ହେଡଲାଇନସ୍:

ଷୋହଳ ବର୍ଷ ପରେ ପ୍ରଥମ ଭତ୍ତା ପାଇଲେ ଦିବ୍ୟାଙ୍ଗ ରାଧା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି ରୁ ସୁରେନ୍ଦ୍ର ବେମାଳ: ଦିବ୍ୟାଙ୍ଗ ରାଧାଙ୍କ ଦୁଃଖ ବିଷୟରେ ଗଣମାଧ୍ୟମରେ ଜାଣିବାପରେ ମାନବ ଅଧିକାର କର୍ମି ଶ୍ରୀ ରାମ କୃଷ୍ଣ ଚୌଧୁରିଙ୍କ ପ୍ରଥମେ ତାଙ୍କ ଗାଁ ବରକୋଲିଗୁଡା, ପରେ ବ୍ଲକ୍ ପ୍ରଶାସନ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ଯୋଗାଯୋଗ କରି ସମସ୍ତ ଦସ୍ତାବିଜ ସଂଗ୍ରହ କରିଥିଲେ l
ଯାହା ଫଳରେ ରାଧା ୨୦୦୯ ରେ ଦିବ୍ୟାଙ୍ଗ ପ୍ରମାଣପତ୍ର ପାଇଥିଲେ ମଧ୍ୟ ୨୦୧୯ ରୁ ଭତ୍ତା ନିମନ୍ତେ ଯୋଗ୍ୟ ହୋଇଥିଲେ l
କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ଭତ୍ତା କିମ୍ୱା କୌଣସି ସରକାରୀ ସହଯୋଗ ପାଇନଥିଲେ ବୋଲି ସମାଜ ସେବୀ ତଥା ମାନବ ଅଧିକାର କର୍ମୀ ରାମକୃଷ୍ଣ ଚୌଧୁରୀ ସମସ୍ତ ତଥ୍ୟରୁ ଜାଣିପାରିଥିଲେ l
ଏ ବିଷୟରେ ଗୋଷ୍ଠୀ ସାମାଜିକ ମଙ୍ଗଳ ଅଧିକାରୀ ଶ୍ରୀମତି ସୁଭାଷୀନି ମଲ୍ଲିକ୍ ଓ ଶ୍ରୀ ତପନ କୁମାର ସେନାପତି ଗୋଷ୍ଠୀ ଉନ୍ନୟନ ଅଧିକାରୀ, ମାଲକାନଗିରି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ l
ସେମାନଙ୍କ ସହ ଗଣମାଧ୍ୟମ ପ୍ରତିନିଧି ଲକ୍ଷ୍ମୀକାନ୍ତ ତ୍ରୀପାଠୀ ଓ ବାଦଲ ବିଶ୍ୱାଳ ଙ୍କ ଉପସ୍ଥିତିରେ ଆଲୋଚନା କରିବାପରେ ଆଜି ସ୍ୱତନ୍ତ୍ର ବ୍ୟବସ୍ଥା ସହ ଶ୍ରୀମତି ସୁଭାଷୀନି ମଲ୍ଲିକ୍ ରାଧାକୁ ସିନ୍ଧ୍ରିମାଳର ବରକୋଲିଗୁଡାରେ ଥିବା ତାଙ୍କ ବାସଭବନରେ ମା ସୁନାଦେଇ କୁରାମିଙ୍କ ଉପସ୍ଥିତିରେ ପ୍ରଥମ ଦିବ୍ୟାଙ୍ଗ ଭତ୍ତା୧୦୦୦ଟଙ୍କା ପ୍ରଦାନ କରିଛନ୍ତି l
ଆଗାମି ସମୟରେ ରାଧା କିପରି ଗତ ୬ ବର୍ଷର ସମସ୍ତ ଭତ୍ତା ପାଇବ ସେଥିପାଇଁ ପ୍ରୟାସ ଜାରି ରହିବ ବୋଲି ସମାଜ ସେବୀ ରାମ କୃଷ୍ଣ କହିଛନ୍ତି l

0
0
0
s2sdefault