁହନ୍ତି ବିଶିଷ୍ଟ ସାହିତ୍ୟିକ ଥିଲେ I ତାଙ୍କର ଲୋକପ୍ରିୟ ପୁସ୍ତକ ଥିଲା ଉଇଙ୍ଗସ ଅଫ ଫାୟାର,ଇଣ୍ଡିଆ - 2020 , ଇଗ୍ନାଇଟେଡ଼ ମାଇଣ୍ଡସ ଇତ୍ୟାଦି I ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ ବିଜୟ କୁମାର ପତି, ସତ୍ୟବାଦୀ ଦାସ, ଅଜୟ କୁମାର ପତି ପ୍ରମୁଖ ଯୋଗଦେଇ ଡକ୍ଟର କଲାମ ମଣିଷ ହିସାବରେ ଅତ୍ୟନ୍ତ ସରଳ, ଅମାୟିକ, ନିରହଙ୍କାରୀ ଓ ନିରଳସ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ବୋଲି କହିଥିଲେ I ଏଇଥି ପାଇଁ ତାଙ୍କ 79 ତମ ଜନ୍ମ ଦିନ ଠାରୁ ମିଳିତ ଜାତିସଙ୍ଘ ବିଶ୍ୱ ବିଦ୍ୟାର୍ଥୀ ଦିବସ ରୂପେ ପାଳନ କରିବା ପାଇଁ ନେଇଛି I ଏହି ଅବସରରେ ବିଦ୍ୟାର୍ଥୀମାନଙ୍କ ମଧ୍ୟରୁ ଛାତ୍ରୀ ନିହାରିକା ମୁଦୁଲି, ପିଙ୍କିନା ପାତ୍ର, ରିଙ୍କି ସାମଲ, ପଦ୍ମିନୀ ପ୍ରିୟଦର୍ଶିନୀ ଆଲୋଚନାରେ ଭାଗ ନେଇଥିଲେ I ଶେଷରେ ପାଠାଗାରର ସମ୍ପାଦକ ସୁରେନ୍ଦ୍ର ରାୟ ଧନ୍ୟବାଦ ଅର୍ପଣ କରିଥିଲେ I
ରାଜ୍ୟ
ସ୍ବପ୍ନ, ସଂକଳ୍ପ ଓ ପ୍ରଗତିର ପ୍ରତିକ ଥିଲେ ଡକ୍ଟର କଲାମ
- Hits: 7