ଭୁବନେଶ୍ୱର, ୧୪/୧୦ : ୱାର୍ଲ୍ଡ ଟ୍ରେଡ ସେଂଟର, ଭୁବନେଶ୍ୱରର ସହଭାଗିତାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର କମୁ୍ୟନିଟି ରେଡ଼ିଓ ଷ୍ଟେସନ ଭଏସ୍ ଅଫ୍ ସୋଆ କମୁ୍ୟନିଟି ରେଡ଼ିଓ ୯୦.୪ ଏକ ନୂତନ କାର୍ଯ୍ୟକ୍ରମ ଆରମ୍ଭ କରିଛି । ଏହି କାର୍ଯ୍ୟକ୍ରମରେ ବର୍ତମାନର ପ୍ରତିଯୋଗିତା ମୂଳକ ଦୁନିଆରେ ସଫଳତା ହାସଲ କରିଥିବା ବ୍ୟକ୍ତି ମାନଙ୍କ ସମ୍ପର୍କରେ ପ୍ରସାରଣ କରାଯିବ ।
ବିଭିନ୍ନ କ୍ଷେତ୍ରରେ ଦୃଢ଼ତାର ସହ ସଫଳତା ହାସଲ କରିଥିବା ପୁରୁଷ ଏବଂ ନାରୀମାନଙ୍କୁ ନେଇ ଏହି କାର୍ଯ୍ୟକ୍ରମର ନାମ ରହିଛି ‘ଆସ୍ତା କି ଉଡ଼ାନ୍-ଏକ ନୟି ପେହେଚାନ୍’ । ଷ୍ଟାର୍ଟଅପ୍, ଭିତିଭୂମୀ ଓ ସୂଚନା ଏବଂ ପ୍ରଯୁକ୍ତି, କୃଷି, ଖାଦ୍ୟ ପ୍ରକ୍ରିୟା, ଆନ୍ତର୍ଜାତିକ ବ୍ୟାପାର ଓ ପର୍ଯ୍ୟଟନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତି ବିଶେଷଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରାଯିବ ।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯୁବବର୍ଗଙ୍କୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରାଯିବ । ପ୍ରଥମ କାର୍ଯ୍ୟକ୍ରମ ଅକ୍ଟୋବର ୧୦ରେ ରେକର୍ଡିଂ କରାଯାଇଥିବା ବେଳେ ଡବ୍ଲୁଟିସିର ସଦସ୍ୟମାନେ ଉପସ୍ଥିତ ଥିଲେ । ପ୍ରଥମ ଏପିସୋଡ୍ରେ ଶ୍ରୀମତି ଜ୍ୟୋସ୍ନା ଦାସ ଏବଂ ଆର୍ଜେ ରମାବଲ୍ଲଭଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।