ହେଡଲାଇନସ୍:

ପ୍ରକଳ୍ପ ସ୍ତରୀୟ ଅଷ୍ଟମ ରାଷ୍ଟ୍ରୀୟ ପୋଷଣ ମାହ କାର୍ଯ୍ୟକ୍ରମ ଭଞ୍ଜନଗର ରେ ଅନୁଷ୍ଠିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା ): ଭଞ୍ଜନଗର ଶିଶୁ ବିକାଶ ଯୋଜନା ଆନୁକୁଲ୍ୟରେ ଅଷ୍ଟମ ରାଷ୍ଟ୍ରୀୟ ପୋଷଣ ମାହା କାର୍ଯ୍ୟକ୍ରମ ଭଞ୍ଜନଗର ପଞ୍ଚାୟତ ସମିତି ସଭା ଗୃହରେ ଅଦ୍ୟ ଅକ୍ଟୋବର ମାସ ୧୫ ତାରିଖ ବୁଧବାର ୨୦୨୫ ଦିନ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି।
ଏହି ଆୟୋଜିତ ପ୍ରକଳ୍ପ ସ୍ତରୀୟ ଅଷ୍ଟମ ରାଷ୍ଟ୍ରୀୟ ପୋଷଣ କାର୍ଯ୍ୟକ୍ରମ ରେ ଭିନ୍ନ ଭିନ୍ନ ମଣ୍ଡଳରୁ ଓ କୋଣୋ ଅନୁକୋଣ ରୁ ଆସିଥିବା ଅଗଂନ ବାଡ଼ି କର୍ମୀ ମାନଙ୍କ ଦ୍ଵାରା ବିଭିନ୍ନ ପୋଷଣ ସଚେତନତା ଧର୍ମି ସୁନ୍ଦର ଆକର୍ଷଣୀୟ ରଙ୍ଗୋଲି ମାନ ଅଙ୍କାଯାଇଥିଲା, ବିଭିନ୍ନ ସଚେତନତା ଚିତ୍ର ମାନ ସଭା ଗୃହରେ ରଖାଯାଇଥିବା ସହିତ ବିଭିନ୍ନ ହାତତିଆରି ସୁସ୍ଵାଦୁ ପୋଷଣ ଯୁକ୍ତ ଖାଦ୍ୟ ସବୁକୁ ଟେବୁଲ୍ ମାନଙ୍କରେ ସଜ୍ଜିତ କରି ରଖାଯାଇଥିଲା। ଏବଂ ବିଭିନ୍ନ ଫଳ ପନିପରିବା ପାଚିଲା ଫଳ,ଶାଗ ଓ ବିଭିନ୍ନ ଡାଲି ବା ବିଜ ଜାତୀୟ ଖାଦ୍ୟ କୁ ମଧ୍ୟ ରଖାଯାଇ ଏଗୁଡ଼ିକ ର ପୋଷଣ ଉପରେ ଉପସ୍ଥିତ ସମସ୍ତ ମାଁ ମାନଙ୍କୁ ଅବଗତ କରାଯାଇଥିଲା। ସରକାର ଙ୍କ ର ଏହି ଅଭିନବ ପ୍ରୟାସ ର ମୂଳ ଭିତିଭୂମି ହେଲା ସୁସ୍ଥ ଆହାର ସୁସ୍ଥ ମଣିଷ, ସୁସ୍ଥ ମଣିଷ ସୁସ୍ଥ ସମାଜ, ସୁସ୍ଥ ସମାଜ ସୁସ୍ଥ ଓ ବିକଶିତ ରାଷ୍ଟ୍ର ଗଠନ ପାଇଁ ମୂଳଦୁଆ ସ୍ଥାପନ କରିପାରିବ। ଏହି କାର୍ଯ୍ୟକ୍ରମ ରେ ପ୍ରତ୍ୟେକ ମାଁ ମାନଙ୍କୁ ସଚେତନ କରାଯାଇଛି ଯେ, ବାହାରେ ବିକ୍ରି ଖାଦ୍ୟ କୁ ପରିତ୍ୟାଗ କରି ନିଜେ ଘରେ ପ୍ରସ୍ତୁତ କରି ସଂପୂର୍ଣ୍ଣ ଦେଶୀ ହାତତିଆରି ଖାଦ୍ୟ ଖାଆନ୍ତୁ। ଏହି କାର୍ଯ୍ୟକ୍ରମ ରେ ଶିଶୁ ପ୍ରକଳ୍ପ ଅଧିକାରୀଣି ଶ୍ରୀମତୀ ମିଲିମା ପଣ୍ଡା ସଭାପତିତ୍ବ କରିବା ସହିତ ଉକ୍ତ ଆୟୋଜିତ କାର୍ଯ୍ୟକ୍ରମ ର ବିଶଦ ଆଲୋଚନା କୁ ବ୍ୟକ୍ତ କରିଥିଲେ। ଗୋଷ୍ଟି ଉନ୍ନୟନ ଅଧିକାରୀଣୀ ଭାରତୀ ଦେବୀ, ପୈ। ର ପରିଷଦ ର ଉପାଧକ୍ଷା ଶ୍ରୀମତୀ ଶୁଭଶ୍ରୀ ଦାସ, ତହସିଲଦାର ମହାସୟା ଅଭିପ୍ସା ପଟ୍ଟନାୟକ, ପ୍ରଧାନ ଶିକ୍ଷକ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ର ଶ୍ରୀ ମଦନମୋହନ ରଥ, କେ.ଏସ.ୟୁ .ବି କଲେଜ୍ ଅଧ୍ୟାପକ ବିଦେଶୀ ରାଉତ ଓ ହରିଶ୍ କୁମାର, ଏ.ବି.ଇ.ଓ ଚରଣ ବେହେରା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଏ.ସି.ଓ ଶବର,କୁଳ ସଭାପତି ବିଭୁତି ଭୁଷଣ ଜେନା, ଗ୍ୟାଲେରୀ ମେଡିକାଲ ଅଫିସର ମଞ୍ଚାସିନ ଥିଲେ। ସମସ୍ତ ସମ୍ମାନନୀୟ ଅତିଥି ଙ୍କୁ ପୁଷ୍ପ ଗୁଛ ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା। ଏହା ସହିତ ସି.ଏଚ୍. ସି ଗ୍ୟାଲେରୀ, ଅଞ୍ଚଳ ପରିଚାଳିକା ସବିତା ରାଣୀ ପାତ୍ର, ଲକ୍ଷ୍ମୀ ସାହୁ,ଆମେନିକା ଟୋପ, ମଳୟ ମଞ୍ଜରୀ ମୁନି, ପୋଷଣ ବି.ସି ସ୍ମିତା ରାଣୀ ସାହୁ ଗର୍ଭବତୀ ଓ ପ୍ରସୂତି ମାଆ, ଉଚ୍ଚ ବିଦ୍ୟାଳୟ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ। ଅଷ୍ଟମ ବ୍ଲକସ୍ତରୀୟ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଅବସରରେ ମେଦବହୁଳତାର କାରଣ ଓ ତାହାର ପ୍ରତିକାର, ମା’ ଓ ଶିଶୁ ଖାଦ୍ୟ ଏବଂ ଶିଶୁର ଲାଳନପାଳନରେ ପୁରୁଷଙ୍କ ସହଭାଗିତା ଉପରେ ଆଲୋଚନା ହୋଇଥିଲା। ମସଲା ଖାଦ୍ୟ, ବ୍ୟାୟାମ ନ କରିବା, ରୋଷେଇ ଖାଦ୍ୟରେ ଅତ୍ୟଧିକ ତେଲ ବ୍ୟବହାର, ଚାପ ପ୍ରମୁଖ କାରଣ ଯୋଗୁ ମେଦ ବହୁଳତା ବଢୁଛି। ଏଥିପାଇଁ ସଚେତନତା ଲୋଡ଼ା। ଏଥିସହ ସୁଷମ ଖାଦ୍ୟ ଖାଇବାକୁ ପଡ଼ିବ। ମେଦବହୁଳତା ଯୋଗୁ ଅନେକ ରୋଗ ହେଉଛି। ଲୋକେ ସଚେତନ ହେଲେ ଏହାକୁ ରୋକା ଯାଇପାରିବ। ଗର୍ଭବତୀ, ପ୍ରସୂତି ଏବଂ ଶିଶୁମାନଙ୍କ ମଧ୍ୟ ଯତ୍ନ ନେବା ଉପରେ ଆଲୋଚନା ହୋଇଥିଲା। ପରେ ପରେ ଉପସ୍ଥିତ ମାଁ ମହିଳା ଓ ଅଗଂନ ବାଡ଼ି କର୍ମୀ ମାନଙ୍କ ସହାୟତାରେ ଗୋଦ ଭରାଇ କାର୍ଯ୍ୟକ୍ରମ,ଅନ୍ନ ପ୍ରଶନ କାର୍ଯ୍ୟକ୍ରମ, କନ୍ୟା ରତ୍ନ ଯୋଜନା ମୋ ଗେହ୍ଲା ଝିଅ ଓ କନ୍ୟା ରତ୍ନ ଜନ୍ମ ଉତ୍ସବ କାର୍ଯ୍ୟ ମାନ ଆୟୋଜିତ ହୋଇଥିଲା। ଏବଂ ସଂପୂର୍ଣ୍ଣ ଦେଶୀ ହାତତିଆରି ପୋଡ଼ପିଠା ବା କେକ କୁ କଟାଯାଇ ଅତିଥି ମାନଙ୍କୁ ଦିଆଯାଇଥିଲା। ପ୍ରଥମତଃ ବି ଡି ଓ ମହଶୟା ନିଜ ଭାଷଣ ମାଧ୍ୟମରେ ବାହାର ଖାଦ୍ୟ ଖାଇବାକୁ ମନା କରିବା ସହିତ ଫାଷ୍ଟ ଫୁଡ୍ ରୁ ସମ୍ପୂର୍ଣ୍ଣ ଦୂରରେ ରହିବାକୁ କହିଥିଲେ। ଉପାଧକ୍ଷା ମାଁ ମାନେ କିପରି ପିଲାଙ୍କୁ ଖାଦ୍ୟ ଅଭ୍ୟାସ କରାଇବ ତା ଉପରେ କହିଥିଲେ। ସି.ଏଚ୍.ସି ଗ୍ୟାଲେରୀ ଡାକ୍ତର ପଖାଳ ଓ ଦେଶୀ ଖାଦ୍ୟର ଉପାଦେୟତା ଉପରେ ବୁଝାଇଥିଲେ। ତହସିଲଦାର ଅଭିପ୍ସା ମେଡମ୍ ସମସ୍ତ ହାତ ତିଆରି ଖାଦ୍ୟ କୁ ପ୍ରଶଂସା କରିଥିବା ବେଳେ ସମସ୍ତ ମଞ୍ଚାସିନ ଅତିଥି ମାନେ ଗର୍ଭବତୀ ମାଁ ମାନଙ୍କୁ ସମ୍ନାନ ଦେବା, ମାଁ ର ଯତ୍ନ ନେବା, କନ୍ୟା ସନ୍ତାନ ର ଯତ୍ନ, କନ୍ୟାଭୃଣ ନିରୁପଣ ଓ ହତ୍ୟା ନକରିବା ଏବଂ ବିଶେଷ କରି ସମସ୍ତ ମାଁ ମାନେ ନିଜ ଘରେ ଖାଦ୍ୟ ତିଆରି କରି ସେହି ଖାଦ୍ୟ କୁ ହିଁ ଶିଶୁ ମାନଙ୍କୁ ଦେବା ପାଇଁ ପ୍ରାଞ୍ଚଳ ଭାବେ କହିଥିଲେ। ଏଥି ସହିତ ପୂର୍ବରୁ ହୋଇଯାଇଥିବା ପ୍ରତିଯୋଗିତା ର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।

0
0
0
s2sdefault